ଏଜିଆର୍‌ ପ୍ରସଙ୍ଗ : ସୁପ୍ରିମକୋର୍ଟ ଦେଲେ ୧୦ ବର୍ଷ ସମୟ, ସରକାରଙ୍କୁ କଂପାନି ଗଣିବେ ୧.୬ ଲକ୍ଷ କୋଟି

Advertisment
କୋଭିଡ୍‌ ରୋଗୀଙ୍କୁ ଅସ୍ପୃଶ୍ୟ ଭଳି ବ୍ୟବହାର କରାଯାଉଛି: ସୁପ୍ରିମକୋର୍ଟ

Image Courtesy of The Financial Express

ନୂଆଦିଲ୍ଲୀ : ଟେଲିକମ‌ କଂପାନିଗୁଡ଼ିକୁ ଆଡଜଷ୍ଟେଡ୍‌ ଗ୍ରସ୍ ରେଭିନ୍ୟୁ (ଏଜିଆର୍‌) ବାବଦରେ ୧.୬ ଲକ୍ଷ କୋଟି ଟଙ୍କା ଟେଲିକମ୍ ବିଭାଗକୁ ଦେବାକୁ ପଡ଼ିବ। ଏଥିପାଇଁ ସେମାନଙ୍କୁ ସୁପ୍ରିମକୋର୍ଟ ଆଜି ୧୦ ବର୍ଷର ସମୟ ଦେଇଛନ୍ତି। କୋର୍ଟଙ୍କ ଏହି ନିଷ୍ପତ୍ତି ଭୋଡାଫୋନ୍ ଆଇଡିଆ, ଏୟାରଟେଲ୍ ଓ ଟାଟା ଟେଲି ସର୍ଭିସେସ୍ ଭଳି ସଂସ୍ଥାକୁ ପ୍ରଭାବିତ କରିବ। ବକେୟା ଏଜିଆର୍‌ ଦେୟର ୧୦ ପ୍ରତିଶତ ରାଶି ୨୦୨୧ ମାର୍ଚ୍ଚ ସୁଦ୍ଧା ଦେବା ଲାଗି କଂପାନିଗୁଡ଼ିକୁ କୁହାଯାଇଛି।

ବିଚାରପତି ଅରୁଣ ମିଶ୍ରଙ୍କ ନେତୃତ୍ବାଧୀନ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ହୋଇଥିଲା। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଟେଲିକମ୍ ବିଭାଗ ଯେଉଁ ଦାବି କରିଛି ଏବଂ କୋର୍ଟ ଯେଉଁ ରାୟ ଶୁଣାଇଛନ୍ତି ତାହା ଚୂଡ଼ାନ୍ତ। ଏଜିଆର୍‌ ବାବଦ ଦେୟ ଦେବା ପାଇଁ ଚାରି ସପ୍ତାହ ଭିତରେ ବ୍ୟକ୍ତି ଗ୍ୟାରେଣ୍ଟି ଓ ଅଣ୍ଡରଟେକିଂ ଦାଖଲ କରିବା ଲାଗି କଂପାନିଗୁଡ଼ିକର ଏମ୍‌ଡି ଓ ସିଇଓମାନଙ୍କୁ ନିର୍ଦେଶ ଦିଆଯାଇଛି। ଯେଉ: କଂପାନି ଧାର୍ଯ୍ୟ ସମୟରେ କିସ୍ତି ଦେଇପାରିବେ ନାହିଁ ସେମାନଙ୍କୁ ଅତିରିକ୍ତ ଜରିମାନା ଓ ସୁଧ ଗଣିବାକୁ ପଡ଼ିବ। ଦରକାର ପଡ଼ିଲେ କଂପାନି ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ ହେବ ବୋଲି କୋର୍ଟ ଚେତାବନୀ ଦେଇଛନ୍ତି।ଦେବାଳିଆ ହୋଇପଡ଼ିଥିବା ଏବଂ ସ୍ପେକ୍ଟ୍ରମ୍‌କୁ ବିକିଥିବା କଂପାନିଗୁଡ଼ିକ ସମ୍ପର୍କିତ ନିଷ୍ପତ୍ତି ଜାତୀୟ କଂପାନି ଲ' ଟ୍ରିବ୍ୟୁନାଲ୍‌ରେ ନେବ ବୋଲି କୋର୍ଟ କହିଛନ୍ତି। ଏଜିଆର ବାବଦ‌ ଶେଷ କିସ୍ତି ନଦେବା ପର୍ଯ୍ୟନ୍ତ ଟେଳିକମ୍ ବିଭାଗ ପାଖରେ କଂପାନିଗୁଡ଼ିକର ବ୍ୟାଙ୍କ ଗ୍ୟାରେଣ୍ଟି ରହିବ। ଟେଲିକମ୍ କଂପାନିଗୁଡ଼ିକ ନିଜ ରାଜସ୍ବର ଏକ ନିର୍ଦିଷ୍ଟ ଭାଗ ସରକାରଙ୍କୁ ଲାଇସେନ୍ସ ଓ ସ୍ପେକ୍ଟ୍ରମ୍ ବ୍ୟବହାର ଶୁଳ୍କ ଭାବେ ପ୍ରଦାନ କରିଥାନ୍ତି। ସେମାନଙ୍କ ରାଜସ୍ବ ହିସାବ ପାଇଁ ଏକ ସଂଜ୍ଞା ନିର୍ଧାରଣ କରାଯାଇଥିଲା ଯାହାକୁ ସରକାର ପରବତୀ ସମୟରେ ବଦଳାଇଥିଲେ। ଅନେକ ବର୍ଷ ବିତିଯିବା ପରେ ନୂଆ ସଂଜ୍ଞା ଅନୁସାରେ ପୁରୁଣା ବର୍ଷଗୁଡ଼ିକ ପାଇଁ କଂପାନିଗୁଡ଼ିକ ସରକାରଙ୍କୁ କେତେ ଟଙ୍କା ଦେବେ ତାହା ହିସାବ କରାଯାଇଥିଲା। ଏହା ପରେ ପ୍ରତି କଂପାନିକୁ ଟେଲିକମ୍ ବିଭାଗ ନୋଟିସ୍‌ ପଠାଇ ଏଜିଆର୍‌ ବାବଦ ଦେୟ ଦେବାକୁ ଦାବି କରିଥିଲା। ମାତ୍ର ସଂଜ୍ଞାରେ ପରିବର୍ତନକୁ କଂପାନିଗୁଡ଼ିକ ବିରୋଧ କରିଥିଲେ। ଶେଷରେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe