ଭୁବନେଶ୍ବର: ଦୀର୍ଘଦିନର ବୃଦ୍ଧି ଓ ହୋହଲ୍ଲା ପରେ କେନ୍ଦ୍ର ସରକାର ଗତ ୪ ତାରିଖରେ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ ଘୋଷଣା କରିଥିଲେ। ସରକାରଙ୍କ ଘୋଷଣା ପରେ ଭୁବନେଶ୍ବରରେ ପେଟ୍ରୋଲ ଦର ୨ ଟଙ୍କା ୪୮ ପଇସା ଏବଂ ଡିଜେଲ ଦର ୨ ଟଙ୍କା ୬୯ ପଇସା କମିଥିଲା। କିନ୍ତୁ ତା ପରଠାରୁ ତେଲ ଦର ବଢ଼ିବାରେ ଲାଗିଛି। ରବିବାର ଭୁବନେଶ୍ବରରେ ପେଟ୍ରୋଲ ଦର ୮୧ ଟଙ୍କା ୫୪ ପଇସାରେ ପହଞ୍ଚି ଯାଇଥିବା ବେଳେ ଡିଜେଲ ଦର ପୁଣି ୮୦ ଟଙ୍କା ୯୦ ପଇସା ଛୁଇଁଛି। ସରକାର ତେଲ ଦର ହ୍ରାସ ଘୋଷଣା କରିବା ପୂର୍ବରୁ ଭୁବନେଶ୍ବରରେ ପେଟ୍ରୋଲ ଦର ୮୨ ଟଙ୍କା ୮୧ ପଇସା ଏବଂ ଡିଜେଲ ଦର ୮୦ ଟଙ୍କା ୯୭ ପଇସା ରହିଥିଲା। ତେଣୁ ଡିଜେଲ ଦର ଯେତିକି କମିଥିଲା ଏବେ ୯ ଦିନ ମଧ୍ୟରେ ପ୍ରାୟ ସେତିକି ବଢ଼ିଗଲାଣି। ଅନ୍ୟପକ୍ଷରେ ପେଟ୍ରୋଲ ଦର ବୃଦ୍ଧି ଅପେକ୍ଷାକୃତ ଭାବେ କମ୍ ରହିଛି। ଗତ ୪ ତାରିଖରେ ଭୁବନେଶ୍ବରରେ ପେଟ୍ରୋଲ ଦର ୮୨ ଟଙ୍କା ୮୧ ପଇସା ଥିଲା। ସରକାରଙ୍କ ଘୋଷଣା ପରେ ୫ ତାରିଖରେ ଏହା ୮୦ ଟଙ୍କା ୩୩ ପଇସାକୁ ଖସି ଆସିଥିଲା। କିନ୍ତୁ ଇତିମଧ୍ୟରେ ଭୁବନେଶ୍ବରରେ ପେଟ୍ରୋଲ ଦର ଲିଟର ପିଛା ୧ ଟଙ୍କା ୨୧ ପଇସା ମହଙ୍ଗା ହୋଇସାରିଲାଣି। ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ବିଷୟ ହେଲା ପେଟ୍ରୋଲ ତୁଳନାରେ ଡିଜେଲ ଦର ପ୍ରତିଦିନ ବହୁ ଅଧିକ ମାତ୍ରାରେ ବଢ଼ୁଛି। ଫଳରେ ଏହି ସମୟ ମଧ୍ୟରେ ପେଟ୍ରୋଲ ତୁଳନାରେ ଡିଜେଲ ଦର ବୃଦ୍ଧି ଦୁଇଗୁଣରୁ ଅଧିକ ରହିଛି। ଏହି ଦର ବୃଦ୍ଧି ପୁଣି ଖାଉଟିଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଲାଣି।
      
          ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
      
    
  
  
 
  
    Here are a few more articles:
    
        
    
            
            {{#pages}}
                
                
                
            {{/pages}}
            
        
    
    
  
 Follow Us