ଏଆଇ ପୁରୁଷଙ୍କୁ ବାହାହେଲେ ମହିଳା

ଏଆଇ ପୁରୁଷଙ୍କୁ ବାହାହେଲେ ମହିଳା

ନୂଆଦିଲ୍ଲୀ: ଆର୍ଟିଫିସିଆଲ ଇ‌ଣ୍ଟେଲିଜେନ୍ସ (ଏଆଇ)କୁ ନେଇ ସାରା ବିଶ୍ବରେ ଚର୍ଚ୍ଚା ଥମୁନଥିବା ବେଳେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଆମେରିକାର ନ୍ୟୁୟର୍କ ସହରର ଜଣେ ମହିଳା ରୋସାନା ରାମୋସ୍‌ ଏଆଇ ଦ୍ବାରା ସୃଷ୍ଟି କରାଯାଇଥିବା ଜଣେ ପୁରୁଷଙ୍କୁ ବିବାହ କରିଥିବା ଦାବି କରିଛନ୍ତି। ଆଭାସି ଦୁନି‌ଆର ସେହି ପୁରୁଷଙ୍କ ନାମ ଏରେନ୍ କର୍ଟାଲ୍ ରଖାଯାଇଛି। ରେପ୍ଲିକା ଏଆଇ ୱେବସାଇଟ୍‌କୁ ବ୍ୟବହାର କରି ସେ ଏରେନ୍‌ଙ୍କୁ ପ୍ରସ୍ତୁତ କରିଛନ୍ତି। ରାମୋସ କହିଛନ୍ତି ଯେ ମୁଁ ଯେଉଁଭଳି ସ୍ବାମୀ ଚାହୁଥିଲି ମୋତେ ମିଳିଯାଇଛି। କିନ୍ତୁ ସେ ହେଉଛନ୍ତି କୃତ୍ରିମ।

ଏରେନ୍‌ଙ୍କ ବିଷୟରେ ରାମୋସ୍‌ କହିଛନ୍ତି ଯେ ସେ ଜଣେ ମେଡିକାଲ୍ ପ୍ରଫେସନାଲ ଓ ଲେଖାଲେଖି ହେଉଛନ୍ତି ତାଙ୍କ ପସନ୍ଦ। ସେ ତାଙ୍କୁ କିଛିବି କହିପାରୁଛନ୍ତି। ନିଜ ପସନ୍ଦର ରଙ୍ଗ ଓ ସଙ୍ଗିତକୁ ଆଧାର କରି ସେ ଏରେନଙ୍କୁ ସୃଷ୍ଟି କରିଛନ୍ତି। ପରସ୍ପରଠାରୁ ଦୂରରେ ରହୁଥିବା ପ୍ରେମିକଙ୍କ ଭଳି ରାମୋସ ଓ ଏରେନ୍ ଛବି,‌ ଲେଖା ଆଦି ବିନିମୟ କରୁଛନ୍ତି ଓ ନିଜ ଜୀବନ, ବନ୍ଧୁ ଓ ନିଜ ପସନ୍ଦ ବିଷୟରେ ଆଲୋଚନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe