୨୭ରେ ଟାଟା ହାତକୁ ଯିବ ଏୟାର ଇଣ୍ଡିଆ

ଏୟାର ଇଣ୍ଡିଆ ୧୦୦୦ ପାଇଲଟ୍‌ ନିଯୁକ୍ତ କରିବ

The Federal News

ନୂଆଦିଲ୍ଲୀ: ଚଳିତ ମାସ ୨୭ରେ ଏୟାର ଇଣ୍ଡିଆ ସବୁଦିନ ପାଇଁ ଟାଟା ଗ୍ରୁପ୍ ଅଧୀନକୁ ଚାଲିଆସିବ। ଆଜି କଂପାନିର ବାଲାନ୍ସ ସିଟ୍‌ ଟାଟାକୁ ହସ୍ତାନ୍ତର କରାଯାଇଛି। ‌ତାହାକୁ ଟାଟା ଅନୁଧ୍ୟାନ କରିବା ପରେ ଯଦି କିଛି ପରିବର୍ତ୍ତନ ଆଣିବାକୁ କହିବ ତାହା ଉପରେ ବିଚାର କରାଯିବ ବୋଲି କର୍ମଚାରୀଙ୍କୁ ପଠାଇଥିବା ଏକ ଇ-ମେଲ୍‌ରେ କଂପାନିର ନିର୍ଦେଶକ (ଅର୍ଥ) ବିନୋଦ ହେଜମାଦି ଉଲ୍ଲେଖ କରିଛନ୍ତି। ଆସନ୍ତା ତିନି ଦିନ ଆମକୁ ଦିନ ରାତି ପରିଶ୍ରମ କରି ପୁଞ୍ଜିପ୍ରତ୍ୟାହାର ପ୍ରକ୍ରିୟା ଶେଷ କରିବାକୁ ପଡ଼ିବ ବୋଲି ସେ ଜଣାଇଛନ୍ତି। ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଏୟାର ଇଣ୍ଡିଆକୁ ୧୮ ହଜାର କୋଟି ଟଙ୍କାରେ ଟାଟା ଗ୍ରୁପ୍ କିଣିଛି। ଏୟାର ଇଣ୍ଡିଆ ଆସିବା ପରେ ଟାଟା ଗ୍ରୁପ୍‌ର ବିମାନ କଂପାନି ସଂଖ୍ୟା ତିନିରେ ପହଞ୍ଚିଛି। ଏବେ ଏହା ପାଖରେ ଭିସ୍ତାରା ଓ ଏୟାର ଏସିଆ ଇଣ୍ଡିଆ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe