ଉତ୍ସବ ଋତୁ ବିମାନ ଟିକଟ ୨୫% ମହଙ୍ଗା

Advertisment
ଉତ୍ସବ ଋତୁ ବିମାନ ଟିକଟ ୨୫% ମହଙ୍ଗା

ନୂଆଦିଲ୍ଲୀ: ଉତ୍ସବ ଋତୁ ପାଖେଇ ଆସୁଥିବା ବେଳେ ବିମାନ ମୂଲ୍ୟରେ ଅହେତୁକ ବୃଦ୍ଧି ଧାରା ଆରମ୍ଭ ହୋଇଯାଇଛି। କାମଧନ୍ଦା ଲାଗି ଦେଶର ବିଭିନ୍ନ ସ୍ଥାନକୁ ଯାଇଥିବା ଲୋକମାନେ ଏହି ସମୟରେ ଘରକୁ ଫେରିଥାନ୍ତି। ସୀମିତ ଛୁଟି ମଧ୍ୟରେ ଘରକୁ ଯାଇ ପୁଣି କାର୍ଯ୍ୟକ୍ଷେତ୍ରକୁ ଫେରିଆସିବା ‌ଲାଗି ଲୋକମାନେ ବିମାନରେ ଟିକଟ କରିଥାନ୍ତି। ତେବେ ଉତ୍ସବ ଋତୁର ବିମାନ ଟିକଟ ଦାମ୍‌ରେ ୨୫ ପ୍ରତିଶତ ବୃଦ୍ଧି ହୋଇଥିବା ଜଣାପଡ଼ିଛି।

ଦିଲ୍ଲୀ-ଚେନ୍ନାଇ, ମୁମ୍ବାଇ-ହାଇଦ୍ରାବାଦ, ଦିଲ୍ଲୀ-ଗୋଆ, ଦିଲ୍ଲୀ-ଅହମ୍ମଦାବାଦ ରୁଟ୍‌ରେ ଟିକଟ ୧୦-୨୫ ପ୍ରତିଶତ ପର୍ଯ୍ୟନ୍ତ ମହଙ୍ଗା ହୋଇଛି। ଆସନ୍ତା ନଭେମ୍ବର ୧୦ରୁ ୧୬ ତାରିଖ ଭିତରେ ଯାତ୍ରା କରିବା ଲାଗି ଯେଉଁମାନେ ଟିକଟ ବୁକିଂ କରୁଛନ୍ତି ସେମାନଙ୍କ ଲାଗି ଦାମ୍ ବଢ଼ିଛି। ଇକ୍ସିଗୋର ଗ୍ରୁପ୍ କୋ-ସିଇଓ ରଜନୀଶ କହିଛନ୍ତି ଯେ ଦିଲ୍ଲୀ-ଚେନ୍ନାଇ, ମୁମ୍ବାଇ-ବେଙ୍ଗାଲୁରୁ ଓ ଦିଲ୍ଲୀ-ହାଇଦ୍ରାବାଦ ରୁଟ୍‌ରେ ଟିକଟ ଦାମ୍‌ ୧୦-୧୫ ପ୍ରତିଶତ ବଢ଼ିଛି। କିଛି ରୁଟ୍‌ରେ ଟିକଟ ମୂଲ୍ୟ ହ୍ରାସ ମଧ୍ୟ ପାଇଛି। କିନ୍ତୁ ସେଗୁଡ଼ିକ ଏତେଟା ବ୍ୟସ୍ତବହୁଳ ରୁଟ୍ ନୁହେଁ। ଗତ ମାସରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ ରାମମୋହନ ନାଇଡୁ କହିଥିଲେ ଯେ ଅନାବଶ୍ୟକ ଦରବୃଦ୍ଧି ଜରିଆରେ ଯାତ୍ରୀଙ୍କୁ କରାଯାଉଥିବା ଶୋଷଣ ରୋକିବା ଲାଗି ଯାତ୍ରୀମାନଙ୍କ ଅଭିଯୋଗ ସମାଧାନ ନିମନ୍ତେ ଏକ ଅନଲାଇନ୍ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ। ବର୍ତ୍ତମାନ ସମୟରେ ବିମାନ ଟିକଟ ମୂଲ୍ୟ ଉପରେ କାହାର ନିୟନ୍ତ୍ରଣ ନାହିଁ। କମ୍ପାନିଗୁଡ଼ିକ ଟିକଟ ଦରକୁ ନିଜେ ନିୟନ୍ତ୍ରଣ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe