ପାଇଲଟ୍ କରୋନାଭାଇରସ୍ ପଜିଟିଭ୍ ଜଣାପଡ଼ିବା ପରେ ‌ଫେରାଇ ଅଣାଗଲା ଏୟାର୍ ଇଣ୍ଡିଆର ଦିଲ୍ଲୀ-ମସ୍କୋ ବିମାନ

Advertisment
ଏୟାର ଇଣ୍ଡିଆକୁ ୧୦ ଲକ୍ଷ ଜରିମାନା କଲା ଡିଜିସିଏ

Image Courtesy of News18

ନୂଆଦିଲ୍ଲୀ: ପାଇଲଟ୍ କରୋନାଭାଇରସ୍ ପଜିଟିଭ୍ ଜଣାପଡ଼ିବା ପରେ ଆଜି ସକାଳେ ମସ୍କୋ ଅଭିମୁଖେ ଯାତ୍ରା କରିଥିବା ଏୟାର୍ ଇଣ୍ଡିଆର ଏକ ବିମାନକୁ ଉଜ୍‌ବେକିସ୍ତାନ ଆକାଶରୁ ଫେରାଇ ଅଣାଯାଇଛି। ବିମାନର କ୍ରୁ ମେମ୍ବରମାନଙ୍କର ପ୍ରାକ୍-ଉଡ଼ାଣ ରିପୋର୍ଟ ଯାଞ୍ଚ୍ କରୁଥିବା ଟିମ୍ ଭୁଲ୍‌ବଶତଃ କ୍ୟାପ୍‌ଟେନ୍‌ଙ୍କ ପଜିଟିଭ୍ ରିପୋର୍ଟକୁ ‘ନେଗେଟିଭ୍’ ବୋଲି ପଢ଼ି ପକାଇଥିଲେ। ତେଣୁ ମସ୍କୋରେ ଥିବା ଭାରତୀୟଙ୍କୁ ସ୍ବଦେଶକୁ ଆଣିବାକୁ ଉକ୍ତ ପାଇଲଟଙ୍କୁ  ଖାଲି ବିମାନ (କେବଳ କ୍ରୁ ମେମ୍ବର ଥାଇ) ଚଳାଇଯିବାକୁ ଅନୁମତି ଦିଆଯାଇଥିଲା।

ମାତ୍ର ଦୀର୍ଘ ଦୁଇ ଘଣ୍ଟା ଯାତ୍ରା କରି ସାରିଥିବା ଏୟାର୍ ଇଣ୍ଡିଆର ଉକ୍ତ ବିମାନ ଏୟାର୍‌ବସ୍ ଏ-୩୨୦ ନିଓ (ଭିଟି-ଇଏକ୍ସ୍‌ଆର୍) ୧୨: ୩୦ ମିନିଟ୍‌ରେ ଦିଲ୍ଲୀ ଫେରି ଆସିଛି। ନିୟମ ଅନୁସାରେ, ସେ ବିମାନର କ୍ରୁ ମେମ୍ବରମାନଙ୍କୁ କ୍ବାରେଣ୍ଟିନ୍‌ରେ ରଖାଯିବ। ସମ୍ପୃକ୍ତ ବିମାନଟିକୁ ବିଶୋଧନ ମଧ୍ୟ କରାଯିବ ଏବଂ ମସ୍କୋରୁ ଭାରତୀୟମାନଙ୍କୁ ଫେରାଇ ଆଣିବାକୁ ଏୟାର୍ ଇଣ୍ଡିଆ ଆଜି ବିଳମ୍ବରେ ପୁଣି  ଆଉ ଗୋଟାଏ ବିମାନ ପଠାଇବାର ବ୍ୟବସ୍ଥା କରୁଛି।

ଅନ୍ୟ ଜଣେ ବ୍ୟକ୍ତି କ୍ରୁ ମେମ୍ବରମାନଙ୍କର ପରୀକ୍ଷା ରିପୋର୍ଟକୁ ଦ୍ବିତୀୟ ବାର ଯାଞ୍ଚ କରିବା ବେଳେ ମସ୍କୋ ପଠାଯାଇଥିବା ପାଇଲଟ୍‌ଙ୍କ ରିପୋର୍ଟ ପଜିଟିଭ୍ ବୋଲି ଜଣାପଡ଼ିଥିଲା। ଏହାପରେ ତୁରନ୍ତ ବିମାନଟିକୁ ମଝିଆକାଶରୁ ଫେରାଇ ଅଣାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe