ଭାରତ, ଆମେରିକା ପରେ ବ୍ରିଟେନ କେନ୍ଦ୍ରୀୟ ବ୍ୟାଙ୍କ ବଢ଼ାଇଲା ସୁଧ

ଜିପିଏଫ୍‌ ସୁଧ ହାର ୭.୧%ରେ ଅପରିବର୍ତ୍ତିତ

Investopedia

ନୂଆଦିଲ୍ଲୀ: ଭାରତ ଏବଂ ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ଗତକାଲି ସୁଧ ହାର ବୃଦ୍ଧି କରିଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ହାରରେ ୦.୪୦ ପ୍ରତିଶତ ଏବଂ ‌ଆମେରିକାର ଫେଡେରାଲ ରିଜର୍ଭ ୦.୫୦ ପ୍ରତିଶତ ବୃଦ୍ଧି ଘୋଷଣା କରିବା ‌ପରେ ବ୍ୟାଙ୍କ ଅଫ୍ ଇଂଲଣ୍ଡ ଆଜି ସୁଧ ହାର ୦.୨୫ ପ୍ରତିଶତ ବୃଦ୍ଧି କରିଛି। ଫଳରେ ଏହା ୧ ପ୍ରତିଶତରେ ପହଞ୍ଚିଛି। ବ୍ୟାଙ୍କ ଅଫ୍ ଇଂଲଣ୍ଡର ମୁଦ୍ରାନୀତି ନିର୍ଦ୍ଧାରକଙ୍କ ମଧ୍ୟରୁ ୩ ଜଣ ସୁଧ ହାରରେ ୦.୫୦ ପ୍ରତିଶତ ବୃଦ୍ଧି ପାଇଁ ମତ ଦେଇଥିଲେ। କିନ୍ତୁ ୬ ଜଣ ସଦସ୍ୟ ୦.୨୫ ପ୍ରତିଶତ ବୃଦ୍ଧି ପାଇଁ ମତ ଦେବାରୁ ଏହି ବୃଦ୍ଧି କରାଯାଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ହାର ଏବଂ ସିଆରଆର ବଢ଼ାଇବା ପରେ ଆଇସିଆଇସିଆଇ ଏବଂ ବ୍ୟାଙ୍କ ଅଫ ବରୋଦା ସୁଧ ହାର ବୃଦ୍ଧି ଘୋଷଣା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe