Modern Railway Station:ନିର୍ମାଣ ହେଉଛି ସ୍ବତନ୍ତ୍ର ରେଳ ଷ୍ଟେସନ: ଏକାସାଙ୍ଗରେ ମିଳିବ ଟ୍ରେନ, ବସ୍ ଏବଂ ମେଟ୍ରୋ ସୁବିଧା

ଅହମଦାବାଦରେ ନିର୍ମାଣ ହେବାକୁ ଯାଉଛି ସ୍ବତନ୍ତ୍ର ରେଳ ଷ୍ଟେସନ। ଯାହାକି ୧୬ ମହଲା ବିଶିଷ୍ଟ ହେବ। ଏହି ପ୍ରକଳ୍ପ କେବଳ ଗୁଜରାଟ ପାଇଁ ନୁହେଁ ବରଂ ସମଗ୍ର ଦେଶ ପାଇଁ ଅତ୍ୟାଧୁନିକ ପରିବହନ ଭିତ୍ତିଭୂମିର ଏକ ନୂତନ ମାନଦଣ୍ଡ ସ୍ଥାପନ କରିବ।

Untitled-16

ahmedabad modern railway station 16 floor Photograph: (@sambad.in)

ଗୁଜୁରାଟର: ଦେଶରେ ପ୍ରଥମଥର ପାଇଁ ଗୁଜୁରାଟର ଅହମଦାବାଦରେ ଏକ ସ୍ବତନ୍ତ୍ର ରେଳ ଷ୍ଟେସନ ନିର୍ମାଣ ହେବାକୁ ଯାଉଛି। ଏହି ରେଳ ଷ୍ଟେସନକୁ ନେଇ ଚର୍ଚ୍ଚା ଜୋର ଧରିଛି।  ଏହା କେବଳ ଟ୍ରେନ ନୁହେଁ ବରଂ ବସ୍ ଏବଂ ମେଟ୍ରୋ  ସେବା ମଧ୍ୟ ପ୍ରଦାନ କରିବ। ଏହା ବ୍ୟତୀତ ଷ୍ଟେସନରେ ମଲ୍, ଅଫିସ, ହୋଟେଲ ଏବଂ ଉଦ୍ୟାନ ମଧ୍ୟ ରହିବ। 

୧୬ ମହଲା ବିଶିଷ୍ଟ ହେବ ରେଳ ଷ୍ଟେସନ

ଗୁଜୁରାଟର ଅହମଦାବାଦରେ ନିର୍ମାଣ ହେବାକୁ ଯାଉଛି ସ୍ବତନ୍ତ୍ର ରେଳ ଷ୍ଟେସନ। ଯାହାକି ୧୬ ମହଲା ବିଶିଷ୍ଟ ହେବ। ଏହି ପ୍ରକଳ୍ପ କେବଳ ଗୁଜରାଟ ପାଇଁ ନୁହେଁ ବରଂ ସମଗ୍ର ଦେଶ ପାଇଁ ଅତ୍ୟାଧୁନିକ ପରିବହନ ଭିତ୍ତିଭୂମିର ଏକ ନୂତନ ମାନଦଣ୍ଡ ସ୍ଥାପନ କରିବ ବୋଲି ଆଶା ରଖାଯାଇଛି।

ଅଧିକପଢ଼ନ୍ତୁ: ଧର୍ମେନ୍ଦ୍ରଙ୍କ ଦେହାନ୍ତ ପରେ ହେମାଙ୍କ ପ୍ରଥମ ପ୍ରତିକ୍ରିୟା

ଦ୍ରୁତଗତିରେ ଆଗେଇ ଚାଲିଛି ବୃହତ୍ତ ପ୍ରକଳ୍ପର କାମ

ରେଳବାଇ ସୂତ୍ରରୁ ପ୍ରକାଶ,  ଏହି ବୃହତ୍ତ ପ୍ରକଳ୍ପର କାମକୁ ୨୦୨୭ ଜୁଲାଇ ସୁଦ୍ଧା ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ତେଣୁ ଏହି କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି। ଏହା କେବଳ ଏକ ରେଳ ଷ୍ଟେସନ ହୋଇ ରହିବ ନାହିଁ ବରଂ ଯାତ୍ରୀ, ପର୍ଯ୍ୟଟକ ଏବଂ ସହରବାସୀଙ୍କ ପାଇଁ ଏକ ବହୁମୁଖୀ ସେବା ପ୍ରଦାନକାରୀ ସ୍ଥାନ ପାଲଟିବ। ଏଣିକି ଯାତ୍ରୀମାନେ ଗୋଟିଏ ସ୍ଥାନରେ ବସ୍, ଟ୍ରେନ୍, ମେଟ୍ରୋ ଏବଂ ବୁଲେଟ୍ ଟ୍ରେନ୍ ସେବା ପାଇପାରିବେ। ଏହି ସ୍ବତନ୍ତ୍ର ପ୍ରକଳ୍ପ ଯାତ୍ରୀମାନଙ୍କ ଯାତ୍ରାକୁ ସୁବିଧାଜନକ କରିବ ବୋଲି ଦାବି କରାଯାଉଛି। ଷ୍ଟେସନର ଡିଜାଇନରେ ସହରର ପ୍ରାଚୀନ ଐତିହ୍ୟକୁ ମଧ୍ୟ ସାମିଲ କରାଯାଇଛି।

ବିକଶିତ ହେବ ଅହମ୍ମଦାବାଦ

ଏହି ପ୍ରକଳ୍ପକୁ ନେଇ ରେଳ ଅଧିକାରୀମାନେ କହିଛନ୍ତି , ଷ୍ଟେସନ ଚାରିପାଖରେ ଥିବା ଅଞ୍ଚଳ ମଧ୍ୟ ବିକଶିତ ହେବ। ଉନ୍ନତ ରାସ୍ତା, ବସ୍ ସଂଯୋଗ, ମେଟ୍ରୋ ଲିଙ୍କ୍ ଏବଂ ଭବିଷ୍ୟତର ବୁଲେଟ୍ ଟ୍ରେନ୍ କରିଡର ସହିତ ଏହି ସମଗ୍ର ଅଞ୍ଚଳ ଅହମ୍ମଦାବାଦର ନୂତନ ପରିବହନ କେନ୍ଦ୍ର ଭାବରେ ଉଭା ହେବ। ଏହି ପ୍ରକଳ୍ପ ସହରର ଆର୍ଥିକ ବିକାଶ, ବାଣିଜ୍ୟ ଏବଂ ପର୍ଯ୍ୟଟନକୁ ମଧ୍ୟ ବୃଦ୍ଧି କରିବ। ସ୍ଥାନୀୟ ଲୋକମାନେ ମଧ୍ୟ ଏହି ପ୍ରକଳ୍ପ ପାଇଁ ବେଶ ଉତ୍ସାହିତ ଅଛନ୍ତି। 

ଅଧିକପଢ଼ନ୍ତୁ:ଦୀର୍ଘ ୧୩ବର୍ଷର ଅପେକ୍ଷା... ୨୩ଘଣ୍ଟାର ଯାତ୍ରା ପରେ ପରିବେଶବିତ୍ ଖୋଜି ପାଇଲେ ଦୁର୍ଲଭ ଫୁଲ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe