ଏୟାର ଇଣ୍ଡିଆ ମେଣ୍ଟେନାନ୍ସ ଟେକ୍ସିସିଆନ୍‌ ଆନ୍ଦୋଳନକୁ ଓହ୍ଲାଇବେ

ଏୟାର ଇଣ୍ଡିଆ ୧୦୦୦ ପାଇଲଟ୍‌ ନିଯୁକ୍ତ କରିବ

The Federal News

ମୁମ୍ବାଇ: ନିକଟରେ ଘରୋଇକରଣ ହୋଇଥିବା ଏୟାର ଇଣ୍ଡିଆର ବିମାନ ରକ୍ଷଣାବେକ୍ଷଣ କରୁଥିବା ଟେକ୍ନିସିଆନମାନେ ଆନ୍ଦୋଳନକୁ ଓହ୍ଲାଇବେ। ସେମାନେ ଆସନ୍ତା ୭ ତାରିଖରୁ ଟୁଲ୍ ଛାଡ଼ ଆନ୍ଦୋଳନ କରିବେ। ଏୟାର ଇଣ୍ଡିଆ ଇଞ୍ଜିନିୟରିଂ ସର୍ଭିସେସ୍ ଲିମିଟେଡ (ଏଆଇଇଏସଏଲ) ଏକ ସରକାରୀ କମ୍ପାନି। ଏହି କମ୍ପାନି ଘରୋଇ ଏୟାର ଇଣ୍ଡିଆର ରକ୍ଷାଣ‌ାବେକ୍ଷଣ କାର୍ଯ୍ୟ ବୁଝିଥାଏ। ଠିକାରେ ଥିବା ଏହାର ପ୍ରାୟ ୧୭୦୦ ଟେକ୍ନିସିଆନ୍ ଆନ୍ଦୋଳନରେ ସାମିଲ ହେବେ ବୋଲି କହିଛନ୍ତି। ବିମାନରେ ଇନ୍ଧନ ଭର୍ତ୍ତି କରିବା, ଉଡ଼ାଣ ଆରମ୍ଭ ପାଇଁ ବିମାନକୁ ପ୍ରସ୍ତୁତ କରିବା ଏବଂ ରକ୍ଷଣାବେକ୍ଷଣ ଆଦି କାର୍ଯ୍ୟ ଏହି ଟେକ୍ନିସିଆନମାନେ କରିଥାନ୍ତି। ଏଆଇଇଏସଏଲର ମୋଟ କର୍ମଚାରୀଙ୍କ ମଧ୍ୟରୁ ଏମାନଙ୍କ ସଂଖ୍ୟା ୬୦ ପ୍ରତିଶତ ହୋଇଥିବାରୁ ଏୟାର ଇଣ୍ଡିଆର ଉଭୟ ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ବାଧାପ୍ରାପ୍ତ ହେବ। ବେତନ ସଂଶୋଧନ, ନିଯୁକ୍ତି ଚୁକ୍ତି ନବୀକରଣ, ମହଙ୍ଗାଭତ୍ତା ପ୍ରଦାନ ଆଦି ଦାବିରେ ‌ସେମାନେ ଆନ୍ଦୋଳନକୁ ଓହ୍ଲାଇବେ। ତେବେ ଏହି ଆନ୍ଦୋଳନ ହେଲେ ଘରୋଇକରଣ ପରେ ଏୟାର ଇଣ୍ଡିଆ ପ୍ରଥମ ଥର ପାଇଁ ଉକ୍ତ ସମସ୍ୟାର ସାମ୍ନା କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe