ଇଲ୍‌କର୍‌ ଆୟସି ଏୟାର ଇଣ୍ଡିଆର ନୂଆ ସିଇଓ

Advertisment
ଇଲ୍‌କର୍‌ ଆୟସି ଏୟାର ଇଣ୍ଡିଆର ନୂଆ ସିଇଓ

ନୂଆଦିଲ୍ଲୀ : ଟାଟା ସନ୍ସ ପକ୍ଷରୁ ତୁର୍କୀ ଏୟାରଲାଇନ୍ସର ପୂର୍ବତନ ଅଧ୍ୟକ୍ଷ ଇଲ୍‌କର୍ ଆୟସିଙ୍କୁ ଏୟାର ଇଣ୍ଡିଆର ନୂଆ ଏମ୍‌ଡି ଓ ସିଇଓ ଭାବେ ନିଯୁକ୍ତି ଦିଆଯାଇଛି। କଂପାନିର ବୋର୍ଡ ବୈଠକରେ ଆୟସିଙ୍କ ନିଯୁକ୍ତି ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ସେହି ବୈଠକରେ ଟାଟା ସନ୍ସର ଅଧ୍ୟକ୍ଷ ଏନ୍ ଚନ୍ଦ୍ର‌େଶଖର ମଧ୍ୟ ଉପସ୍ଥିତ ଥିଲେ। ସେ ନୂଆ ସିଇଓଙ୍କ ନାମକୁ ସମର୍ଥନ ଦେଇଥିଲେ। ଏହି ନିଯୁକ୍ତିକୁ ନିୟାମକ ବ୍ୟବସ୍ଥାର ମଞ୍ଜୁରି ପାଇଁ ଅପେକ୍ଷା କରାଯାଇଛି। ସରକାରଙ୍କ ଠାରୁ ୧୮ ହଜାର କୋଟି ଟଙ୍କା‌ରେ ଏୟାର ଇଣ୍ଡିଆକୁ ଟାଟା କିଣିଛି। ଗତ ମାସରେ ଏହି କଂପାନିକୁ ସରକାର ଟାଟାକୁ ହସ୍ତାନ୍ତର କରିଛନ୍ତି। ଆଗକୁ ଆୟସି ଏୟାର ଇଣ୍ଡିଆର ନେତୃତ୍ବ ନେବେ। ୨୦୧୫ରୁ ତୁର୍କୀ ଏୟାରଲାଇନ୍ସର ଅଧ୍ୟକ୍ଷ ଭାବେ କାମ କରିଥିବା ଆୟସି ଚଳିତ ବର୍ଷ ଜାନୁଆରି‌ ୨୭ରେ ଇସ୍ତଫା ଦେଇଥିଲେ। ସେହିଦିନ ଟାଟାକୁ ଏୟାର ଇଣ୍ଡିଆ ହସ୍ତାନ୍ତର କରାଯାଇଥିଲା। ବର୍ତ୍ତମାନ ତୁର୍କୀର ରାଷ୍ଟ୍ରପତି ଥିବା ଆର୍‌ ଟି ଏର୍ଡୋଗାନ୍‌ ଇଷ୍ଟାନ୍‌ବୁଲ୍‌ର ମେୟର ଥିବା ବେଳେ ଆୟସି ତାଙ୍କ ପରାମର୍ଶଦାତା ଭାବେ କାର୍ଯ୍ୟ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe