ଏୟାର ଏସିଆ ଇଣ୍ଡିଆର ସବୁ ଅଂଶଧନ କିଣିବ ଏଆଇ

Advertisment
ପୁଣେ ଯାଉଥିବା ଏୟାର ଏସିଆ ବିମାନରେ ମାଡ଼ ହେଲା ପକ୍ଷୀ, ଭୁବନେଶ୍ୱରରେ ଜରୁରୀ ଅବତରଣ କଲା ବିମାନ

The Financial Express

ନୂଆଦିଲ୍ଲୀ: ଟାଟା କମ୍ପାନି ମାଲିକାନାରେ ଥିବା ଏୟାରଲାଇନ୍ସ ଗୁଡ଼ିକ ମଧ୍ୟରେ ସମ୍ମିଶ୍ରଣ ପ୍ରକ୍ରିୟା ପାଦେ ଆଗକୁ ବଢ଼ିଛି। ଏୟାର ଏସିଆ ଇଣ୍ଡିଆରେ ଅଂଶଧନ କିଣିବା ପାଇଁ ଏୟାର ଇଣ୍ଡିଆ ଯେଉଁ ଉଦ୍ୟମ ଚଳାଇଛି ତାହାକୁ ଭାରତୀୟ ପ୍ରତିଯୋଗିତା ଆୟୋଗ ମଞ୍ଜୁରି ପ୍ରଦାନ କରିଛି। ଚଳିତବର୍ଷ ଜାନୁଆରିରେ ଏୟାର ଇଣ୍ଡିଆକୁ ଟାଟା କମ୍ପାନି ହାତେଇଥିଲା। ଏହାକୁ ଟାଟା ନିଜର ପ୍ରମୁଖ ବିମାନସେବା ପ୍ରଦାନକାରୀ ଭାବେ ରଖିବ। ଏହା ସହିତ ଏୟାର ଏସିଆ ଇଣ୍ଡିଆ ଓ ଏୟାର ଇଣ୍ଡିଆ ଏକ୍ସପ୍ରେସର ମିଶ୍ରଣ କରିବ। କିନ୍ତୁ ସିଙ୍ଗାପୁର ଏୟାରଲାଇନ୍ସ ସହଯୋଗରେ ଚାଲୁଥିବା ଭିସ୍ତାରା ବର୍ତ୍ତମାନ ପାଇଁ ପୃଥକ କମ୍ପାନି ଭାବେ କାର୍ଯ୍ୟ କରିବ।

ଏୟାର ଏସିଆ ଇଣ୍ଡିଆ ପ୍ରାଇ‌ଭେଟ ଲିମିଟେଡ (ଏଏଆଇପିଏଲ୍‌)ରେ ଟାଟା ସନ୍ସ ପ୍ରାଇଭେଟ ଲିମିଟେଡ (ଟିଏସପିଏଲ)ର ୮୩.୬୭ ପ୍ରତିଶତ ଅଂଶଧନ ରହିଥିବାବେଳେ ଅବଶିଷ୍ଟ ୧୬.୩୩ ପ୍ରତିଶତ ଏୟାର ଏସିଆ ନିକଟରେ ରହିଛି। ଭାରତୀୟ ବିମାନ ସେବା କ୍ଷେତ୍ରରେ ଇଣ୍ଡିଗୋର ଅଂଶଧନ ସର୍ବାଧିକ ୫୪ ପ୍ରତିଶତ ରହିଛି। ଏୟାର ଇଣ୍ଡିଆ ଓ ଏୟାର ଏସିଆ ଇଣ୍ଡିଆ ପ୍ରାଇଭେଟର ମିଶ୍ରଣ ଫଳରେ ଏହା ଦ୍ବିତୀୟ ବୃହତ ଘରୋଇ ବିମାନସେବା ପ୍ରଦାନକାରୀ କମ୍ପାନିରେ ପରିଣତ ହେବ ଏବଂ ନୂଆ କମ୍ପାନିର ବଜାରଅଂଶ ପ୍ରାୟ ୨୫ ପ୍ରତିଶତ ରହିବ। ଏୟାର ଏସିଆ ଇଣ୍ଡିଆକୁ ଅଧିଗ୍ରହଣ କରିବା ପାଇଁ ଏୟାର ଇଣ୍ଡିଆ ଗତ ଏପ୍ରିଲରେ ଭାରତୀୟ ପ୍ରତିଯୋଗିତା ଆୟୋଗକୁ ପ୍ରସ୍ତାବ ପଠାଇଥିଲା। ରାଜିନାମା ଅନୁଯାୟୀ, ଏୟାର ଏସିଆର ୧୬.୩ ପ୍ରତିଶତ ଅଂଶଧନକୁ ଏୟାର ଇଣ୍ଡିଆ ପ୍ରାୟ ୧୩୯ କୋଟି ଟଙ୍କାରେ ହାସଲ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe