ଏୟାର ଇଣ୍ଡିଆ କିଣିବ ୩୦୦ ନୂଆ ବିମାନ

Advertisment
ମହିଳା ବନ୍ଧୁଙ୍କୁ ପାଇଲଟ କକପିଟକୁ ନେବା ଘଟଣାରେ ଏୟାର ଇଣ୍ଡିଆ ସିଇଓଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କଲା ଡ଼ିଜିସିଏ

Image Courtesy: The Week

ନୂଆଦିଲ୍ଲୀ: ଘରୋଇକରଣ ପରେ ଟାଟା ଗ୍ରୁପ୍ ଅଧୀନକୁ ଆସିଥିବା ବିମାନ କଂପାନି ଏୟାର ଇଣ୍ଡିଆ ପ୍ରାୟ ୩୦୦ ନୂଆ ବିମାନ କିଣିବା ଲାଗି ଯୋଜନା ପ୍ରସ୍ତୁତ କରିଛି। ଏୟାର ଇଣ୍ଡିଆର ରୂପରେଖ ବଦଳାଇବା ଲାଗି ଟାଟା ଯେଉଁ ‌ଯୋଜନା ରଖିଛି ତାହାର ଏହା ଏକ ଅଂଶ। ଆସନ୍ତା ୪-୫ ବର୍ଷ ଭିତରେ ଏହି ସବୁ ବିମାନ କଂପାନି ସହ ଯୋଡ଼ି ହେବ। କଂପାନି ଯେଉଁ ବିମାନଗୁଡ଼ିକୁ କିଣିବ ସେଥିରୁ ୭୦% ହେଉଛି ଅଣଓସାରିଆ ବଡି ଓ ୩୦% ଚଉଡ଼ା ବଡି ଥିବା ବିମାନ। ଏୟାର ଇଣ୍ଡିଆ ବିମାନ କିଣିବା ଲାଗି ଯେଉଁ ବରାଦ ଦେବାକୁ ଯାଉଛି ତାହା ଭାରତୀୟ ବିମାନ ଚଳାଚଳ ଇତିହାସରେ ସର୍ବବୃହତ ବୋଲି ବିଚାର କରାଯାଉଛି। ବିଶ୍ବର ଦୁଇ ପ୍ରମୁଖ ବିମାନ ନିର୍ମାତା ଏୟାରବସ୍ ଓ ବୋଇଂ ସହ ଏଥିପାଇଁ ଏୟାର ଇଣ୍ଡିଆ କଥାବାର୍ତା କରୁଛି। ଦିନକ ପୂର୍ବରୁ ଏୟାରବସ୍‌ର ମୁଖ୍ୟ ବାଣିଜ୍ୟିକ ଅଧିକାରୀ ଖ୍ରିଷ୍ଟିଆନ ସେରର କହିଥିଲେ ଯେ ଟାଟା ଗ୍ରୁପ୍ ନୂଆ ବିମାନ ଯୋଡ଼ିବାକୁ ଚାହୁଛି। କଂପାନି ଏ୩୫୦ ଚଉଡ଼ା ବଡି ବିମାନ କିଣିବା ଲାଗି ବରାଦ ଦେବାକୁ ମଧ୍ୟ ଯୋଜନା ରଖିଛି। ଇନ୍ଧନ ମିତବ୍ୟୟିତା ପାଇଁ ଏ୩୫୦ ବିମାନ ସାରା ବିଶ୍ବରେ ବେଶ ଲୋକପ୍ରିୟ। ଗତବର୍ଷ ସରକାରଙ୍କ ଠାରୁ ୧୮ ହଜାର କୋଟି ଟଙ୍କାରେ ଏୟାର ଇଣ୍ଡିଆକୁ ଟାଟା କିଣିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe