ଆଗେଇଲା ବ୍ୟାଙ୍କ ଘରୋଇକରଣ: ମର୍ଚାଣ୍ଟ ବ୍ୟାଙ୍କର୍‌ ନିଯୁକ୍ତ କରିବେ ସରକାର

Advertisment

ଆର୍ଥିକ କ୍ଷେତ୍ରର ସରକାରୀ ବ୍ୟାବସାୟିକ ଅନୁଷ୍ଠାନ ଯଥା ବ୍ୟାଙ୍କ, ବୀମା କମ୍ପାନିଗୁଡ଼ିକର ଘରୋଇକରଣ ଓ ଅଂଶଧନ ବିକ୍ରି ପ୍ରକ୍ରିୟାକୁ ସରକାର ପୁଣି ଥରେ ଆରମ୍ଭ କରିଛନ୍ତି। ଏହି କାର୍ଯ୍ୟ ଯେଭଳି ସୁରୁଖୁର‌ୁରେ ସମ୍ପାଦନ ହୋଇପାରିବ...

ଆର୍ଥିକ କ୍ଷେତ୍ରର ସରକାରୀ ବ୍ୟାବସାୟିକ ଅନୁଷ୍ଠାନ ଯଥା ବ୍ୟାଙ୍କ, ବୀମା କମ୍ପାନିଗୁଡ଼ିକର ଘରୋଇକରଣ ଓ ଅଂଶଧନ ବିକ୍ରି ପ୍ରକ୍ରିୟାକୁ ସରକାର ପୁଣି ଥରେ ଆରମ୍ଭ କରିଛନ୍ତି। ଏହି କାର୍ଯ୍ୟ ଯେଭଳି ସୁରୁଖୁର‌ୁରେ ସମ୍ପାଦନ ହୋଇପାରିବ...

ffhbbvvb

ନୂଆଦିଲ୍ଲୀ: ଆର୍ଥିକ କ୍ଷେତ୍ରର ସରକାରୀ ବ୍ୟାବସାୟିକ ଅନୁଷ୍ଠାନ ଯଥା ବ୍ୟାଙ୍କ, ବୀମା କମ୍ପାନିଗୁଡ଼ିକର ଘରୋଇକରଣ ଓ ଅଂଶଧନ ବିକ୍ରି ପ୍ରକ୍ରିୟାକୁ ସରକାର ପୁଣି ଥରେ ଆରମ୍ଭ କରିଛନ୍ତି। ଏହି କାର୍ଯ୍ୟ ଯେଭଳି ସୁରୁଖୁର‌ୁରେ ସମ୍ପାଦନ ହୋଇପାରିବ, ସେଥିପାଇଁ ମର୍ଚାଣ୍ଟ ବ୍ୟାଙ୍କର୍‌ ନିଯୁକ୍ତ କରାଯିବ। ସେମାନଙ୍କଠାରୁ ସରକାର ବିଡ୍‌ ଆହ୍ବାନ କରିଛନ୍ତି। ୨୦୨୧-୨୨ ବଜେଟ୍‌ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦୁଇଟି ସରକାରୀ ବ୍ୟାଙ୍କର ଘରୋଇକରଣ କରାଯିବ ବୋଲି ଘୋଷଣା କରିଥିଲେ। ଏହା ବ୍ୟତୀତ ଆଇଡିବିଆଇ ବ୍ୟାଙ୍କର ଘରୋଇକରଣ ପ୍ରକ୍ରିୟା ଜାରି ରହିଛି। କିନ୍ତୁ ଅନ୍ୟ ବ୍ୟାଙ୍କଗୁଡ଼ିକ ବିଷୟରେ ସରକାର ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ କରୁନଥିଲେ। ଗତବର୍ଷ ଲୋକସଭା ନିର୍ବାଚନ ଥିବାରୁ ଏହି ପ୍ରକ୍ରିୟା ମନ୍ଥର ହୋଇଥିଲା। 

ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଅଂଶଧନ ବିକ୍ରି ଓ ତାଲିକାଭୁକ୍ତ ଆର୍ଥିକ ଅନୁଷ୍ଠାନଗୁଡ଼ିକରୁ ପୁଞ୍ଜି ପ୍ରତ୍ୟାହାର କିଭଳି କରାଯିବ, ତାହା ଉପରେ ମର୍ଚାଣ୍ଟ ବ୍ୟାଙ୍କର୍‌ ସରକାରଙ୍କୁ ପରାମର୍ଶ ଦେବେ ଓ ଯୋଜନା ପ୍ରସ୍ତୁତ କରିବେ। ପୁଞ୍ଜି ପ୍ରତ୍ୟାହାରର ଦେଖାଶୁଣା କରୁଥିବା ନିବେଶ ଓ ସରକାରୀ ସମ୍ପତ୍ତି ପରିଚାଳନା (ଦିପମ୍‌) ବିଭାଗ ପକ୍ଷରୁ ବିଡ୍ ଆହ୍ବାନ କରାଯାଇଛି। ମର୍ଚାଣ୍ଟ ବ୍ୟାଙ୍କର୍‌ଙ୍କୁ ତିନି ବର୍ଷ ପାଇଁ ନିଯୁକ୍ତ କରାଯିବ। ଆବଶ୍ୟକ ହେଲେ ସେମାନଙ୍କ କାର୍ଯ୍ୟ ଅବଧିକୁ ଏକ ବର୍ଷ ବୃଦ୍ଧି କରାଯିବ। ବିଡ୍‌ ଦାଖଲ କରିବାର ଶେଷ ତାରିଖ ମାର୍ଚ୍ଚ ୨୭ ରହିଛି। 

ପୁଞ୍ଜି ପ୍ରତ୍ୟାହାର ପ୍ରକ୍ରିୟାକୁ ସଫଳ କରିବା ଲାଗି ମର୍ଚାଣ୍ଟ ବ୍ୟାଙ୍କର୍‌ମାନେ କାମ କରିବେ। ସେମାନେ ବଜାର ସର୍ବେକ୍ଷଣ କରିବା ସହ ଦେଶବିଦେଶରେ ରୋଡ୍‌ ସୋ’ ଆୟୋଜନ କରି ନିବେଶକମାନଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବେ। ନିବେଶକମାନଙ୍କ ସହ ବୈଠକ‌ ଆୟୋଜନ କରାଇବେ। ସେ ବାବଦ ଖର୍ଚ୍ଚ ସେମାନେ ନିଜେ ବହନ କରିବେ। କେବଳ ସରକାରୀ ଅଧିକାରୀଙ୍କ ଗସ୍ତ ଓ ରହଣୀ ଖର୍ଚ୍ଚକୁ ସରକାର ବହନ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe