ରେଳବାଇ ଭର୍ତ୍ତି ବୋର୍ଡ: ଅକ୍ଟୋବର ୧୬ ପରେ ଏପରି ଚେକ୍‌ କରନ୍ତୁ ଆବେଦନକାରୀ ନିଜର ପରୀକ୍ଷା ତାରିଖ, କେନ୍ଦ୍ର ଓ ସିପ୍ଟ

Advertisment
ରେଳବାଇ ଭର୍ତ୍ତି ବୋର୍ଡ: ଅକ୍ଟୋବର ୧୬ ପରେ ଏପରି ଚେକ୍‌ କରନ୍ତୁ ଆବେଦନକାରୀ ନିଜର ପରୀକ୍ଷା ତାରିଖ, କେନ୍ଦ୍ର ଓ ସିପ୍ଟ

ନୂଆଦିଲ୍ଲୀ: ରେଳବାଇ ଭର୍ତ୍ତି ବୋର୍ଡ ଅକ୍ଟୋବର ୧୬ ପରେ ପରୀକ୍ଷା ସିଡ୍ୟୁଲ ଜାରି କରାଯାଇଛି। ରେଳବାଇ ସମ୍ପ୍ରତି କେବଳ ଅକ୍ଟୋବର ୧୬ ଓ ଅକ୍ଟେବାର ୨୬ ପର୍ଯ୍ୟନ୍ତ ହେବାକୁ ଥିବା ପରୀକ୍ଷାର ସିଡ୍ୟୁଲ ଜାରି କରିଛି। ଯେଉଁ ଆବେଦନକାରୀଙ୍କ ପରୀକ୍ଷା ଅକ୍ଟୋବର ୧୬ରୁ ଅକ୍ଟୋବର ୨୬ ମଧ୍ୟରେ ହେବ ସେମାନଙ୍କ ପରୀକ୍ଷା ତାରିଖ, କେନ୍ଦ୍ର ଓ ସିପ୍ଟ ବିଷୟରେ ସମ୍ପୃକ୍ତ ତଥ୍ୟ ଦେଖି ପାରିବେ। ରେଳବାଇର ନୋଟିଫିକେସନ୍‌ ମୁତାବକ ଯେଉଁ ଆବେଦନକାରୀଙ୍କ ପରୀକ୍ଷା ଅକ୍ଟୋବର ୨୯ରୁ ହେବାକୁ ଅଛି ସେମାନଙ୍କ ପରୀକ୍ଷା ତାରିଖ, କେନ୍ଦ୍ର ଓ ସିପ୍ଟର ସୂଚନା ଅକ୍ଟୋବର ୧୮ରେ ଜାରି କରାଯିବ।

ଆପଣଙ୍କୁ ଜଣାଇ ରଖିବାକୁ ଚାହୁଁଛୁ ଯେ, ଫ୍ରେବୁଆରି ମାସରେ ଗ୍ରୁପ୍‌ ଡି ପଦବୀର ଭର୍ତ୍ତି ପାଇଁ ରେଳବାଇ ବିଜ୍ଞାପନ ଜାରି କରିଥିଲା। ଗ୍ରୁପ୍‌ ଡିର ପରୀକ୍ଷା ପ୍ରଥମ ଥର କମ୍ପ୍ୟୁଟର ଆଧାରରେ ହେଉଛି। ପରୀକ୍ଷା ପ୍ରତ୍ୟେକ ଦିନ ତିନିଟି ସିପ୍ଟରେ ଆୟୋଜିତ କରାଯାଉଛି।

ପରୀକ୍ଷା ତାରିଖ, କେନ୍ଦ୍ର ଓ ସିପ୍ଟର ସୂଚନା ପାଇଁ ଏଭଳି ଚେକ୍‌ କରନ୍ତୁ

ଷ୍ଟେପ୍‌ ୧: ଆବେଦନକାରୀଙ୍କ ପରୀକ୍ଷା ତାରିଖ, ତିଥି ଓ କେନ୍ଦ୍ର ଚେକ୍‌ କରିବା ପାଇଁ ରିଜନ୍‌ର ଆରଆରବି େଓ୍ଵବସାଇଟକୁ ଯିବାକୁ ପଡ଼ିବ।

ଷ୍ଟେପ୍‌ ୨: ହୋମ୍‌ପେଜରେ ଦିଆଯାଇଥିବା Click here for Exam Date, City And Shift Detailsର ଲିଙ୍କ୍‌ରେ କ୍ଲିକ୍‌ କରନ୍ତୁ।

ଷ୍ଟେପ୍‌ ୩: ନିଜର ରେଜିଷ୍ଟ୍ରେସନ୍‌ ନମ୍ବର ଓ ପାସ୍‌ଓ୍ଵାର୍ଡ ସାହାଯ୍ୟରେ ଲଗ୍‌ ଇନ୍‌ କରିବାକୁ ପଡ଼ିବ।

ଷ୍ଟେପ୍‌ ୪: ଏବେ ପରୀକ୍ଷା ତାରିଖ, କେନ୍ଦ୍ର ଓ ସିପ୍ଟ ଡିଟେଲ ଆପଣଙ୍କ ସ୍କ୍ରିନ୍‌ରେ ଆସିଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe