ବିମାନ ଇନ୍ଧନ ଦର ବଢ଼ିଲା

Advertisment
ମାର୍ଚ୍ଚ ୨୭ରୁ ଆରମ୍ଭ ହେବ ଅନ୍ତର୍ଜତୀୟ ବିମାନ ସେବା: ଓଡ଼ିଶାରୁ ବିଦେଶକୁ ବିମାନ ଉଡ଼ାଣ ପାଇଁ ଆଗ୍ରହ ନାହିଁ

National Hearld

ନୂଆଦିଲ୍ଲୀ: ସରକାରୀ ତେଲ କମ୍ପାନି ଗୁଡ଼ିକ ଗତକାଲି ବିମାନ ଇନ୍ଧନ (ଏଟିଏଫ୍‌) ଦରରେ ୩ ପ୍ରତିଶତ ବୃଦ୍ଧି ଘୋଷଣା କରିଛନ୍ତି। ଫଳରେ କିଲୋଲିଟର ପିଛା ବିମାନ ଇନ୍ଧନ ୧୩୦୪ ଟଙ୍କା ୨୫ ପଇସା ବୃଦ୍ଧି ପାଇ ୪୩,୯୩୨ ଟଙ୍କା ୫୩ ପଇସାରେ‌ ପହଞ୍ଚିଛି। ତେଲ କମ୍ପାନି ଗୁଡ଼ିକ କ୍ରମାଗତଭାବେ ଷଷ୍ଠ ଥର ପାଇଁ ବିମାନ ଇନ୍ଧନ ଦର ବୃଦ୍ଧି କରିଛନ୍ତି। ଅନ୍ୟପକ୍ଷରେ ଏଲପିଜି, କିରାସିନି‌, ପେଟ୍ରୋଲ ଓ ଡିଜେଲ ଦରରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ପ୍ରତିମାସ ୧ ତାରିଖ ଓ ୧୬ ତାରିଖରେ ତୈଳ କମ୍ପାନି ଗୁଡ଼ିକ ଏସବୁ ସାମଗ୍ରୀର ଦର ସଂଶୋଧନ ସଂକ୍ରାନ୍ତ ନିଷ୍ପତ୍ତି ନେଇଥାନ୍ତି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ଓ ଡଲାର ତୁଳନାରେ ଟଙ୍କାର ମୂଲ୍ୟରେ ହ୍ରାସବୃଦ୍ଧିକୁ ହିସାବ କରି କମ୍ପାନି ଗୁଡ଼ିକ ଏସବୁ ସାମଗ୍ରୀର ଦରରେ ପରିବର୍ତ୍ତନ କରିଥାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe