ଏୟାର ଇଣ୍ଡିଆ କର୍ମଚାରୀ ଛଟେଇ କରିବନି, ବେତନ ହ୍ରାସକୁ ନେଇ ପାଇଲଟ୍‌ ଅସନ୍ତୁଷ୍ଟ

Advertisment
ଏୟାର ଇଣ୍ଡିଆକୁ କିଣିବା ପାଇଁ ସହଯୋଗୀ ଖୋଜୁଛି ଟାଟା, ବିଦେଶରେ ୫ଟି କାର୍ଯ୍ୟାଳୟ ବନ୍ଦ କରିବ ଏୟାର ଇଣ୍ଡିଆ

Image Source: India Today

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ଏହାର କୌଣସି କର୍ମଚାରୀଙ୍କୁ ଛଟେଇ କରିବ ନାହିଁ। କଂପାନି କର୍ତ୍ତୃପକ୍ଷ ଏହା ସ୍ପଷ୍ଟ କରିଛନ୍ତି। ଘରୋଇ ବିମାନ କଂପାନି ଇଣ୍ଡିଗୋ ପକ୍ଷରୁ ୧୦% କର୍ମଚାରୀଙ୍କୁ ଛଟେଇ କରିବା ପାଇଁ ନିଷ୍ପତ୍ତି ନିଆଯିବା ପରେ ଏୟାର ଇଣ୍ଡିଆ ପକ୍ଷରୁ କ୍ୟାବିନ୍ କ୍ରୁ ଓ ପାଇଲଟ୍‌ମାନଙ୍କ ଭତ୍ତାରେ ୫୦ ପ୍ରତିଶତ ହ୍ରାସ କରାଯାଇଥିଲା। ଏୟାର ଇଣ୍ଡିଆର ବୋର୍ଡ ସହିତ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ପରେ କର୍ମଚାରୀ ଛଟେଇର ଆଶଙ୍କା ରହିଛି ବୋଲି ଚର୍ଚ୍ଚା ହୋଇଥିଲା। ତେବେ ଏୟାର ଇଣ୍ଡିଆ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ଅନ୍ୟ ବିମାନ କଂପାନିଗୁଡ଼ିକ ଭଳି ଏୟାର ଇଣ୍ଡିଆ ଏହାର କର୍ମଚାରୀଙ୍କୁ ଛଟେଇ କରିବ ନାହିଁ। କର୍ମଚାରୀଙ୍କ ମୂଳ ବେତନ, ମହଙ୍ଗା ଭତ୍ତା, ଘର ଭଡ଼ା ଭତ୍ତା ଆଦିରେ ମଧ୍ୟ କୌଣସି ହ୍ରାସ କରାଯିବ ନାହିଁ। କୋଭିଡ୍‌-୧୯ ମହାମାରୀ ପ୍ରଭାବରେ ସୃଷ୍ଟି ହୋଇଥିବା ଗୁରୁତର ଆର୍ଥିକ ସଙ୍କଟକୁ ନଜରରେ ରଖି କେବଳ ଭତ୍ତାରେ ହ୍ରାସ କରିବାକୁ କଂପାନି ନିଷ୍ପତ୍ତି ନେଇଛି।

ଏୟାର ଇଣ୍ଡିଆ ପକ୍ଷରୁ ୨୫ ହଜାର ଟଙ୍କାରୁ ଅଧିକ ଦରମା ପାଉଥିବା କର୍ମଚାରୀଙ୍କ ଭତ୍ତାରେ ୫୦ ପ୍ରତିଶତ ହ୍ରାସ କରାଯାଇଛି। ତେବେ ଭତ୍ତାରେ କରାଯାଇଥିବା ହ୍ରାସକୁ ନେଇ ଏୟାର ଇଣ୍ଡିଆର ପାଇଲଟ୍‌ମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କଂପାନିର ସିଏମ୍‌ଡି ରାଜୀବ ବଂଶଲଙ୍କୁ ପାଇଲଟ୍‌ମାନେ ଏକ ଚିଠି ଲେଖି ଏହି ନିଷ୍ପତ୍ତି ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି। କଂପାନି ପରିଚାଳନା ପାଇଁ କାର୍ଯ୍ୟ କରୁଥିବା ବରିଷ୍ଠ ଅଧିକାରୀମାନଙ୍କ ବେତନରେ ମାତ୍ର ୩.୫% ହ୍ରାସ କରାଯାଇଥିବା ବେଳେ ପାଇଲଟ୍‌ମାନଙ୍କ ବେତନ ୬୦% କମ୍ କରାଯାଇଛି ବୋଲି ପାଇଲଟ୍‌ମାନେ ଚିଠିରେ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe