ପୁଣି ଏକ ବ୍ୟାଙ୍କ ଧର୍ମଘଟ ୨୧ରେ

Advertisment
ଆଜି ବ୍ୟାଙ୍କ ଧର୍ମଘଟ

ନୂଆଦିଲ୍ଲୀ: ଚଳିତ ମାସ ୨୬ ତାରିଖରେ ଏକ ବ୍ୟାଙ୍କ ଧର୍ମଘଟ ହେବାର ଅଛି। ଏହା ପୂର୍ବରୁ ୨୧ ତାରିଖରେ ବ୍ୟାଙ୍କ ଅଧିକାରୀମାନେ ଆଉ ଏକ ଧର୍ମଘଟ କରିବେ ବୋଲି ଘୋଷଣା କରିଛନ୍ତି। ଏହା ହେଲେ ବଡ଼ଦିନ ସପ୍ତାହରେ ବ୍ୟାଙ୍କ କାରବାର ଗୁରୁତର ପ୍ରଭାବିତ ହେବ। ଡିସେମ୍ବର ୨୧ ଶୁକ୍ରବାର ହୋଇଥିବା ବେଳେ ଏହାର ପର ଦୁଇଦିନ ଶନିବାର ଓ ରବିବାର ଯୋଗୁ ବ୍ୟାଙ୍କ ଛୁଟି ରହିବ। ୨୪ ତାରିଖକୁ ବାଦ ଦେଲେ ବଡ଼ଦିନ ପାଇଁ ୨୫ ତାରିଖରେ ପୁଣି ବ୍ୟାଙ୍କ ଛୁଟି ହେବ। ବେତନ ସଂଶୋଧନରେ ବ୍ୟାଙ୍କ ଅଧିକାରୀଙ୍କ ପ୍ରତି ହୋଇଥିବା ଅନ୍ୟାୟ ପ୍ରତିବାଦରେ ଧର୍ମଘଟ କରିବାକୁ ସର୍ବଭାରତୀୟ ବ୍ୟାଙ୍କ ଅଫିସର ମହାସଂଘ ପକ୍ଷରୁ ଧମକ ଦିଆଯାଇଛି। ସମାନ ଦାବି ନେଇ ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ (ୟୁବିଏଫ୍‌ୟୁ) ପକ୍ଷରୁ ୨୬ ତାରିଖରେ ଧର୍ମଘଟ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe