ଏୟାର ଇଣ୍ଡିଆର ଘରୋଇକରଣ ହୋଇନପାରେ

Advertisment
ଏୟାର ଇଣ୍ଡିଆରେ ବେତନ ବିଳମ୍ବ, ପାଇଲଟଙ୍କ ଧର୍ମଘଟ ଧମକ

ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ବିମାନ କଂପାନି ଏୟାର ଇଣ୍ଡିଆର ଘରୋଇକରଣ ଉପରେ ରୋକ ଲାଗିପାରେ। ଏକ ସଂସଦୀୟ କମିଟି ଏ ସମ୍ପିର୍କତ ରିପୋର୍ଟ ଖୁବ୍‌ଶୀଘ୍ର ସରକାରଙ୍କୁ ପ୍ରଦାନ କରିବ ବୋଲି ଚର୍ଚା ହେଉଛି। ଏୟାର ଇଣ୍ଡିଆ ସହିତ ଜଡ଼ିତ ବିଭିନ୍ନ ଅଂଶୀଦାରଙ୍କ ସହ ଆଲୋଚନା କରିବା ପରେ ସଂସଦୀୟ କମିଟି ଯେଉଁ ରିପୋର୍ଟ ପ୍ରସ୍ତୁତ କରିଛି ସେଥିରେ ଏୟାର ଇଣ୍ଡିଆର ଘରୋଇକରଣ ନକରିବାକୁ କୁହାଯାଇଛି। କମିଟି କହିଛି ଯେ ବର୍ତ୍ତମାନ ପରିସ୍ଥିତିରେ ଏୟାର ଇଣ୍ଡିଆର ଘରୋଇକରଣ କରନାହିଁ। ଋଣ ପରିଶୋଧ କରିବା ଏବଂ ଆର୍ଥିକ ସ୍ଥିତି ସୁଧାରିବା ପାଇଁ ଏହାକୁ ପାଞ୍ଚ ବର୍ଷ ସମୟ ଦିଅ।

ପ୍ରାକୃତିକ ବିପର୍ଯ୍ୟୟଠାରୁ ଆରମ୍ଭ କରି ଦେଶ ଓ ବିଦେଶରେ ଅସ୍ଥିରତା ଭଳି ପରିସ୍ଥିତିରେ ଏୟାର ଇଣ୍ଡିଆ ଅନେକ ସହାୟତା ପ୍ରଦାନ କରିଛି। ତେଣୁ ଏୟାର ଇଣ୍ଡିଆକୁ କେବଳ ବ୍ୟବସାୟ ଦୃଷ୍ଟିରୁ ଅନୁଶୀଳନ କରିବା ଠିକ ନୁହେଁ ବୋଲି କମିଟି କହିଛି। ଏୟାର ଇଣ୍ଡିଆର କେତେକ ସହଯୋଗୀ ସଂସ୍ଥା ରହିଛି ଯାହା ଲାଭରେ ଚାଲୁଛି। ସେଗୁଡ଼ିକରୁ ପୁଞ୍ଜି ପ୍ରତ୍ୟାହାର ନକରିବାକୁ କମିଟି ପ୍ରସ୍ତାବ ଦେଇଛି। ଏୟାର ଇଣ୍ଡିଆକୁ ଏକ ରାଷ୍ଟ୍ରାୟତ୍ତ କଂପାନି ଭାବେ ପରିଚାଳିତ ହେବାର ସ୍ୱଧୀନତା ପ୍ରଦାନ କରାଯିବା ଦରକାର ବୋଲି କମିଟି କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe