ଅହମଦାବାଦ ବିମାନ ଦୁର୍ଘଟଣା: ବୀମା ଦାବି ୨୪୦୦ କୋଟି ଟପିବ, ଏୟାର୍‌ ଇଣ୍ଡିଆ ବିମାନର ସୁରକ୍ଷା ଅଡିଟ୍ ହେବ

Advertisment

ଅହମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ୨୪୧ ପ୍ରାଣ ହରାଇବା ପରେ ବୀମା ରାଶିକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ଏହି ଦୁର୍ଘଟଣାରେ ଉଭୟ ଧନ ଓ ଜୀବନ ହାନି ହୋଇଛି। ତେଣୁ ୨୪୦୦ କୋଟି ଟଙ୍କାରୁ ଅଧିକ ବୀମା ରାଶି ପାଇବା ଲାଗି ଦାବି ଆସିପାରେ ବୋଲି ଅନୁମାନ କରାଯାଉଛି।

ଅହମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ୨୪୧ ପ୍ରାଣ ହରାଇବା ପରେ ବୀମା ରାଶିକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ଏହି ଦୁର୍ଘଟଣାରେ ଉଭୟ ଧନ ଓ ଜୀବନ ହାନି ହୋଇଛି। ତେଣୁ ୨୪୦୦ କୋଟି ଟଙ୍କାରୁ ଅଧିକ ବୀମା ରାଶି ପାଇବା ଲାଗି ଦାବି ଆସିପାରେ ବୋଲି ଅନୁମାନ କରାଯାଉଛି।

ନୂଆ ବୀମା ଉତ୍ପାଦ ପାଇଁ ଅନୁମତି ଦରକାର ନାହିଁ

ନୂଆଦିଲ୍ଲୀ: ଅହମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ୨୪୧ ପ୍ରାଣ ହରାଇବା ପରେ ବୀମା ରାଶିକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ଏହି ଦୁର୍ଘଟଣାରେ ଉଭୟ ଧନ ଓ ଜୀବନ ହାନି ହୋଇଛି। ତେଣୁ ୨୪୦୦ କୋଟି ଟଙ୍କାରୁ ଅଧିକ ବୀମା ରାଶି ପାଇବା ଲାଗି ଦାବି ଆସିପାରେ ବୋଲି ଅନୁମାନ କରାଯାଉଛି। ତାହା ଭାରତ ବିମାନ ଚଳାଚଳ ଇତିହାସର ସର୍ବବୃହତ୍‌ ବୀମା ଦାବି ହେବ। ସମଗ୍ର ବୀମା ଶିଳ୍ପରୁ ପ୍ରିମିୟମ୍‌ ଭାବେ ବୀମା କମ୍ପାନିଗୁଡ଼ିକ ଯେତିକି ଆୟ କରିନାହାନ୍ତି, ଏହି ଘଟଣାରେ ସେମାନେ ତା’ଠାରୁ ଅଧିକ ବୀମାରାଶି ପ୍ରଦାନ କରିବେ। ଅନ୍ୟପକ୍ଷରେ ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି) ପକ୍ଷରୁ ବିମାନ ଦୁର୍ଘଟଣାରେ ମୃତବ୍ୟକ୍ତିଙ୍କୁ ବୀମାରାଶି ପ୍ରଦାନ ପ୍ରକ୍ରିୟାକୁ କୋହଳ କରାଯାଇଛି। ଯଦି ମୃତ୍ୟୁ ପ୍ରମାଣପତ୍ର ନଥାଏ ତା’ହେଲେ ସରକାରଙ୍କ ରେକର୍ଡରେ ପଲିସିଧାରକଙ୍କ ମୃତ୍ୟୁ ନେଇ ରହିଥିବା ରିପୋର୍ଟ କିମ୍ବା କେନ୍ଦ୍ର, ରାଜ୍ୟ ସରକାର କିମ୍ବା ଏୟାରଲାଇନ୍‌ ଦସ୍ତାବିଜ୍‌କୁ ମଧ୍ୟ ମୃତ୍ୟୁ ପ୍ରମାଣପତ୍ର ଭାବେ ଗ୍ରହଣ କରାଯିବ।

ଏୟାର୍‌ ଇଣ୍ଡିଆ ବିମାନର ସୁରକ୍ଷା ଅଡିଟ୍ ହେବ

ନୂଆଦିଲ୍ଲୀ: ଅହମଦାବାଦରେ ଘଟିଥିବା ମର୍ମନ୍ତୁଦ ବିମାନ ଦୁର୍ଘଟଣା ପରେ ଏୟାର ଇଣ୍ଡିଆର ସମସ୍ତ ବୋଇଂ ୭୮୭-୮/୯ ବିମାନଗୁଡ଼ିକର ସୁରକ୍ଷା ଅଡିଟ୍ କରିବାକୁ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ନିର୍ଦ୍ଦେଶ ଦେଇଛନ୍ତି। ଏହି ଦୁର୍ଘଟଣାରେ ପ୍ରାୟ ୨୬୫ ଜଣଙ୍କ ମୃତ୍ୟୁ ହୋଇଛି। ଏକ ପ୍ରତିଷେଧମୂଳକ ପଦକ୍ଷେପ ସ୍ବରୂପ କମ୍ପାନିର ଥିବା ବୋଇଂ ବିମାନଗୁଡ଼ିକର ସୁରକ୍ଷା ଅଡିଟ୍ କରାଯିବ। ଚଳିତ ମାସ ୧୫ରୁ ଭାରତରୁ ଉଡ଼ାଣ କରୁଥିବା ବିମାନଗୁଡ଼ିକୁ ଅନ୍ତତଃ ଗୋଟିଏ ଥର ଯାଞ୍ଚ କରିବାକୁ ଡିଜିସିଏ ନିର୍ଦ୍ଦେଶ ଦେଇଛନ୍ତି। ବିମାନର ଉଡ଼ାଣ ପୂର୍ବରୁ ଇନ୍ଧନ ନିରୀକ୍ଷଣ ଓ ଯାଞ୍ଚ, କ୍ୟାବିନ୍‌ର ଏୟାର କମ୍ପ୍ରେସର ଓ ଅନ୍ୟାନ୍ୟ ବ୍ୟବସ୍ଥା, ଇଲେକ୍ଟ୍ରୋନିକ୍‌ ଇଞ୍ଜିନ ନିୟନ୍ତ୍ରଣ ବ୍ୟବସ୍ଥାର ପରୀକ୍ଷା, ଇଞ୍ଜିନ ଫୁଏଲ୍‌ ଡ୍ରିଭେନ୍ ଆକ୍‌ଚୁଏଟର୍‌ର ପରୀକ୍ଷା, ତୈଳ ବ୍ୟବସ୍ଥାର ପରୀକ୍ଷା, ହାଇଡ୍ରଲିକ୍ ବ୍ୟବସ୍ଥାର ପରୀକ୍ଷା ଏବଂ ଉଡ଼ାଣ (ଟେକ୍‌-ଅଫ୍) ମାନଦଣ୍ଡଗୁଡ଼ିକର ସମୀକ୍ଷା କରିବାକୁ ଡିଜିସିଏ ନିର୍ଦ୍ଦେଶ ଦେଇଛନ୍ତି। ଦୁଇ ସପ୍ତାହ ମଧ୍ୟରେ ବିଦ୍ୟୁତ୍‌ ଯାଞ୍ଚ କରିବାକୁ କୁହାଯାଇଛି। ଏହି ସମସ୍ତ ପରୀକ୍ଷା ଶେଷ କରିବା ପରେ ତାହାର ସମୀକ୍ଷା ଲାଗି ଡିଜିସିଏ ପାଖକୁ ପଠାଇବାକୁ ନିର୍ଦ୍ଦେଶ ଜାରି କରାଯାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe