ଖୁବ୍‌ଶୀଘ୍ର ଭାରତକୁ ଫେରିବ ଲାମ୍ବ୍ରେଟା ସ୍କୁଟର

Advertisment
ଖୁବ୍‌ଶୀଘ୍ର ଭାରତକୁ ଫେରିବ ଲାମ୍ବ୍ରେଟା ସ୍କୁଟର

ନୂଆଦିଲ୍ଲୀ: ଖୁବ୍‌ଶୀଘ୍ର ଭାରତକୁ ଫେରିବ ଲାମ୍ବ୍ରେଟା। ୨୦୨୦ର ଅଟୋ ଏକ୍ସପୋରେ କଂପାନି ଏହାର ସମ୍ପୂର୍ଣ୍ଣ ଇଲେକ୍‌ଟ୍ରିକ୍ ସ୍କୁଟରକୁ ଉନ୍ମୋଚନ କରିବ। ବର୍ଷକ ପୂର୍ବରୁ ଏହି ଘୋଷଣା କରାଯାଇଥିଲା। ଏଥିପାଇଁ କଂପାନି ତରଫରୁ ଲୋହିଆ ଅଟୋ ସହିତ ବୁଝାମଣା କରାଯାଇଛି। ଲାମ୍ବ୍ରେଟା ଓ ଲୋହିଆ ଅଟୋ ମିଶି ଏକ ଯୌଥ ଉଦ୍ୟୋଗ ସ୍ଥାପନ କରିବେ। ସେହି କଂପାନି ଲା‌ମ୍ବ୍ରେଟା ଗାଡ଼ି କାରବାର ସମ୍ଭାଳିବ।

publive-image

ନିକଟରେ ଇଟାଲିରେ ଆୟୋଜନ କରାଯାଇଥିବା ଏକ ମୋଟରସାଇକଲ୍ ସୋ’ରେ ଲାମ୍ବ୍ରେଟା ତରଫରୁ ଏହାର ଜି୩୨୫ ସ୍କୁଟରକୁ ଉନ୍ମୋଚନ କରାଯାଇଥିଲା। ଏହା ପ୍ରାୟ ପୁରୁଣା ଲାମ୍ବ୍ରେଟା ଭଳି ଦେଖାଯାଉଛି। ଭାରତ ସ୍ବାଧୀନ ହେବାର କିଛି ବର୍ଷ ପରେ ଅର୍ଥାତ୍‌ ୧୯୫୦ ବେଳକୁ ଲାମ୍ବ୍ରେଟାର ସ୍କୁଟର ଭାରତକୁ ଆସିଥିଲା। ୧୯୭୬ ପର୍ଯ୍ୟନ୍ତ ଗାଡ଼ିଗୁଡ଼ିକୁ ଲାମ୍ବ୍ରେଟା ନାମରେ ବିକ୍ରି କରାଯାଉଥିଲା। ଏହା ପରେ ତାହାର ନାମ ‘ଲାମ୍ବି’ ରଖାଯାଇଥିଲା। ୧୯୭୨ରେ ସରକାରୀ ସଂସ୍ଥା ସ୍କୁଟର ଇଣ୍ଡିଆ ଲିମିଟେଡ୍‌ ପକ୍ଷରୁ ଇନୋସେଣ୍ଟିର ଭାରତୀୟ କାରବାରକୁ ସମ୍ପୂର୍ଣ୍ଣ ଅଧିଗ୍ରହଣ କରାଯାଇଥିଲା। ୧୯୯୦ ପର୍ଯ୍ୟନ୍ତ ଏହା ଲାମ୍ବ୍ରେଟା ମଡେଲ୍‌ଗୁଡ଼ିକୁ ଉତ୍ପାଦନ କରିଥିଲା। ୧୯୯୩ ପରେ କଂପାନି ଅଚଳ ହୋଇଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe