ଭାରତରେ ପ୍ରଥମ ଥର ମହିଳା ହେଲେ ଏୟାରଲାଇନ୍ସର ସିଇଓ

ଭାରତରେ ପ୍ରଥମ ଥର ମହିଳା ହେଲେ ଏୟାରଲାଇନ୍ସର ସିଇଓ

ନୂଆଦିଲ୍ଲୀ: ଭାରତରେ ପ୍ରଥମ ଥର ପାଇଁ ଗୋଟିଏ ଏୟାରଲାଇନ୍ସର ସିଇଓ ଭାବେ ଜଣେ ମହିଳାଙ୍କୁ ନିଯୁକ୍ତ କରାଯାଇଛି। ଏୟାର ଇଣ୍ଡିଆର ସହଯୋଗୀ କମ୍ପାନି ଆଲଏନ୍ସ ଏୟାରର ସିଇଓ ଭାବେ ହରପ୍ରୀତ ଏ ଦେ ସିଂହ ନିଯୁକ୍ତ ହୋଇଛନ୍ତି। ଏୟାର ଇଣ୍ଡିଆର ସିଏମଡି ରାଜୀବ ବନସଲ ଏ ନେଇ ଶୁକ୍ରବାର ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଶ୍ରୀମତୀ ସିଂହ ବର୍ତ୍ତମାନ ଏୟାର ଇଣ୍ଡିଆ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା (ବିମାନ ନିରାପତ୍ତା) ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କ ସ୍ଥାନରେ ଏୟାର ଇଣ୍ଡିଆର ନୂଆ ଇଡି ଭାବେ ନିବେଦିତା ଭାସିନ କାର୍ଯ୍ୟ କରିବେ।

ଉଲ୍ଲେଖଯୋଗ୍ୟ, ହରପ୍ରୀତଙ୍କୁ ଏୟାର ଇଣ୍ଡିଆ ପ୍ରଥମ ମହିଳା ପାଇଲଟଭାବେ ୧୯୮୮ ମସିହାରେ ନିଯୁକ୍ତି ଦେଇଥିଲା। ଯଦିଓ ସ୍ବାସ୍ଥ୍ୟଗତ କାରଣରୁ ସେ କେବେ ବିମାନ ଉଡ଼ାଣ କରିନାହାନ୍ତି ତଥାପି ବିମାନ ସୁରକ୍ଷା କ୍ଷେତ୍ରରେ ସେ ଯଥେଷ୍ଟ ସକ୍ରିୟତାର ସହ କାର୍ଯ୍ୟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe