ମାଲ୍ୟାଙ୍କୁ ସୁପ୍ରିମକୋର୍ଟ ଝଟ୍‌କା

Advertisment
ପଳାତକ ଘୋଷିତ ମାଲ୍ୟାଙ୍କୁ ଆଇନଗତ ଖର୍ଚ୍ଚ ପାଇଁ ୧୧ କୋଟି ଟଙ୍କା ଦେବେ ଲଣ୍ଡନ ହାଇକୋର୍ଟ

ନୂଆଦିଲ୍ଲୀ: ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ସୁପ୍ରିମକୋର୍ଟ ଝଟ୍‌କା ଦେଇଛନ୍ତି। ତାଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ପକ୍ଷରୁ ଜାରି ରହିଥିବା କାର୍ଯ୍ୟାନୁଷ୍ଠାନ ଉପରେ‌ ରୋକ ଲଗାଇବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ଏନେଇ ମାଲ୍ୟା ଯେଉଁ ମାମଲା ଦାୟର କରିଥିଲେ ତାହାକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ତ୍ବରାନ୍ବିତ କରିବା ପାଇଁ ଇଡିକୁ ସୁପ୍ରିମକୋର୍ଟ କହିଛନ୍ତି। ଏନେଇ ଇଡିକୁ ଏକ ନୋଟିସ୍ ଜାରି କରାଯାଇଛି। ଭାରତରୁ ପଳାୟନ କରି ବର୍ତମାନ ବ୍ରିଟେନ୍‌ରେ ଥିବା ମାଲ୍ୟା ନିଜ ଓକିଲ ଜରିଆରେ ଇଡିର କାର୍ଯ୍ୟାନୁଷ୍ଠାନ ଉପରେ ରୋକ ଲଗାଇବାକୁ ଆବେଦନ କରିଥିଲେ। ମାଲ୍ୟାଙ୍କୁ ପଳାତକ ଅର୍ଥନୈତିକ ଅପରାଧୀ ଘୋଷଣା କରିବା ପାଇଁ ଇଡି ପକ୍ଷରୁ କୋର୍ଟରେ ଆବେଦନ କରାଯାଇଛି। ତାହାକୁ ମାଲ୍ୟା ବିରୋଧ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe