୫୦୦ଟି ଏୟାରବସ ଓ ବୋଇଙ୍ଗ ବିମାନ କିଣିବ ଏୟାର ଇଣ୍ଡିଆ

Advertisment
ମହିଳା ବନ୍ଧୁଙ୍କୁ ପାଇଲଟ କକପିଟକୁ ନେବା ଘଟଣାରେ ଏୟାର ଇଣ୍ଡିଆ ସିଇଓଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କଲା ଡ଼ିଜିସିଏ

Image Courtesy: The Week

ନୂଆଦିଲ୍ଲୀ: ଭାରତୀୟ ଶିଳ୍ପ ଜଗତ ପାଇଁ ଏକ ବଡ ଖବର ସାମ୍ନାକୁ ଆସିଛି | ବାସ୍ତବରେ ଏୟାର ଇଣ୍ଡିଆ କୋଟି କୋଟି ଡଲାର ମୂଲ୍ୟର ଏକ ଐତିହାସିକ ଚୁକ୍ତି କରିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏୟାରବସ୍ ଏବଂ ବୋଇଙ୍ଗରୁ କୋଟି କୋଟି ଟଙ୍କା ମୂଲ୍ୟର ୫୦୦ଟି ଜେଟ୍ କିଣିବା ପାଇଁ ଏୟାର ଇଣ୍ଡିଆ ଏକ ଚୁକ୍ତି କରିବାକୁ ଯାଉଛି | ରଏଟର୍ସ ଖବର ଅନୁଯାୟୀ କମ୍ପାନି କୋଟି କୋଟି ଟଙ୍କା ମୂଲ୍ୟର ଏହି ଡିଲ୍ କରୁଛି। ରଏଟର୍ସ ଅନୁଯାୟୀ, ଟାଟା ଗ୍ରୁପ୍ ଏୟାର ଇଣ୍ଡିଆକୁ ପୁନର୍ଜୀବିତ କରିବାକୁ ଯାଉଛି ଯେଉଁଥିରେ ଏହି ନିଷ୍ପତ୍ତି ନିଆଯାଇଛି। ରିପୋର୍ଟ ମୁତାବକ କଂପାନି ଯେଉଁ ବିମାନଗୁଡ଼ିକୁ କିଣିବ ସେଥିରୁ ୮୦% ହେଉଛି ଅଣଓସାରିଆ ବଡି ଓ ୩୦% ଚଉଡ଼ା ବଡି ଥିବା ବିମାନ। ଏୟାର ଇଣ୍ଡିଆ ବିମାନ କିଣିବା ଲାଗି ଯେଉଁ ବରାଦ ଦେବାକୁ ଯାଉଛି ତାହା ଭାରତୀୟ ବିମାନ ଚଳାଚଳ ଇତିହାସରେ ସର୍ବବୃହତ ବୋଲି ବିଚାର କରାଯାଉଛି। ବିଶ୍ବର ଦୁଇ ପ୍ରମୁଖ ବିମାନ ନିର୍ମାତା ଏୟାରବସ୍ ଓ ବୋଇଂ ସହ ଏଥିପାଇଁ ଏୟାର ଇଣ୍ଡିଆ କଥାବାର୍ତା କରୁଛି।

ଏହି ଅର୍ଡରରେ ଏୟାରବସ୍ ଏ୩୫୦ ଏବଂ ବୋଇଙ୍ଗ ୭୮୭ ଏବଂ ୭୭୭ ବିମାନ ରହିଛି | କଂପାନି ଏ୩୫୦ ଚଉଡ଼ା ବଡି ବିମାନ କିଣିବା ଲାଗି ବରାଦ ଦେବାକୁ ମଧ୍ୟ ଯୋଜନା ରଖିଛି। ଇନ୍ଧନ ମିତବ୍ୟୟିତା ପାଇଁ ଏ୩୫୦ ବିମାନ ସାରା ବିଶ୍ବରେ ବେଶ ଲୋକପ୍ରିୟ। ଗତବର୍ଷ ସରକାରଙ୍କ ଠାରୁ ୧୮ ହଜାର କୋଟି ଟଙ୍କାରେ ଏୟାର ଇଣ୍ଡିଆକୁ ଟାଟା କିଣିଥିଲା। ନାମ ଗୋପନ ରଖିବା ସର୍ତ୍ତରେ ଜଣେ ଅଧିକାରୀ କହିଛନ୍ତି ଯେ ଆସନ୍ତା ଦିନରେ ଏହି ଚୁକ୍ତିକୁ ଅନ୍ତିମ ରୂପରେଖ ଦିଆଯିବ | ଉଲ୍ଲେଖ ଥାଉ କି ଘରୋଇକରଣ ପରେ ଟାଟା ଗ୍ରୁପ୍ ଅଧୀନକୁ ଆସିଥିବା ବିମାନ କଂପାନି ଏୟାର ଇଣ୍ଡିଆର ରୂପରେଖ ବଦଳାଇବା ଲାଗି ଟାଟା ଯେଉଁ ‌ଯୋଜନା ରଖିଛି ତାହାର ଏହା ଏକ ଅଂଶ। ଆସନ୍ତା ୪-୫ ବର୍ଷ ଭିତରେ ଏହି ସବୁ ବିମାନ କଂପାନି ସହ ଯୋଡ଼ି ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe