Strategic Culture Foundation
ବେଜିଂ: ଆମେରିକା ଓ ଚୀନ୍ ମଧ୍ୟରେ ପୁଣି ଥରେ ବାଣିଜ୍ୟ ଲଢ଼େଇ ଆରମ୍ଭ ହୋଇଛି। ଚୀନ୍ର ୫୦ ବିଲିଅନ୍ ଡଲାର ସାମଗ୍ରୀ ଉପରେ ଆମେରିକାର ଡୋନାଲ୍ଡ ଟ୍ରମ୍ପ୍ ପ୍ରଶାସନ ଟିକସ ଲଗାଇବାକୁ ନିଷ୍ପତ୍ତି ନେଇଛି। ଚୀନ୍ ସାମଗ୍ରୀଗୁଡ଼ିକ ଉପରେ ଆମେରିକା ୨୫% ଆମଦାନି ଶୁଳ୍କ ଲାଗୁ କରିଛି। ଏହାର ଜବାବରେ ଚୀନ୍ ପକ୍ଷରୁ ମଧ୍ୟରୁ ଆମେରିକାର ସାମଗ୍ରୀଗୁଡ଼ିକ ଉପରେ ସମାନ ପରିମାଣର ଟିକସ ଲାଗୁ କରାଯାଇଛି। ଚୀନ୍ର ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଆମେ ବାଣିଜ୍ୟ ଲଢ଼େଇ ଚାହୁଁନାହୁଁ। କିନ୍ତୁ ଆମେରିକାର ଏଭଳି ହାନିକାରକ ପଦକ୍ଷେପକୁ ପ୍ରତିହତ କରିବା ପାଇଁ ଆମକୁ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ। ଆମର ଜାତୀୟ ସ୍ୱାର୍ଥ ଓ ଲୋକମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ ଏଭଳି ନିଷ୍ପତ୍ତି ନେବାକୁ ହେବ। କାରବାରକୁ ନେଇ ଆମେରିକା ଓ ଚୀନ୍ ମଧ୍ୟରେ କିଛି ମାସ ହେଲାଣି ମତଭେଦ ଲାଗି ରହିଛି। ଶେଷ ଥର ଚୀନ୍ ସାମଗ୍ରୀ ଉପରେ ଆମେରିକା ଟିକସ ପରିମାଣ ବଢ଼ାଇ ଦେବା ପରେ ଚୀନ୍ ମଧ୍ୟ ସମାନ ପଦକ୍ଷେପ ନେଇଥିଲେ। ଦୁଇ ରାଷ୍ଟ୍ର ମଧ୍ୟରେ ଆଲୋଚନା ହେବା ପରେ ସେହି ସମସ୍ୟାର ସମାଧାନ ହୋଇଥିଲା।
Follow Us