ଆଧାରର କମାଲ୍‌ : ଧରାପଡ଼ିଲେ ୮୦ ହଜାର ଭୂତ ଅଧ୍ୟାପକ

Advertisment
ଆଧାରର କମାଲ୍‌ : ଧରାପଡ଼ିଲେ ୮୦ ହଜାର ଭୂତ ଅଧ୍ୟାପକ

photo-hindustantimes

ନୂଆଦିଲ୍ଲୀ, ୫|୧: ଦେଶର ଜନସାଧାରଣଙ୍କ ପାଇଁ ବିଭିନ୍ନ ପ୍ରସଙ୍ଗରେ ଆଧାର କାର୍ଡ ସଂଯୋଗୀକରଣକୁ ନେଇ ବାଦବିବାଦ ଜାରି ରହିଛି। ତେବେ ଏହି ଆଧାର କାର୍ଡ ପ୍ରଚଳନ ପରେ ଦେଶର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ୮୦,୦୦୦ରୁ ଅଧିକ ଭୂତ ଅଧ୍ୟାପକ ଥିବା କେନ୍ଦ୍ର ମାନବ ସମ୍ବଳ ବିଭାଗ ମନ୍ତ୍ରଣାଳୟ ଜାଣିବାକୁ ପାଇଛି। ଆଧାର କାର୍ଡର ଏହି କମାଲ୍‌କୁ ବୁଦ୍ଧିଜୀବୀମାନେ ତାରିଫ କରିଥିବା ବେଳେ ସଂପୃକ୍ତ ଭୂତ ଶିକ୍ଷକଙ୍କ ନିଯୁକ୍ତି ଏବଂ ନିଯୁକ୍ତିଦାତାଙ୍କ ସମ୍ପର୍କରେ ଖୋଳତାଡ଼ ଆରମ୍ଭ ହୋଇଛି।

publive-image photo-intoday.in

ସୂଚନାନୁଯାୟୀ, ଆଧାର କାର୍ଡ ବାଧ୍ୟତାମୂଳକ ହେବା ପରେ ଉଚ୍ଚ ଶିକ୍ଷା ବିଭାଗରେ ସର୍ବ ଭାରତୀୟ ସର୍ବେକ୍ଷଣ ୨୦୧୭-୧୭ ବେଳେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଏଭଳି ଭୂତ ଶିକ୍ଷକ ଥିବା ଘଟଣା ସାମନାକୁ ଆସିିଛି। ସାମଗ୍ରିକ ସୂଚନା ସଂଗ୍ରହରୁ ପ୍ରାୟ ୮୦ ହଜାରରୁ ଅଧିକ ଅଧ୍ୟାପକ ତିନି ବା ଅଧିକ ଉଚ୍ଚ ଶିକ୍ଷାନୁଷ୍ଠାନରେ କାର୍ଯ୍ୟରତ ଥିବା ଦର୍ଶାଇଛନ୍ତିି। କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଡ଼େକର ଏହି ତଥ୍ୟ ଶୁକ୍ରବାର ପ୍ରକାଶ କରିଛନ୍ତି। ତେବେ ଏହି ଛଦ୍ମ ବା ଭୂତ ଅଧ୍ୟାପକମାନଙ୍କ ମଧ୍ୟରୁ କେହି ଜଣେ ବି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ନଥିବା ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ଅପରପକ୍ଷେ, ରାଜ୍ୟସ୍ତରୀୟ ବିଶ୍ୱବିଦ୍ୟାଳୟ ଏବଂ ବେସରକାରୀ ବିଶ୍ୱବିଦ୍ୟାଳୟମାନଙ୍କରେ ଏପରି କେଳେଙ୍କାରି ହୋଇଥିବା ଜଣାଯାଇଛି। ବର୍ତ୍ତମାନ ସୁଦ୍ଧା ୮୫ ପ୍ରତିଶତ ଅଧ୍ୟାପକ ସେମାନଙ୍କ ଆଧାର ତଥ୍ୟ ଯୋଗାଇଥିବା ବେଳେ ଏହି ଭୂତ ଶିକ୍ଷକଙ୍କ ସଂଖ୍ୟା ଆହୁରି ବଢ଼ିବାର ସମ୍ଭାବନା ରହିଛି ବୋଲି ଜାଭଡ଼େକର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe