ଏୟାର୍‌ ଏସିଆର ଦମ୍‌ଦାର୍‌ ଅଫର୍‌! ୧,୨୯୯ ଟଙ୍କାରେ କରନ୍ତୁ ଘରୋଇ ଉଡ଼ାଣ

Advertisment
ଏୟାର୍‌ ଏସିଆର ଦମ୍‌ଦାର୍‌ ଅଫର୍‌! ୧,୨୯୯ ଟଙ୍କାରେ କରନ୍ତୁ ଘରୋଇ ଉଡ଼ାଣ

ନୂଆଦିଲ୍ଲୀ: ବଜେଟ ବିମାନ କଂପାନି ଏୟାର୍‌ ଏସିଆ ତାର ଗ୍ରାହକଙ୍କ ଲାଗି ୨୦୧୭ବର୍ଷର ଅନ୍ତିମ ମାସରେ ଏକ ଦମ୍‌ଦାର୍‌ ଅଫର୍‌ ଘୋଷଣା କରିଛି। ଏହି ଅଫର୍‌ ଅନୁଯାୟୀ ଯାତ୍ରୀମାନେ କେବଳ ମାତ୍ର ୧,୨୯୯ଟଙ୍କାରେ ଘରୋଇ ଉଡ଼ାଣ କରିବା ସହିତ ୨,୩୯୯ଟଙ୍କାରେ ଅନ୍ତଃରାଷ୍ଟ୍ରୀୟ ଉଡ଼ାଣର ମଧ୍ୟ ଲାଭ ଉଠାଇପାରିବେ। ତେବେ ଯାତ୍ରୀମାନଙ୍କ ପାଇଁ ଏହି ଅଫର୍‌ଟି ସୀମିତ ସମୟ ପର୍ଯ୍ୟନ୍ତ ଧାର୍ଯ୍ୟ ବୋଲି କଂପାନି ପକ୍ଷରୁ କୁହାଯାଇଛି।

ସୂଚନା ଅନୁଯାୟୀ,ଏହି ଅଫର୍‌ ଅନ୍ତର୍ଗତ ଉଡ଼ାଣ ଲାଗି ଟିକେଟ୍‌ ବୁକିଂ ସମୟ ଅକ୍ଟୋବର୨ ତାରିଖ ସୋମବାର ଠାରୁ ଆରମ୍ଭ ହୋଇଥିବା ବେଳେ ଏହାର ଅବଧି ଅକ୍ଟୋବର୍‌ ୧୫ ପର୍ଯ୍ୟନ୍ତ ରହିବ। ତେବେ ଏ ନେଇ ଏୟାର୍‌ ଏସିଆ ପକ୍ଷରୁ କୁହାଯାଇଛି ଯେ, ଯେଉଁ ଯାତ୍ରୀ ଏହି ସମୟ ଅବଧି ମଧ୍ୟରେ ସେମାନଙ୍କର ଟିକେଟ୍‌ ବୁକିଂ କରିବେ, ସେମାନେ ହିଁ କେବଳ ଅକ୍ଟୋବର୍‌ ୨ ତାରିଖଠାରୁ ଆରମ୍ଭ କରି ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଏହି ଉଡ଼ାଣର ଲାଭ ଉଠାଇପାରିବେ।

କେଉଁ କେଉଁ ସ୍ଥାନକୁ ମିଳିବ ଉଡ଼ାଣ ଯାତ୍ରାର ସୁବିଧା?
ଏଥିସହିତ କଂପାନି ପକ୍ଷରୁ କୁହାଯାଇଛି ଯେ ,କଂପାନି ତାହାର ଯାତ୍ରୀମାନଙ୍କୁ ଉଡ଼ାଣର ସୁବିଧା ଯୋଗାଇ ଦେବାକୁ ଯାଇ ୨୦୧୭ ବର୍ଷର ଅନ୍ତିମ ସେଲ୍‌ ଆଧାରରେ ଏହି ଅଫର୍‌କୁ ଘୋଷଣା କରିଛି। ତେବେ ଘରୋଇ ଉଡ଼ାଣ ଲାଗି ଯାତ୍ରୀ ୧,୨୯୯ଟଙ୍କାର ଟିକେଟ୍‌ ବୁକିଂରେ ବାଙ୍ଗାଲୁରୁ, ରାଂଚି,ହାଇଦ୍ରାବାଦ୍‌,ପୁଣେ,କଲିକତା,କୋଚି ଏବଂ ନୂଆଦିଲ୍ଲୀକୁ ଯାତ୍ରା କରିବାର ସୁବିଧା ପାଇପାରିବେ।

ଠିକ୍‌ ସେହିପରି ଅନ୍ତଃରାଷ୍ଟ୍ରୀୟ ଯାତ୍ରା ପାଇଁ ଯାତ୍ରୀଙ୍କୁ ୨,୩୯୯ ଟଙ୍କାର ଟିକେଟ୍‌ ବୁକିଂ କରିବାକୁ ହେବ। ଯେଉଁଥିରେ କି ସେମାନେ କୁଆଲାମ୍‌ପୁର୍‌, ବାଲି,ବ୍ୟାଙ୍କ୍‌କ,କର୍ବୀ,ଫୁକେଟ୍‌,ମେଲବର୍ଣ୍ଣ,ସିଡ଼୍‍ନୀ,ସିଂଗାପୁର୍‌,ଅକଲ୍ୟାଣ୍ଡ୍‌ର ସାଥ୍‌ସାଥ୍‌ ଏସିଆ, ଅଷ୍ଟ୍ରେଲିଆ, ନ୍ୟୁଜ୍‌ଲ୍ୟାଣ୍ଡ୍‌,ମିଡ଼ିଲ୍‌ ଇଷ୍ଟ୍‍ ଏବଂ ଆମେରିକା ସମେତ ୧୨୦ ଅନ୍ୟାନ୍ୟ ଗନ୍ତବ୍ୟସ୍ଥଳକୁ ମଧ୍ୟ ଉଡ଼ାଣ କରିପାରିବେ।

ଏହି ଅଫର୍‌ ଅନ୍ତର୍ଗତ ଉଡ଼ାଣ ଲାଗି ଟିକେଟ୍‌ ବୁକିଂ ସମୟ ଅକ୍ଟୋବର୨ ତାରିଖ ସୋମବାର ଠାରୁ ଆରମ୍ଭ ହୋଇଥିବା ବେଳେ ଏହାର ଅବଧି ଅକ୍ଟୋବର୍‌ ୧୫ ପର୍ଯ୍ୟନ୍ତ ରହିବ। ତେବେ ଏ ନେଇ ଏୟାର୍‌ ଏସିଆ ପକ୍ଷରୁ କୁହାଯାଇଛି ଯେ, ଯେଉଁ ଯାତ୍ରୀ ଏହି ସମୟ ଅବଧି ମଧ୍ୟରେ ସେମାନଙ୍କର ଟିକେଟ୍‌ ବୁକିଂ କରିବେ, ସେମାନେ ହିଁ କେବଳ ଅକ୍ଟୋବର୍‌ ୨ ତାରିଖଠାରୁ ଆରମ୍ଭ କରି ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଏହି ଉଡ଼ାଣର ଲାଭ ଉଠାଇପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe