ପାର୍ବଣଋତୁରେ ବିମାନ ଭଡ଼ା କମିବ! ଇନ୍ଧନ ଦରରେ ବଡ଼ ହ୍ରାସ

ବିମାନ କମ୍ପାନୀଗୁଡିକର ଅପରେଟିଂ ଖର୍ଚ୍ଚରେ ଇନ୍ଧନ ଦରର ଯଥେଷ୍ଟ ଅବଦାନ ରହିଥାଏ। ଏବେ କମ୍ ଏଟିଏଫ୍ ମୂଲ୍ୟ ସେମାନଙ୍କ ଅପରେଟିଂ ଖର୍ଚ୍ଚ ହ୍ରାସ କରିବ ବୋଲି ଆଶା କରାଯାଉଛି...

Air fares will be reduced in Festive season!

ନୂଆଦିଲ୍ଲୀ: ଆଗକୁ ଆସୁଥିବା ପାର୍ବଣଋତୁରେ ଲୋକମାନେ ଶସ୍ତା ବିମାନ ଯାତ୍ରାର ଲାଭ ପାଇପାରିବେ। ସେପ୍ଟେମ୍ବର ମାସର ପ୍ରଥମ ଦିନରେ ବିମାନ ଇନ୍ଧନର ଦରରେ ବଡ଼ ଧରଣର ହ୍ରାସ ଘଟିଛି। ଏହି ପରିବର୍ତ୍ତନ ବିମାନ କମ୍ପାନୀଗୁଡିକର ଅପରେଟିଂ ଖର୍ଚ୍ଚକୁ ଯଥେଷ୍ଟ ହ୍ରାସ କରିବ ବ‌ୋଲି କୁହାଯାଉଛି।

ସରକାରୀ ତୈଳ ଏବଂ ଗ୍ୟାସ ମାର୍କେଟିଂ କମ୍ପାନୀ (ଓଏମସି) ଦେଇଥିବା ସୂଚନା ଅନୁଯାୟୀ, ସେପ୍ଟେମ୍ବର ୧ ତାରିଖରୁ ବିମାନ ଇନ୍ଧନ ଏଟିଏଫ୍‌ର କିଲୋଲିଟର ପିଛା ୪,୪୯୫  ଟଙ୍କା ହ୍ରାସ ପାଇଛି। ଇଣ୍ଡିଆନ୍ ଅଏଲ୍ ୱେବସାଇଟରେ ଉପଲବ୍ଧ ସୂଚନା ଅନୁଯାୟୀ ରବିବାରଠାରୁ ଦିଲ୍ଲୀରେ ଏଟିଏଫ୍ ମୂଲ୍ୟ ୪,୪୯୫.୪୮ ଟଙ୍କା ଶସ୍ତା ହୋଇ କିଲୋଲିଟର ପିଛା ୯୩,୪୮୦.୨୨ ଟଙ୍କାକୁ ଖସି ଆସିଛି।

ବିମାନ ଇନ୍ଧନର ମୂଲ୍ୟ ଅନ୍ୟ ସହରରେ ମଧ୍ୟ ହ୍ରାସ ପାଇଛି। ସର୍ବଶେଷ ପରିବର୍ତ୍ତନ ପରେ ମୁମ୍ବାଇର ଏଟିଏଫ୍ ବର୍ତ୍ତମାନ କିଲୋଲିଟର ପିଛା ୮୭,୪୩୨.୭୮ ଟଙ୍କା ଶସ୍ତା ହୋଇଛି। ଦେଶର ୪ଟି ମେଟ୍ରୋରେ ଶସ୍ତା ବିମାନ ଚଳାଚଳ ଇନ୍ଧନ କେବଳ ମୁମ୍ବାଇରେ ଉପଲବ୍ଧ ହେଉଛି।  ସେହିଭଳି କୋଲକାତାରେ କିଲୋଲିଟର ପିଛା ଏଟିଏଫ୍  ଦର ୯୬,୨୯୮.୪୪ ଟଙ୍କାକୁ ହ୍ରାସ ପାଇଛି।

ଚାରୋଟି ମେଟ୍ରୋ ମଧ୍ୟରେ ଏହା ହେଉଛି ଏଟିଏଫ୍‌ର ସର୍ବାଧିକ ମୂଲ୍ୟ। ଏଥି ସହିତ ଚେନ୍ନାଇରେ ଏଟିଏଫ୍  ଶସ୍ତା ହୋଇ କିଲୋଲିଟର ପିଛା ୯୭,୦୬୪.୩୨ ଟଙ୍କା ହୋଇଛି। ତୈଳ କମ୍ପାନୀଗୁଡିକ ଦେଇଥିବା ସୂଚନା ଅନୁଯାୟୀ, ନୂତନ ହାର ରବିବାରଠାରୁ ହିଁ କାର୍ଯ୍ୟକାରୀ ହୋଇଛି।

ସରକାରୀ ତୈଳ ମାର୍କେଟିଂ କମ୍ପାନୀଗୁଡିକ ପ୍ରତ୍ୟେକ ମାସ ଆରମ୍ଭରେ ବିମାନ ଇନ୍ଧନର ମୂଲ୍ୟ ସମୀକ୍ଷା କରିଥାନ୍ତି। କମ୍ପାନୀଗୁଡିକ ବିମାନ ଇନ୍ଧନର ଦର ହ୍ରାସ କିମ୍ବା ବୃଦ୍ଧି କରିବାକୁ ନିଷ୍ପତ୍ତି  ବଜାର ମୂଲ୍ୟ ଆଧାରରେ ନେଇଥାନ୍ତି।

ଅଧିକ ପଢ଼ନ୍ତୁ: # ମି ଠୁ: ନଗ୍ନ ଫଟୋ ଉଠାଇଥିବା ଅଭିଯୋଗରେ ଫିଲ୍ମଶିଳ୍ପରେ ଝଡ଼

ସୂଚନା ଅନୁଯାୟୀ ଏଟିଏଫ୍ ହେଉଛି ବିମାନ କମ୍ପାନୀଗୁଡିକର ସବୁଠାରୁ ବଡ ଖର୍ଚ୍ଚ। ବିମାନ ଭଡା ଉପରେ  ଏଟିଏଫ୍  ଦରରେ ପରିବର୍ତ୍ତନର ପ୍ରଭାବ ଅନୁଭୁତ ହୋଇପାରେ। ରବିବାରଠାରୁ ଏଟିଏଫ୍ ଦରରେ ବଡ଼ ଧରଣର  ହ୍ରାସ ପରେ ଆଗାମୀ ଦିନରେ ବିମାନ ଭଡ଼ା ହ୍ରାସ ହୋଇପାରେ ବୋଲି ଅର୍ଥବିଶେଷଜ୍ଞ ମତପୋଷଣ କରିଛନ୍ତି।

ଅଧିକ ପଢ଼ନ୍ତୁ: ରୁଷିଆ ଆଭ୍ୟନ୍ତରରେ ଆକ୍ରମଣ ପାଇଁ ଆମେରିକା ଅନୁମୋଦନ ଲୋଡିଲେ ଜେଲେନସ୍କି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe