୧୮ ବର୍ଷ ପରେ ଆମଦାନିକୁ ଟପିବ ରପ୍ତାନି

Advertisment
୧୮ ବର୍ଷ ପରେ ଆମଦାନିକୁ ଟପିବ ରପ୍ତାନି

Image Courtesy of Business Today

ନୂଆଦିଲ୍ଲୀ: ଭାରତ ଏଭଳି ଏକ ଦେଶ ଯାହା ପ୍ରତିବର୍ଷ ଅଧିକ ମୂଲ୍ୟର ସାମଗ୍ରୀ ଆମଦାନି କରୁଥିବା ବେଳେ ତା’ଠାରୁ କମ୍ ମୂଲ୍ୟର ସାମଗ୍ରୀ ରପ୍ତାନି କରିଥାଏ। ସେଥିପାଇଁ ଏହା ସବୁ ବେଳେ ବାଣିଜ୍ୟ ନିଅଣ୍ଟ ଦେଇ ଗତି କରୁଥାଏ। ଯେତେବେଳେ ଆମଦାନି ଠାରୁ ରପ୍ତାନି କମ୍ ହୁଏ ‌ସେହି ସମୟରେ ବାଣିଜ୍ୟ ନିଅଣ୍ଟ ଦେଖାଦିଏ। ଦୀର୍ଘ ୧୮ ବର୍ଷ ହେଲାଣି ଦେଶ ବାଣିଜ୍ୟ ନିଅଣ୍ଟ ଦେଇ ଗତି କରୁଛି। ମାତ୍ର, କରୋନା ସଙ୍କଟ ଦେଖାଦେବା ପରେ ଆମଦାନିଠାରୁ ରପ୍ତାନି ଅଧିକ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଗତ ଜୁନ୍‌ରେ ଆମଦାନି ଠାରୁ ରପ୍ତାନି ଅଧିକ ହୋଇଥିବା ଅନୁମାନ କରାଯାଉଛି। ଏହି ମାସରେ ଆମଦାନି ୪୯ ପ୍ରତିଶତ ହ୍ରାସ ପାଇଥିବା ବେଳେ ରପ୍ତାନିରେ ମାତ୍ର ୧୨ ପ୍ରତିଶତ ହ୍ରାସ ଘଟିଛି। ଶେଷ ଥର ଲାଗି ୨୦୦୨ ଜାନୁଆରିରେ ଦେଶର ଆମଦାନି ଠାରୁ ରପ୍ତାନି ଅଧିକ ରହିଥିଲା। ଗତ ଶୁକ୍ରବାର ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ କହିଥିଲେ ଯେ ୨୦୧୯ ଜୁନ୍‌ରେ ଯେତିକି ସ‌ାମଗ୍ରୀ ରପ୍ତାନି ହୋଇଥିଲା, ଚଳିତ ବର୍ଷ ଜୁନ୍‌ରେ ତାହାର ପ୍ରାୟ ୮୮% ସ୍ତର ହାସଲ ହୋଇପାରିଛି। ୨୦୨୦ ଜୁନ୍‌ରେ ଲୁହା ପଥର ରପ୍ତାନି ୬୩%, ତୈଳବୀଜ ୫୧%, ଚାଉଳ ୩୨%, ରାସାୟନିକ ପଦାର୍ଥ ୧୯ ପ୍ରତିଶତ ଓ ଔଷଧ ରପ୍ତାନି ୧୦% ବଢ଼ିଛି। ସେହି ସମୟରେ ସୁନା, ମୂଲ୍ୟବାନ ପଥର, ରୁପା, ପରିବହନ ଉପକରଣ ଏବଂ ପେଟ୍ରୋଲିୟମ ସାମଗ୍ରୀ ଆମଦାନି ୫୬ରୁ ୭୭ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଛି। ପୋଷାକ, ଇସ୍ପାତ ଓ ଲୁହା, ମେସିନ ଉପକରଣ, ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଆମଦାନି ମଧ୍ୟ ହ୍ରାସ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe