ଏୟାର ଇଣ୍ଡିଆ ଉପରେ ୧୦ ଲକ୍ଷର ଜରିମାନା

ପ୍ରିମିୟମ ଇକୋନୋମି କ୍ଲାସ ଆରମ୍ଭ କରିବ ଏୟାର ଇଣ୍ଡିଆ

Image Courtesy of News18

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ଉପରେ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ୧୦ ଲକ୍ଷ ଟଙ୍କାର ଜରିମାନା ଲଗାଇଛି। ଟିକଟ ରଖିଥିବା ଯାତ୍ରୀମାନଙ୍କୁ ବିମାନରେ ଉଡ଼ାଣ ଅନୁମତି ନଦେବା ସହିତ ବାଧ୍ୟତାମୂଳକ କ୍ଷତିପୂରଣ ମଧ୍ୟ ପ୍ରଦାନ କରି ନଥିବାରୁ ଏୟାର ଇଣ୍ଡିଆ ଉପରେ ଉକ୍ତ ଜରିମାନା ଲଗାଯାଇଛି।
ଉକ୍ତ ଅଭିଯୋଗ ଆସିବା ପରେ ଡିଜିସିଏ ପ୪ରୁ ଏକାଧିକ ଯାଞ୍ଚ କରାଯାଇ ଏୟାର ଇଣ୍ଡିଆକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। ଏହା ଗମ୍ଭୀର ଏବଂ ଅଗ୍ରହଣୀୟ ବିଷୟ। ଏପରିକି ଏଭଳି ଘଟଣା ପାଇଁ ଏୟାର ଇଣ୍ଡିଆ ପକ୍ଷରୁ ଯାତ୍ରୀମାନଙ୍କୁ କ୍ଷତିପୂରଣ ଦେବାଲାଗି କୌଣସି ନୀତି ମଧ୍ୟ ନାହିଁ। ତେଣୁ ସମସ୍ୟା ସମାଧାନ ପାଇଁ ତୁରନ୍ତ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ଲାଗି କୁହାଯାଇଛି। ଏହା କରା ନଗଲେ ଅଧିକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିଜିସିଏ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe