ଏୟାରଟେଲ୍‌ ପରେ ଷ୍ଟାର୍‌ଲିଙ୍କ୍‌ ସହ ଜିଓର ଚୁକ୍ତି

ଉପଗ୍ରହ ଇଣ୍ଟରନେଟ୍ ସେବା ଷ୍ଟାର୍‌ଲିଙ୍କ୍‌କୁ ଭାରତ ଆଣିବା ଲାଗି ବିଶ୍ବର ଏକ ନମ୍ବର ଧନୀ ଏଲନ୍‌ ମସ୍କଙ୍କ କମ୍ପାନି ସ୍ପେସ୍‌ଏକ୍ସ ସହ ହାତ ମିଳାଇଛି ମୁକେଶ ଅମ୍ବାନିଙ୍କ ରିଲାଏନ୍ସ ଜିଓ। ଗତକାଲି ସୁନୀଲ ମିତ୍ତଲଙ୍କ ଏୟାରଟେଲ୍‌ ମଧ୍ୟ ସମାନ ଚୁକ୍ତି ଘୋଷଣା କରିଥିଲା।

starlink

ନୂଆଦିଲ୍ଲୀ: ଉପଗ୍ରହ ଇଣ୍ଟରନେଟ୍ ସେବା ଷ୍ଟାର୍‌ଲିଙ୍କ୍‌କୁ ଭାରତ ଆଣିବା ଲାଗି ବିଶ୍ବର ଏକ ନମ୍ବର ଧନୀ ଏଲନ୍‌ ମସ୍କଙ୍କ କମ୍ପାନି ସ୍ପେସ୍‌ଏକ୍ସ ସହ ହାତ ମିଳାଇଛି ମୁକେଶ ଅମ୍ବାନିଙ୍କ ରିଲାଏନ୍ସ ଜିଓ। ଗତକାଲି ସୁନୀଲ ମିତ୍ତଲଙ୍କ ଏୟାରଟେଲ୍‌ ମଧ୍ୟ ସମାନ ଚୁକ୍ତି ଘୋଷଣା କରିଥିଲା। ତେଣୁ ଆଗାମୀ ଦିନରେ ଏହି ଦୁଇ କମ୍ପାନି କାନ୍ଧରେ ବସି ଷ୍ଟାର୍‌ଲିଙ୍କ୍‌ ଭାରତ ଆସିବା‌ ଆଶା କରାଯାଉଛି। ଯଦିଓ ଚୁକ୍ତି ସ୍ବାକ୍ଷର ହୋଇଛି, କିନ୍ତୁ ଶୀଘ୍ର ଷ୍ଟାର୍‌ଲିଙ୍କର ସେବା ଭାରତରେ ଉପଲବ୍ଧ ହେବ ବୋଲି ଆଶା କରାଯାଇପାରିବ ନାହିଁ। କାରଣ ଭାରତରେ ଇଣ୍ଟରନେଟ୍ ସେବା ଦେବାକୁ ହେଲେ ବିଭିନ୍ନ ପ୍ରକାର ନିୟାମକ ମଞ୍ଜୁରି ଓ କେନ୍ଦ୍ର ସରକାରଙ୍କ ଅନୁମୋଦନ ଆବଶ୍ୟକ। ତେଣୁ ଯେ‌ ପର୍ଯ୍ୟନ୍ତ ଷ୍ଟାର୍‌ଲିଙ୍କ୍‌କୁ ଏସବୁ ଅନୁମୋଦନ ନ ମିଳିଛି, ସେତେଦିନ ପର୍ଯ୍ୟନ୍ତ ଏହାର‌ ସେବା ଉପଲବ୍ଧ ହେବାର ସମ୍ଭାବନା କ୍ଷୀଣ।

ତେବେ ଯେଉଁ ଦୁଇ କମ୍ପାନି ଷ୍ଟାର୍‌ଲିଙ୍କ୍‌ର ଭାରତ ପ୍ରବେଶ ଉପରେ ଆପତ୍ତି ଉଠାଇଥିଲେ, ସେମାନେ କେଉଁ ଶକ୍ତି ଚାପରେ ଏହି ଚୁକ୍ତି କରିଛନ୍ତି ତାହା ଏକ ବଡ଼ ପ୍ରସଙ୍ଗ। ଆମେରିକାର ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ଦାୟିତ୍ବ ନେବା ପରେ ବହୁତ କିଛି ପରିବର୍ତ୍ତନ‌ ହୋଇଛି। ତାଙ୍କ ଘନିଷ୍ଠ ସହଯୋଗୀ ଭାବେ ମସ୍କ କାମ କରୁଥିବାରୁ, ଷ୍ଟାରଲିଙ୍କ ସହ ଚୁକ୍ତି ପଛରେ ମସ୍କ କିମ୍ବା ଟ୍ରମ୍ପଙ୍କ ହାତକୁ ଅସ୍ବୀକାର କରାଯାଇପାରିବ ନାହିଁ। ଅବଶ୍ୟ, ଷ୍ଟାରଲିଙ୍କ୍‌ ନିଶ୍ଚିତ ରୂପେ ଏକ ବହୁତ ଭଲ ଇଣ୍ଟରନେଟ୍ ସେବା। ଦୁର୍ଗମ ଓ ଅପହଞ୍ଚ ଅଞ୍ଚଳଗୁଡ଼ିକରେ ହାଇ-ସ୍ପିଡ୍ ଇଣ୍ଟରନେଟ୍ ପହଞ୍ଚାଇବାରେ ରହିଥିବା ବାଧାକୁ ଏହା ଦୂର କରିବ। ଏହାର ସେବାକୁ ସେହି ଅଞ୍ଚଳଗୁଡ଼ିକରେ ଥିବା ସ୍କୁଲ, ହସ୍ପିଟାଲ୍ ଓ ସରକାରୀ କାର୍ଯ୍ୟାଳୟଗୁଡ଼ିକ ବ୍ୟବହାର କରି ଉପକୃତ ହୋଇପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe