କିଛି କର୍ମଚାରୀଙ୍କୁ ଛୁଟିରେ ରହିବାକୁ ବାଧ୍ୟ କରିବ ଏୟାର ଇଣ୍ଡିଆ

Advertisment
କିଛି କର୍ମଚାରୀଙ୍କୁ ଛୁଟିରେ ରହିବାକୁ ବାଧ୍ୟ କରିବ ଏୟାର ଇଣ୍ଡିଆ

siasat.com

ନୂଆଦିଲ୍ଲୀ : ସରକାରୀ ବିମାନ କଂପାନି ଏୟାର ଇଣ୍ଡିଆ‌ ଏହାର କିଛି କର୍ମଚାରୀଙ୍କୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ବାଧ୍ୟତାମୂଳକ ଛୁଟିରେ ପଠାଇବ। ଉପଯୁକ୍ତ, ଦକ୍ଷତା, ପ୍ରତିସ୍ପର୍ଧା, ପ୍ରଦର୍ଶନର ମାନ, କର୍ମଚାରୀଙ୍କ ସ୍ବାସ୍ଥ୍ୟ, ଅସୁସ୍ଥତା ପାଇଁ ଅତୀତରେ ଅନୁପସ୍ଥିତ ରହିଥିବା କର୍ମଚାରୀ ଓ ନିରର୍ଥକ ଆଦି ମାନଦଣ୍ଡ ଆଧାରରେ କର୍ମଚାରୀ ଚୟନ କରାଯିବ। କଂପାନିର ସିଏମ୍‌ଡି ରାଜୀବ ବଶଂଲ କର୍ମଚାରୀମାନଙ୍କୁ ବିନା ଦରମାରେ ଛଅ ମାସରୁ ଆରମ୍ଭ କରି ତିନି ବର୍ଷ ପର୍ଯ୍ୟନ୍ତ ଛୁଟିରେ ପଠାଇପାରିବେ। ଛୁଟି ଅବଧିକୁ ପାଞ୍ଚବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ। ଏୟାର ଇଣ୍ଡିଆ ପକ୍ଷରୁ କର୍ମଚାରୀଙ୍କ ପାଇଁ ୱାର୍କ ଫ୍ରମ୍ ହୋମ୍ ବ୍ୟବସ୍ଥାକୁ ଚଳିତ ମାସ ୨୦ରୁ ବନ୍ଦ କରାଯିବ ବୋଲି ମଧ୍ୟ ନିଷ୍ପତ୍ତି ନିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe