ଗୁଗୁଲ୍‌ ସର୍ଚ୍ଚରେ ଏଆଇ ସୁବିଧା ଖୁବ୍‌ଶୀଘ୍ର

Advertisment
ଗୁଗୁଲ୍‌ ସର୍ଚ୍ଚରେ ଏଆଇ ସୁବିଧା ଖୁବ୍‌ଶୀଘ୍ର

Google Play

ନୂଆଦିଲ୍ଲୀ: ସାରା ବିଶ୍ବରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (କୃତ୍ରିମ ବୁଦ୍ଧିମତ୍ତା) ବା ଏଆଇକୁ ନେଇ ଚାଲିଥିବା ପ୍ରତିଦ୍ବନ୍ଦ୍ବିତାରେ ବିଶ୍ବର ସବୁଠୁ ବଡ଼ ଇଣ୍ଟରନେଟ୍‌ କଂପାନି ପଛରେ ରହିବାକୁ ଚାହୁଛନ୍ତି। ଓପନ୍‌ଏଆଇର ଚାଟ୍‌ଜିପିଟି ବିପୁଳ ଲୋକପ୍ରିୟତା ହାସଲ କରିବା ପରେ ସେହି ଧରଣର ଭାବ ବିନିମୟ ଭିତ୍ତିକ ଏଆଇ ପ୍ରଯୁକ୍ତିକୁ କଂପାନି ଏହାର ସର୍ଚ୍ଚ ଇଞ୍ଜିନ୍‌ରେ ଯୋଡ଼ିବାକୁ ଚାହୁଛି। ଏହା ଦ୍ବାରା ଗୁଗୁଲ୍ ସର୍ଚ୍ଚରେ ଲୋକମାନେ ଚାଟ୍‌ଜିପିଟି ମାନର ଉତ୍ତର ପାଇବାକୁ ସମର୍ଥ ହେବେ। ଗୁଗୁଲ୍‌ ସର୍ଚ୍ଚ ସହ ଏଆଇକୁ ଶୀଘ୍ର ଯୋଡ଼ାଯିବ ବୋଲି ଏକ ସାକ୍ଷାତକାରରେ କଂପାନିର ସିଇଓ ସୁନ୍ଦର ପିଚ୍ଚାଇ କହିଛନ୍ତି। ମାଇକ୍ରୋସଫ୍ଟ, ମେଟା ଓ ବିଶ୍ବର ଅନ୍ୟ ବଡ଼ ବଡ଼ କଂପାନି ସେମାନଙ୍କ ଉତ୍ପାଦ ଓ ସେବା ସହିତ ଏଆଇକୁ ଯୋଡ଼ିବା ଲାଗି ଦୌଡ଼ୁଥିବା ବେଳେ ସେଥିରେ ଗୁଗୁଲ୍‌ ପଛରେ ରହିବାକୁ ଚାହୁନାହିଁ।

ଚାଟ୍‌ଜିପିଟି ଲୋକପ୍ରିୟ ହୋଇଥିବାରୁ ଗୁଗୁଲ୍ ସର୍ଚ୍ଚକୁ ଲୋକମାନେ ଭୁଲିଯିବେ ବୋଲି ଯେଉଁ ଆଶଙ୍କା ପ୍ରକାଶ ପାଇଛି ତାହାକୁ ପିଚ୍ଚାଇ ଖଣ୍ଡନ କରିଛନ୍ତି। ତେବେ ଗୁଗୁଲ୍ ଏବେ ଏଭଳି ଏକ ସଙ୍କଟ ସମୟ ଦେଇ ଗତି କରୁଛି ଯେଉଁଠାରେ ଖର୍ଚ୍ଚ କମ୍ କରିବା ଲାଗି କଂପାନି କର୍ତ୍ତୃପକ୍ଷଙ୍କ ଉପରେ ନିବେଶକମାନେ ଚାପ ପକାଉଛନ୍ତି। କଂପାନି ଏହାର ୧୨ ହଜାର କର୍ମଚାରୀଙ୍କୁ ଛଟେଇ କରିବାକୁ ଘୋଷଣା କରିଛି। ଚଳିତ ବର୍ଷ ମାର୍ଚ୍ଚରେ ଗୁଗୁଲ୍ ତରବରିଆ ଭାବେ ଏହାର ଏଆଇ ଚାଟ୍‌ବଟ୍ ‘ବାର୍ଡ’କୁ ଉନ୍ମୋଚନ କରିଥିଲା। କିନ୍ତୁ ତାହା କିଛି ପ୍ରଶ୍ନର ସଠିକ୍ ଉତ୍ତର ଦେଇନପାରିବାରୁ କଂପାନିକୁ କଡ଼ା ସମାଲୋଚନା କରାଯାଇଥିଲା। ସେଥିପାଇଁ କଂପାନି ତାହାକୁ ନିଜ ସର୍ଚ୍ଚ ଇଞ୍ଜିନ ସହ ଯୋଡ଼ିବାରୁ ଏପର୍ଯ୍ୟନ୍ତ ଦୂରେଇ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe