AI seminar: କେଏଲ୍‌ ବିଶ୍ବବିଦ୍ୟାଳୟର ଏଆଇ ସେମିନାର

କେଏଲ୍‌ ବିଶ୍ବବିଦ୍ୟାଳୟ ପକ୍ଷରୁ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଉପରେ ଏକ ସେମିନାର ଓ କ୍ୟାରିୟର କାଉନ୍‌ସେଲିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

fshfhfhsvxn

ଭୁବନେଶ୍ବର: କେଏଲ୍‌ ବିଶ୍ବବିଦ୍ୟାଳୟ ପକ୍ଷରୁ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଉପରେ ଏକ ସେମିନାର ଓ କ୍ୟାରିୟର କାଉନ୍‌ସେଲିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଶ୍ବବିଦ୍ୟାଳୟର ଜୋନାଲ ମୁଖ୍ୟ ଆର୍‌ ଶିବ କୁମାର ଯୋଗଦେଇ ଛାତ୍ରଛାତ୍ରୀମାନଙ୍କ ପାଇଁ ଏଆଇର ଉପାଦେୟତା ଓ ସେମାନଙ୍କ କ୍ୟା‌ରିୟର ପାଇଁ ଏଥିରେ ରହିଥିବା ସୁଯୋଗ ଉପରେ ଆଲୋଚନା କରିଥିଲେ। ଏଆଇ କିଭଳି ଶିକ୍ଷା ଓ କ୍ୟାରିୟର ଦୃଶ୍ୟପଟ୍ଟକୁ ବଦଳାଇଛି ତାହା ସେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଯୁକ୍ତଦୁଇ ପାଠପଢ଼ା ଶେଷ ହେବା ପରେ ଏଆଇରେ ଥିବା କ୍ୟାରିୟର ଓ ପ୍ଲେସ୍‌ମେଣ୍ଟ୍‌ ସୁଯୋଗ ବିଷୟରେ ସେ ଛାତ୍ରଛାତ୍ରୀଙ୍କୁ ଅବଗତ କରିଥିଲେ। ଏହି ଅବସରରେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ମୁଖ୍ୟ ସଂଯୋଜିକା ଡକ୍ଟର ସୁଜାତା ମହାନ୍ତି ଓ କ୍ୟାରିୟର କ୍ୟା‌ଉନ୍‌ସେଲିଂ ମୁଖ୍ୟ ଡକ୍ଟର ଦେବବାଳା ସ୍ବାଇଁ, କେଏଲ୍‌ ବିଶ୍ବବିଦ୍ୟାଳୟର ଆଞ୍ଚଳିକ ପ୍ରବନ୍ଧକ ପ୍ରଗତି ଦାଶ ଓ ପ୍ରବନ୍ଧକ ଯାଜ୍ଞସେନି ସ୍ବାଇଁ ଉପସ୍ଥିତ ଥିଲେ। କର୍ମଶାଳାରେ ୪୦୦ରୁ ଅଧିକ ଯୁକ୍ତ ତିନି ଛାତ୍ରଛାତ୍ରୀ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।

ସୂଚନାଥାଉ କି, କେଏଲ୍ ବିଶ୍ୱବିଦ୍ୟାଳୟର ମୁଖ୍ୟ କାର୍ଯ୍ୟାଳୟ ହାଇଦ୍ରାବାଦ ଓ ଆନ୍ଧ୍ରପ୍ରଦେଶର ବିଜୟୱଡ଼ାଠାରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ବ୍ୟବସ୍ଥା ରହିଛି। ଓଡ଼ିଶାର ଭୁବନେଶ୍ୱର, ବ୍ରହ୍ମପୁର ଓ ଜୟପୁର ଠାରେ କେବଳ ଏହାର ଶାଖା କାର୍ଯ୍ୟାଳୟ ରହିଛି। ୧୯୮୦-୮୧ରେ ସ୍ଥାପନ ହୋଇଥିବା ଜେଏଲ୍ ବିଶ୍ବବିଦ୍ୟାଳୟ ଉନ୍ନତ ଫାକଲ୍‌ଟି ଓ ଭିତ୍ତିଭୂମି ପାଇଁ ବେଶ୍ ପରିଚିତ। ବିଶ୍ବବିଦ୍ୟାଳୟରେ ୧୨୫୦ରୁ ଅଧିକ ଫାକଲ୍‌ଟି ଥିବା ବେଳେ ସେମାନଙ୍କ ମଧ୍ୟରୁ ୬୧୫ରୁ ଅଧିକ ଜଣଙ୍କ ପାଖରେ ପିଏଚ୍‌ଡି ଡିଗ୍ରି ରହିଛି ଓ ୫ଶହରୁ ଅଧିକ ଫାକଲ୍‌ଟି ପିଏଚ୍‌ଡି କରୁଛନ୍ତି। ପ୍ରତି ୧୫ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ଜଣେ ଲେଖାଏଁ ଫାକଲ୍‌ଟି ରହିଛନ୍ତି। ବିଶ୍ୱବିଦ୍ୟାଳୟରେ ଅନ୍ତର୍ଜାତୀୟ ଫାକଲ୍‌ଟି ମଧ୍ୟ ଅଛନ୍ତି। ୪୦ରୁ ଅଧିକ ଫାକଲ୍‌ଟି ଗବେଷଣା ପାଇଁ ସରକାରଙ୍କଠାରୁ ପୁରସ୍କାର ପାଇଛନ୍ତି।

୧୦୦ ଏକର ସ୍ଥାନରେ ସ୍ଥାପିତ କ୍ୟାମ୍ପସ୍‌ରେ କେଏଲ୍‌ ବିଶ୍ବବିଦ୍ୟାଳୟରେ ୭୨ ହବି କ୍ଲବ୍, ଟେକ୍ନିକାଲ କ୍ଲବ୍, ଛାତ୍ରଛାତ୍ରୀ ଚାପ୍ଟର, ଛାତ୍ରଛାତ୍ରୀଙ୍କ ପାଇଁ ଏସି/ଅଣଏସି ହଷ୍ଟେଲ୍‌, ଇ-ପାଠାଗାର, ଗବେଷଣା ଓ ବିକାଶ କ୍ଲବ୍, ଶିକ୍ଷା ଓ ବ୍ୟକ୍ତିଗତ କାଉନ୍‌ସେଲିଂ ସୁବିଧା, ପ୍ରକଳ୍ପଭିତ୍ତିକ ଲ୍ୟାବ୍‌, ଶିଳ୍ପ ଦ୍ବାରା ଦକ୍ଷତା ବିକାଶ ଏବଂ କ୍ରୀଡ଼ା ଲାଗି ପ୍ରଶିକ୍ଷକଙ୍କ ତତ୍ତ୍ବାବଧାନରେ ବିଭିନ୍ନ ସୁବିଧା ସୁଯୋଗ ରହିଛି। ବିଶ୍ୱବିଦ୍ୟାଳୟର ଏନ୍‌ଆଇଏଫ୍ ରୢାଙ୍କ୍ ୨୮ ଥିବା ବେଳେ ମ୍ୟାନେଜମେଣ୍ଟ୍ ରୢାଙ୍କ ୪୭ ଓ ଇଞ୍ଜିନିୟରିଂ ରୢାଙ୍କ୍ ୪୪ ରହିଛି। ୨୦୦୫ ପରଠାରୁ ବିଶ୍ବବିଦ୍ୟାଳୟ ୧୦୦% ପ୍ଲେସ୍‌ମେଣ୍ଟ୍ ରେକର୍ଡ ବଜାୟ ରଖିଛି। ଛାତ୍ରଛାତ୍ରୀମାନେ ବାର୍ଷିକ ୪୦ଲକ୍ଷରୁ ଅଧିକ ବେତନ ପ୍ୟାକେଜ୍‌ରେ ନିଯୁକ୍ତି ପାଇଛନ୍ତି। ୨୦୨୨-୨୩ରେ ୪୬୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ମିଳିଛି। କେଏଲ୍ ବିଶ୍ବବିଦ୍ୟାଳୟ ପକ୍ଷରୁ ୫୫୦ରୁ ଅଧିକ କମ୍ପାନି ସହ ବୁଝାମଣାପତ୍ର ସ୍ବାକ୍ଷର କରାଯାଇଥିବା ବେଳେ ୫ଶହରୁ ଅଧିକ ଜାତୀୟ ଓ ଅନ୍ତର୍ଜାତୀୟ କମ୍ପାନି ସହ ଯୋଡ଼ି ହୋଇ ରହିଛି। ବିଶ୍ୱବିଦ୍ୟାଳୟରେ ବି.ଟେକ୍ ଡିଗ୍ରି, ଡିପ୍ଲୋମା ଓ ପିଜି ପାଠ୍ୟକ୍ରମ ପ୍ରଦାନ କରାଯାଉଛି। ସେହିପରି ଯୁକ୍ତ ଦୁଇ ପାଠପଢ଼ା ଶେଷ କରିବା ପରେ ଇଞ୍ଜିନିୟରିଂ, ଅଣ ଇଞ୍ଜିନିୟରିଂ, ମେଡିକାଲ୍‌ ଓ ଅଣମେଡିକାଲ କ୍ଷେତ୍ରରେ ଆଗକୁ ବଢ଼ିବା ଲାଗି କ’ଣ ସବୁ ସୁଯୋଗ ରହିଛି ତାହା ଉପରେ କର୍ମଶାଳାରେ ଆଲୋକପାତ କରାଯାଇଥିଲା।

ଇଞ୍ଜିନିୟରିଂ ପାଠ ଲାଗି ଆଇଆଇଟି, ଏନ୍‌ଆରଟି, ଘରୋଇ ଇଞ୍ଜିନିୟରିଂ କଲେଜ ଓ ଡିମ୍‌ଡ ଟୁ ବି ୟୁନିଭର୍ସିଟିରେ ପାଠ ପଢ଼ିବାର ସୁଯୋଗ ରହିଛି। ସେଥିପାଇଁ ଜେଇଇ ସମେତ ବିଭିନ୍ନ ପ୍ରକାରର ପ୍ରବେଶିକା ପରୀକ୍ଷା କରାଯାଉଛି। ଇଞ୍ଜିନିୟରିଂ ପଢ଼ିବାକୁ ଚାହୁ ନଥିବା ପିଲାମାନେ ସ୍ଥାନୀୟ କଲେଜ କିମ୍ବା ଡିମ୍‌ଡ ବିଶ୍ୱବିଦ୍ୟାଳୟରେ ଥିବା ଅନ୍ୟ ପାଠ୍ୟକ୍ରମରେ ନାମ ଲେଖାଇପାରିବେ। ମେଡିକାଲ ପାଠ ପଢ଼ିବାକୁ ଚାହୁଥିବା ଛାତ୍ରଛାତ୍ରୀମାନଙ୍କ ଲାଗି ଏମ୍‌ବିବିଏସ୍, ପାରା ମେଡିକାଲ୍‌, ବି ଫାର୍ମା, ବିଏସ୍‌ସି ନସିଂ, ଫୋରେନ୍‌ସିକ୍ ସାଇନ୍ସ ଓ ବିଏସ୍‌ସି ଏଗ୍ରିକଲ୍‌ଚର୍‌ ଭଳି ପାଠ୍ୟକ୍ରମ ରହିଛି। ନିଟ୍ ପରୀକ୍ଷା ଲାଗି ଦେଶରେ ୨୩ଲକ୍ଷ ଛାତ୍ରଛାତ୍ରୀ ଆବେଦନ କରୁଛନ୍ତି। ଦେଶରେ ୬୯୫ଟି ମେଡିକାଲ କଲେଜ ରହିଛି। ଜେଇଇ ପରୀକ୍ଷା ଲାଗି ବର୍ଷକୁ ୧୪-୧୫ ଲକ୍ଷ ଛାତ୍ରଛାତ୍ରୀ ଆବେଦନ କରୁଛନ୍ତି। ୩୧ଟି ଏନ୍‌ଆଇସିରେ ୨୩,୯୪୫ ସିଟ୍ ଥିବା ବେଳେ ୨୩ଟି ଆଇଆଇଟିରେ ୧୭,୩୮୫ଟି ସିଟ୍ ରହିଛି ବୋଲି ସେମିନାରରୁ ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe