୯୯ ଟଙ୍କାରେ ବିମାନ ଟିକଟ

୯୯ ଟଙ୍କାରେ ବିମାନ ଟିକଟ

ମୁମ୍ବାଇ: ଏୟାର ଏସିଆ ଇଣ୍ଡିଆ ବିମାନଯାତ୍ରୀଙ୍କ ପାଇଁ ଏକ ଧମାକାଦାର ଅଫର ଘୋଷଣା କରିଛି। କମ୍ପାନି ଦେଶ ଭିତରେ ବିମାନ ଯାତ୍ରା ପାଇଁ ୯୯ ଟଙ୍କାର ମୂଳ ଭଡ଼ା(ବେସ୍‌ ଫେୟାର)ରେ ଟିକଟ ବିକ୍ରି ଘୋଷଣା କରିଛି। ସେହିଭଳି ଅନ୍ତର୍ଜାତୀୟ ଯାତ୍ରା ପାଇଁ ୪୪୪ ଟଙ୍କାର ମୂଳ ଭଡ଼ାରେ ଯାତ୍ରା ସୁଯୋଗ ଯୋଗାଇ ଦେବ ବୋଲି କହିଛି। ଆଗ୍ରହୀ ବ୍ୟକ୍ତିମାନେ କମ୍ପାନିର େଓ୍ଵବସାଇଟ୍‌ ଓ ଆପ୍‌ ମାଧ୍ୟମରେ ଏଥିପାଇଁ ରବିବାର ରାତି ୯ଟା ୩୦ରୁ ୧୯ ତାରିଖ ପର୍ଯ୍ୟନ୍ତ ଟିକଟ ବୁକ୍‌ କରିପାରିବେ। କିନ୍ତୁ ଏହି ଟିକଟରେ ଲୋକମାନେ ଆସନ୍ତାବର୍ଷ ମେ ମାସରୁ ୨୦୧୯ ଜାନୁଆରି ମଧ୍ୟରେ ଯାତ୍ରା କରିପାରିବେ। ଦେଶ ମଧ୍ୟରେ କମ୍ପାନିର ଏହି ଅଫର ଭୁବନେଶ୍ୱର, ବେଙ୍ଗାଲୁରୁ, କୋଚି, ହାଇଦ୍ରାବାଦ, ରାଞ୍ଚି, କୋଲକାତା, ନୂଆଦିଲ୍ଲୀ, ଗୋଆ ଆଦି ସ୍ଥାନକୁ ଉପଲବ୍ଧ ହେବ। ଭୁବନେଶ୍ୱର ସମେତ ଅନ୍ୟ ସହରରୁ ଆନ୍ତର୍ଜାତିକ ଉଡ଼ାଣ ମଧ୍ୟ କରିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe