Advertising prices increased: ମୁଦ୍ରିତ ଗଣମାଧ୍ୟମରେ ବିଜ୍ଞାପନ ଦର ୨୬% ବଢ଼ିଲା: ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ଅନୁ‌ମୋଦନ

ମୁଦ୍ରିତ ଗଣମାଧ୍ୟମ ପାଇଁ ସରକାରୀ ବିଜ୍ଞାପନ ଦରରେ ୨୬% ବୃଦ୍ଧିକୁ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅନୁମୋଦନ ଦେଇଛି। ଦୈନିକ ୧ ଲକ୍ଷ କପି ପ୍ରକାଶିତ ହେଉଥିବା ଖବରକାଗଜରେ କଳାଧଳା ବିଜ୍ଞାପନ ଦର ବର୍ଗ ସେଣ୍ଟିମିଟର ପିଛା ୪୭ ଟଙ୍କା ୪୦ ପଇସାରୁ ୫୯ ଟଙ୍କା ୬୮ ପଇସ‌ାକୁ ବୃଦ୍ଧି କରାଯାଇଛି।

advertising

Photograph: (Next Innovation Asia)

ନୂଆଦିଲ୍ଲୀ: ମୁଦ୍ରିତ ଗଣମାଧ୍ୟମ ପାଇଁ ସରକାରୀ ବିଜ୍ଞାପନ ଦରରେ ୨୬% ବୃଦ୍ଧିକୁ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅନୁମୋଦନ ଦେଇଛି। ଦୈନିକ ୧ ଲକ୍ଷ କପି ପ୍ରକାଶିତ ହେଉଥିବା ଖବରକାଗଜରେ କଳାଧଳା ବିଜ୍ଞାପନ ଦର ବର୍ଗ ସେଣ୍ଟିମିଟର ପିଛା ୪୭ ଟଙ୍କା ୪୦ ପଇସାରୁ ୫୯ ଟଙ୍କା ୬୮ ପଇସ‌ାକୁ ବୃଦ୍ଧି କରାଯାଇଛି। ରଙ୍ଗିନ ବିଜ୍ଞାପନ ଏବଂ ପସନ୍ଦଯୋଗ୍ୟ ସ୍ଥାନରେ ବିଜ୍ଞାପନକୁ ସ୍ଥାନିତ କରିବା ଲାଗି ପ୍ରିମିୟମ୍‌ ଦର ସକାଶେ କମିଟିର ସୁପାରିସକୁ କାର୍ଯ୍ୟକାରୀ କରିବା ଲାଗି ସରକାର ରାଜି ହୋଇଛନ୍ତି।

ମୁଦ୍ରିତ ଗଣମାଧ୍ୟମରେ ସରକାରୀ ବିଜ୍ଞାପନ ଦର ସଂଶୋଧନ ସମ୍ପର୍କରେ ସୁପାରିସ କରିବା ପାଇଁ ଏଏସ୍‌ଆଣ୍ଡ୍‌ଏଫ୍‌ଏ (ସୂଚନା ଓ ପ୍ରସାରଣ)ଙ୍କ ଅଧ୍ୟକ୍ଷତାରେ ନବମ ଦର ଢାଞ୍ଚା କମିଟି ୨୦୨୩ ସେପ୍ଟେମ୍ବର ୨୩ରେ ଏହାର ସୁପାରିସ ଦାଖଲ କରିଥିଲା। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ଏକ ନୋଡାଲ୍‌ ମିଡିଆ ୟୁନିଟ୍‌ ରୂପରେ କାର୍ଯ୍ୟ କରୁଥିବା କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି)ରେ ତାଲିକାଭୁକ୍ତ ହୋଇଥିବା ମୁଦ୍ରିତ ଗଣମାଧ୍ୟମଗୁଡ଼ିକୁ ସରକାରୀ ବିଜ୍ଞାପନ ଜାରି କରାଯାଏ। ସିବିସି ଦ୍ୱାରା ମୁଦ୍ରିତ ଗଣମାଧ୍ୟମରେ ବିଜ୍ଞାପନ ପ୍ରକାଶନର ହାର ଶେଷ ଥର ପାଇଁ ମନ୍ତ୍ରଣାଳୟ ଦ୍ୱାରା ୨୦୧୯ ଜାନୁଆରି ୯ରେ  ଅଷ୍ଟମ ଦର ଢାଞ୍ଚା କମିଟି (ଆରଏସ୍‌ସି)ର ସୁପାରିସ ଆଧାରରେ ସଂଶୋଧନ କରାଯାଇଥିଲା, ଯାହା ତିନି ବର୍ଷ ପାଇଁ ବୈଧ ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe