ନୂଆଦିଲ୍ଲୀ: ଓନମ, ରାଖି ପୂର୍ଣ୍ଣିମା ଏବଂ ଜନ୍ମାଷ୍ଟମୀ ପରି ଆଗାମୀ ପର୍ବ ଉପଲକ୍ଷେ ଚିନିର ବର୍ଦ୍ଧିତ ଚାହିଦାକୁ ଦୃଷ୍ଟିରେ ରଖି ଘରୋଇ କୋଟାରେ ଅଗଷ୍ଟ ମାସ ଲାଗି ୨ ଲକ୍ଷ ମେଟ୍ରିକ ଟନର ଅତିରିକ୍ତ କୋଟା କେନ୍ଦ୍ର ସରକାର ଆବଣ୍ଟନ କରିଛନ୍ତି। ପୂର୍ବରୁ ୨୩.୫ ଲକ୍ଷ ମେଟ୍ରିକ ଟନରୁ ଅଧିକ ଚିନି ଅଗଷ୍ଟ ମାସ ପାଇଁ ଆବଣ୍ଟିତ କରାଯାଇଛି। ଘରୋଇ ବଜାରରେ ଅତିରିକ୍ତ ଚିନି ସାରା ଦେଶରେ ଉପଯୁକ୍ତ ମୂଲ୍ୟକୁ ସୁନିଶ୍ଚିତ କରିବ। ଗତ ଏକ ବର୍ଷ ମଧ୍ୟରେ ଅନ୍ତର୍ଜାତୀୟ ବଜାରରେ ଚିନି ମୂଲ୍ୟରେ ୨୫ ପ୍ରତିଶତ ବୃଦ୍ଧି ସତ୍ତ୍ବେ ଦେଶରେ ଚିନିର ହାରାହାରି ଖୁଚୁରା ମୂଲ୍ୟ କିଲୋଗ୍ରାମ ପିଛା ପ୍ରାୟ ୪୩ ଟଙ୍କା ୩୦ ପଇସା ରହିଛି। ଗତ ୧୦ ବର୍ଷ ମଧ୍ୟରେ ଦେଶରେ ଚିନି ମୂଲ୍ୟରେ ବାର୍ଷିକ ୨ ପ୍ରତିଶତରୁ କମ୍ ମୁଦ୍ରାସ୍ଫୀତି ଦେଖା ଦେଇଛି।
ପର୍ବ ଉପଲକ୍ଷେ ଅତିରିକ୍ତ ୨ ଲକ୍ଷ ଟନ୍ ଚିନି ଆବଣ୍ଟନ
Advertisment
Follow Us