ଏୟାର ଇଣ୍ଡିଆ କର୍ମଚାରୀଙ୍କ ଭତ୍ତା ୪୦% ହ୍ରାସ

Advertisment
ଏୟାର ଇଣ୍ଡିଆ କର୍ମଚାରୀଙ୍କ ଭତ୍ତା ୪୦% ହ୍ରାସ

Image Courtesy of India Today

ନୂଆଦିଲ୍ଲୀ : ସରକାରୀ ବିମାନ କଂପାନି ଏୟାର ଇଣ୍ଡିଆ ପକ୍ଷରୁ କ୍ରୁ’ ସଦସ୍ୟମାନଙ୍କ ଭତ୍ତାରେ ୪୦% ପର୍ଯ୍ୟନ୍ତ ହ୍ରାସ କରାଯାଇଛି। ଏହି ନିଷ୍ପତ୍ତିକୁ ଗତ ଏପ୍ରିଲ୍‌ ୧ରୁ ପିଛିଲା ଭାବେ ଲାଗୁ କରାଯାଇଛି। ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଏହି କଂପାନି ବେତନ ବାବଦରେ ମାସକୁ ୨୩୦ କୋଟି ଟଙ୍କା ବ୍ୟୟ କରିଥାଏ। କ୍ରୁ’ ଓ ପାଇଲଟ୍‌ମାନଙ୍କ ବେତନ କମ୍ କରିବା ପରେ ଏହା ନିଶ୍ଚିତ ରୂପେ କିଛି କୋଟି ଟଙ୍କା ସଞ୍ଚୟ କରିପାରିବ। କଂପାନି ପକ୍ଷରୁ ଭତ୍ତା ଓ ବେତନରେ ୪୦ ପ୍ରତିଶତ ହ୍ରାସ କରାଯାଇଛି ବୋଲି କୁହାଯାଉଥିବା ବେଳେ ପାଇଲଟ୍‌ମାନେ ଅଭିଯୋଗ କରିଛନ୍ତି ଯେ ଦରମା ମିଳିବା ବେଳକୁ ହ୍ରାସ ପରିମାଣ ୮୫% ଭଳି ସ୍ତରରେ ପହଞ୍ଚୁଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ନିର୍ଦେଶ ଓ କଂପାନି ବୋର୍ଡ ଠାରୁ ମଞ୍ଜୁରି ହାସଲ କରିବା ପରେ କର୍ମଚାରୀମାନଙ୍କ ଭତ୍ତା କମ୍ କରିବାକୁ ଏୟାର ଇଣ୍ଡିଆ ନିଷ୍ପତ୍ତି ନେଇଛି ବୋଲି କଂପାନିର ମହାପ୍ରବନ୍ଧକ (ଶିଳ୍ପ ସମ୍ପର୍କ) ମୀନାକ୍ଷୀ କାଶ୍ୟପ କହିଛନ୍ତି। ମାସିକ ୨୫ ହଜାର ଟଙ୍କା ପାଉଥିବା କର୍ମଚାରୀଙ୍କ ବେତନ ହ୍ରାସ କରାଯାଇନାହିଁ। ତେବେ ପାଇଲଟ୍‌ମାନେ ପାଉଥିବା ପ୍ରାୟ ୧୧ ପ୍ରକାର ଭତ୍ତା ଯଥା ଉଡ଼ାଣ ଭତ୍ତା, ସ୍ବତନ୍ତ୍ର ଦିବସ, ଚଉଡ଼ା ବଡ଼ି ଭତ୍ତା, ଯାଞ୍ଚ ଭତ୍ତା ଆଦିରେ ୪୦% ହ୍ରାସ କରାଯାଇଛି। କ୍ୟାବିନ୍‌ କ୍ରୁ’ଙ୍କ ଭତ୍ତାରେ ୨୦ ପ୍ରତିଶତ ହ୍ରାସ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe