ଆଦିତ୍ୟ ବିର୍ଲା ସନ୍‌ଲାଇଫ୍‌ ଇନ୍‌ସ୍ୟୁରାନ୍ସର ନୂଆ ପ୍ଲାନ୍

Advertisment
ଆଦିତ୍ୟ ବିର୍ଲା ସନ୍‌ଲାଇଫ୍‌ ଇନ୍‌ସ୍ୟୁରାନ୍ସର ନୂଆ ପ୍ଲାନ୍

ଭୁବନେଶ୍ବର: ଆଦିତ୍ୟ ବିର୍ଲା ସନ୍‌ଲାଇଫ୍ ଇନ୍‌ସ୍ୟୁରାନ୍ସ ପକ୍ଷରୁ ଏକ ନୂଆ ମାସିକ ଆୟ ପ୍ଲାନକୁ ଉନ୍ମୋଚନ କରାଯାଇଛି। ଏହି ପ୍ଲାନ୍‌ ମାଧ୍ୟମରେ ଗ୍ରାହକମାନେ ନିଜ ଅବସର ସମୟର ଆର୍ଥିକ ଲକ୍ଷ୍ୟକୁ ହାସଲ କରିପାରିବେ। ଏହା ଏକ ନନ୍‌ଲିଙ୍କଡ୍‌ ପ୍ଲାନ୍ ଏବଂ ଏଥିରେ ଗ୍ରାହକଙ୍କୁ ବିଭିନ୍ନ ପ୍ରକାର ସୁବିଧା ପ୍ରଦାନ କରାଯାଉଛି ବୋଲି କଂପାନିର ଚିଫ୍ ଆକ୍‌ଚୁରିଆଲ୍ ଅଫିସର୍‌ ଅନିଲ କୁମାର ସିଂହ କହିଛନ୍ତି। ଏଥିରେ ଦୁର୍ଘଟଣାଜନିତ ମୃତ୍ୟୁ ବୀମା ମଧ୍ୟ ରହିଛି। ୧୮-୫୫ ବର୍ଷର ଲୋକମାନେ ଏହି ପ୍ଲାନ୍ କିଣିପାରିବେ। ପ୍ରିମିୟମ୍ ପ୍ରଦାନ ଅବଧି ୧୦/୧୨ ବର୍ଷ ରହିଛି ଏବଂ ପ୍ରିମିୟମ୍‌କୁ ବାର୍ଷିକ, ଅର୍ଧବାର୍ଷିକ, ତ୍ରୟମାସିକ ଓ ମାସିକ ଆକାରରେ ପ୍ରଦାନ କରାଯାଇପାରିବ। ଏହି ପ୍ଲାନ୍‌ରେ ଅତିକମ୍‌ରେ ୪ ଲକ୍ଷ ଟଙ୍କାର ବୀମା କରିବାକୁ ପଡ଼ିବ। ପ୍ଲାନ୍‌ ମାଚ୍ୟୁରିଟି ହେବା ପରେ ଗ୍ରାହକ ଚାହିଁଲେ ସମସ୍ତ ବୀମା ରାଶି ଏକକାଳୀନ ନେଇପାରିବେ, ଅନ୍ୟଥା ମାସିକ ଆୟ ଭାବେ କିଛି ଅଂଶକୁ ହାସଲ କରିବାର ବିକଳ୍ପ ଚୟନ କରିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe