ଆଦିତ୍ୟ ପୁରୀ ସବୁଠୁ ଅଧିକ ବେତନଭୋଗୀ ବ୍ୟାଙ୍କର୍‌, ୨୦୧୯-୨୦ରେ ପାଇଛନ୍ତି ୧୮.୯୨ କୋଟି

Advertisment
ଆଦିତ୍ୟ ପୁରୀ ସବୁଠୁ ଅଧିକ ବେତନଭୋଗୀ ବ୍ୟାଙ୍କର୍‌, ୨୦୧୯-୨୦ରେ ପାଇଛନ୍ତି ୧୮.୯୨ କୋଟି

News18.com

ନୂଆଦିଲ୍ଲୀ: ଦେଶର ବରି‌ଷ୍ଠ ବ୍ୟାଙ୍କ ଅଧିକାରୀମାନଙ୍କ ମଧ୍ୟରେ ସବୁଠୁ ଅଧିକ ବେତନ ଏଚ୍‌ଡିଏଫ୍‌ସି ବ୍ୟାଙ୍କର ଏମଡି ଆଦିତ୍ୟ ପୁରୀ ପାଉଛନ୍ତି। ୨୦୧୯-୨୦ ଆର୍ଥିକ ବର୍ଷରେ ଦରମା ଓ ଭତ୍ତା ବାବଦରେ ସେ ୧୮.୯୨ କୋଟି ଟଙ୍କା ପାଇଛନ୍ତି। ୨୦୧୮-୧୯ ଆର୍ଥିକ ବର୍ଷ ତୁଳନାରେ ତାଙ୍କ ବେତନରେ ୩୮ ପ୍ରତିଶତ ବୃଦ୍ଧି ଘଟିଛି। ଏହାବ୍ୟତୀତ ଷ୍ଟକ ଅପ୍ସନ ବାବଦରେ ସେ ଉକ୍ତ ବର୍ଷ ୧୬୧.୫୬ କୋଟି ଟଙ୍କା ରୋଜଗାର କରିଛନ୍ତି। ଶ୍ରୀ ପୁରୀଙ୍କୁ ଚଳିତବର୍ଷ ଅକ୍ଟୋବରରେ ୭୦ ବର୍ଷ ପୂରଣ ହେବାକୁ ଯାଉଛି। ତେଣୁ ସେ ଅକ୍ଟୋବରରେ ଅବସର ‌ନେବେ। ପୁରୀଙ୍କ ପଛକୁ ଆଇସିଆଇସିଆଇ ବ୍ୟାଙ୍କର ଏମଡି ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ସନ୍ଦୀପ ବକ୍ସି ୨୦୧୯-୨୦ ଆର୍ଥିକ ବର୍ଷରେ ୬.୩୧ କୋଟି ଟଙ୍କାର ବେତନ ପାଇଛନ୍ତି। ୨୦୧୮ ଅକ୍ଟୋବରରୁ ସେ ଆଇସିଆଇସିଆଇ ବ୍ୟାଙ୍କର ଏମଡି ପଦଭାର ସମ୍ଭାଳି ଆସୁଛନ୍ତି। ବକ୍ସିଙ୍କ ପଛକୁ ଏକ୍ସିସ ବ୍ୟାଙ୍କର ଏମଡି ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅମିତାଭ ଚୌଧୁରୀ ୨୦୧୯-୧୨୦ ଆର୍ଥିକ ବର୍ଷରେ ୬.୦୧ କୋଟି ଟଙ୍କାର ବେତନ ପାଇଛନ୍ତି। କୋଟାକ ମହିନ୍ଦ୍ରା ବ୍ୟାଙ୍କର ଏମଡି ଉଦୟ କୋଟାକଙ୍କ ବେତନ ୨୦୧୯-୨୦ ଆର୍ଥିକ ବର୍ଷରେ ହ୍ରାସ ପାଇଛି। ସେ ଗତ ଆର୍ଥିକ ବର୍ଷ ୨.୯୭ କୋଟି ଟଙ୍କାର ବେତନ ପାଇଛନ୍ତି, ଯାହାକି ୨୦୧୮-୧୯ ଆର୍ଥିକ ବର୍ଷ ତୁଳନାରେ ୨୬ ପ୍ରତିଶତ କମ୍‌। ୨୦୧୮-୧୯ ଆର୍ଥିକ ବର୍ଷରେ ସେ ୩.୫୨ କୋଟି ଟଙ୍କାର ବେତନ ପାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe