୧୦୦୦ ବିଶେଷଜ୍ଞଙ୍କ ଚେତାବନୀ: ‘ଏଆଇ’ ମାନବ ସମାଜ ପ୍ରତି ବିପଦ

Advertisment

ମସ୍କଙ୍କ ସମେତ ବହୁ ବିଶେଷଜ୍ଞଙ୍କ ଖୋଲା ଚିଠି, ପରୀକ୍ଷାନିରୀକ୍ଷା ତୁରନ୍ତ ବନ୍ଦ ହେଉ

ମସ୍କଙ୍କ ସମେତ ବହୁ ବିଶେଷଜ୍ଞଙ୍କ ଖୋଲା ଚିଠି, ପରୀକ୍ଷାନିରୀକ୍ଷା ତୁରନ୍ତ ବନ୍ଦ ହେଉ

ପ୍ରତିଦିନ ରାତିରେ ଡାଟା ଏକ୍ସପୋର୍ଟ କରୁଛି ହ୍ବାଟ୍‌ସଆପ୍‌: ମସ୍କ

ନୂଆଦିଲ୍ଲୀ : ଆର୍ଟିଫିସିଆଲ ଇଣ୍ଟେଲିଜେନ୍‌ସ (କୃତ୍ରିମ ବୁଦ୍ଧିମତା) ବା ଏଆଇକୁ ନେଇ ଟେସ୍‌ଲାର ମୁଖ୍ୟ ଏଲନ୍‌ ମସ୍କଙ୍କ ସମେତ ବିଶ୍ବର ୧୦୦୦ ବିଶେଷଜ୍ଞ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ଏହାକୁ ନେଇ ହେଉଥିବା ପରୀକ୍ଷାନିରୀକ୍ଷାକୁ ବନ୍ଦ କରିବା ଲାଗି ସେମାନେ ଦାବି କରିଛନ୍ତି। ଏଆଇକୁ ନେଇ ଚାଲିଥିବା ପରୀକ୍ଷାନିରୀକ୍ଷା ବନ୍ଦ ନହେଲେ ମାନବ ସମାଜ ପ୍ରତି ବହୁତ ବଡ଼ ବିପଦ ସୃଷ୍ଟି ହେବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।

ଏଲନ୍‌ ମସ୍କ, ଆପଲ୍‌ର ସହ ପ୍ରତିଷ୍ଠାତା ଷ୍ଟିଭ୍ ୱଜନିଆକ୍‌ଙ୍କ ସମେତ ଶିକ୍ଷା ଓ ପ୍ରଯୁକ୍ତି ଜଗତର ପ୍ରାୟ ହଜାରେ ବିଶେଷଜ୍ଞ ଏଆଇକୁ ନେଇ ରହିଥିବା ବିପଦ ସମ୍ପର୍କରେ ଏକ ଖୋଲା ଚିଠି ଲେଖିଛନ୍ତି। ଏହି ଖୋଲା ଚିଠିରେ ପିନ୍‌ଇଣ୍ଟରେଷ୍ଟ୍‌, ସ୍କାଏପେ, ଆପଲ୍‌ ଓ ଟେସ୍‌ଲା ସିଇଓଙ୍କ ଦସ୍ତଖତ ମଧ୍ୟ ରହିଛି। ଏହା ବ୍ୟତୀତ ପ୍ରିନ୍‌ସଟନ୍‌, ବର୍କଲି ଭଳି ବିଶ୍ବବିଦ୍ୟାଳୟର ଗବେଷକ ମଧ୍ୟ ଏଥିରେ ଦସ୍ତଖତ କରିଛନ୍ତି। ଆସନ୍ତା ଛଅ ମାସ ପର୍ଯ୍ୟନ୍ତ ଏଆଇକୁ ନେଇ ହେଉଥିବା ପରୀକ୍ଷାନିରୀକ୍ଷା ସମ୍ପୂର୍ଣ୍ଣ ବନ୍ଦ କରିବାକୁ ସେମାନେ ଆହ୍ବାନ ଦେଇଛନ୍ତି। ସେହି କାର୍ଯ୍ୟରେ ଲିପ୍ତ ଥିବା ସଂସ୍ଥାଗୁଡ଼ିକ ନିଜ ଆଡ଼ୁ କାର୍ଯ୍ୟ ବନ୍ଦ ନକଲେ ସରକାର ହସ୍ତକ୍ଷେପ କରିବା ଉଚିତ ବୋଲି ସେମାନେ କହିଛନ୍ତି।

ସେମାନେ ଜଣାଇଛନ୍ତି ଯେ ଏଆଇ ପ୍ରଯୁକ୍ତିର ବହୁ ସକାରାତ୍ମକ ପ୍ରଭାବ ରହିଛି ଯାହାକୁ ମାନବ ସମାଜ ବ୍ୟବହାର କରିପାରିବ। କିନ୍ତୁ ଯଦି ବୈଜ୍ଞାନିକମାନେ ନୂଆ ନୂଆ ଓ ଉନ୍ନତ ମଡେଲ୍‌ ବିକାଶ କରିବା ଜାରି ରଖିବେ ତେବେ ମାନବ ସମାଜ ପ୍ରତି ବହୁତ ବଡ଼ ବିପଦ ସୃ‌ଷ୍ଟି ହେବ। ନିକଟରେ ଏକ ଏଆଇ ଲ୍ୟାବ୍‌ ଏଭଳି ଉନ୍ନତ ଓ ଶକ୍ତିଶାଳୀ ଡିଜିଟାଲ୍ ମସ୍ତିଷ୍କ ବିକାଶ କରିଛି ଯାହାକୁ ତାହାର ସୃଷ୍ଟିକର୍ତ୍ତା ବି ସହଜରେ ବୁଝିପାରିବେ ନାହିଁ। ତାହାର କାର୍ଯ୍ୟର ପୂର୍ବାନୁମାନ କରାଯାଇପାରିବନି ଓ ତାହାକୁ ନିୟନ୍ତ୍ରଣ ମଧ୍ୟ କରାଯାଇପାରିବ ନାହିଁ ବୋଲି ସେମାନେ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe