ବିମାନ ଯାତ୍ରା ପକେଟ୍‌କୁ ବାଧିବ: ଇନ୍ଧନ ମୂଲ୍ୟରେ ଥରକେ ୧୬% ବୃଦ୍ଧି

ଟିକଟ ଦାମ୍ ବଢ଼ାଇଲା ସ୍ପାଇସ୍‌ଜେଟ୍‌

ପାଣ୍ଠି ପାଇଁ ଅଂଶଧନ ବିକିବ ସ୍ପାଇସ୍‌ଜେଟ୍

Image Courtesy of India Today

ନୂଆଦିଲ୍ଲୀ: ବିମାନରେ ଯାତ୍ରା କରୁଥିବା ଲୋକମାନଙ୍କୁ ଟିକେଟ୍ ବୁକିଂ କରିବା ବେଳେ ଅଧିକ ଟଙ୍କା ଗଣିବାକୁ ପଡ଼ିବ। ‌ଦେଶରେ ବିମାନ ଇନ୍ଧନ ବା ଏଟିଏଫ୍‌ ମୂଲ୍ୟ ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଥିବାରୁ ଘରୋଇ ବିମାନ କଂପାନିଗୁଡ଼ିକ ଖର୍ଚ୍ଚ ଭରଣା ଲାଗି ଟିକେଟ୍ ମୂଲ୍ୟ ବଢ଼ାଇବା ଆରମ୍ଭ କରିଛନ୍ତି। ସ୍ପାଇସ୍‌ଜେଟ୍ ଏହାର ଟିକେଟ୍‌ ମୂଲ୍ୟରେ ୧୫% ପର୍ଯ୍ୟନ୍ତ ବୃଦ୍ଧି କରିଛି। ଅନ୍ୟ କଂପାନିଗୁଡ଼ିକ ମଧ୍ୟ ଏହି ଧାରାକୁ ଅନୁସରଣ କରିବେ ବୋଲି ଆଶା କରାଯାଉଛି। ଆଜି ବିମାନ ଇନ୍ଧନ ମୂଲ୍ୟ ୧୬% ବୃଦ୍ଧି ପାଇବା ପରେ ତାହାର କିଲୋଲିଟର ପିଛା ଦାମ୍ ୧,୪୧,୨୩୨ ଟଙ୍କା ୮୭ ପଇସା ହୋଇଯାଇଛି। ଗୋଟିଏ ଥରରେ ଦାମ୍ ୧୯,୭୫୭ ଟଙ୍କା ୧୩ ପଇସା ବଢ଼ିଛି। ଏଥି ସହିତ ବିମାନ ଇନ୍ଧନ ମୂଲ୍ୟ ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଛି। ଆମେରିକୀୟ ଡଲାର ତୁଳନାରେ ଟଙ୍କା ଅତ୍ୟନ୍ତ ଦୁର୍ବଳ ସ୍ତରରେ ରହିବା ଯୋଗୁଁ ବିମାନ ଇନ୍ଧନ ମୂଲ୍ୟ ବୃଦ୍ଧି ପାଉଛି। ବିମାନ କଂପାନିଗୁଡ଼ିକର ୪୦% ଖର୍ଚ୍ଚ ତେଲ କିଣିବାରେ ବ୍ୟବହାର ହେଉଥିବାରୁ ଏହାର ଦାମ୍‌‌ରେ ହୋଇଥିବା ବୃଦ୍ଧି ବିମାନ କଂପାନିଗୁଡ଼ିକର ପରିଚାଳନା ଖର୍ଚ୍ଚକୁ ବଢ଼ାଇ ଦେଇଛି। ଏଭଳି ସ୍ଥିତିରେ ଟିକେଟ୍ ମୂଲ୍ୟ ବଢ଼ାଇ ଖର୍ଚ୍ଚ ବାହାର କରିବା ବ୍ୟତୀତ କଂପାନିଗୁଡ଼ିକ ପାଖରେ ଅନ୍ୟ କୌଣସି ବିକଳ୍ପ ନଥିବା ଭଳି ମନେ ହେଉଛି।

ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳର ବ୍ୟାରେଲ ପିଛା ଦାମ୍ ଏବେ ୧୧୯.୧୬ ଡଲାର ରହିଛି। କିନ୍ତୁ, ଡଲାର ତୁଳନାରେ ଟଙ୍କା ମୂଲ୍ୟ ୭୮ ଟଙ୍କା ସ୍ତରରେ ଥିବାରୁ ସମାନ ତେଲ କିଣିବା ଲାଗି ଏବେ ଅଧିକ ଟଙ୍କା ଗଣିବାକୁ ପଡ଼ୁଛି। ସ୍ଥାନୀୟ ଟିକସ ଅନୁସାରେ ବିଭିନ୍ନ ରାଜ୍ୟରେ ବିମାନ ଇନ୍ଧନ ମୂଲ୍ୟ ଭିନ୍ନ ଭିନ୍ନ ରହୁଛି। ଚଳିତ ବର୍ଷ ୧୦ ଥର ବିମାନ ଇନ୍ଧନ ମୂଲ୍ୟ ବଢ଼ିଛି। ୨୦୨୧ ଜୁନ୍ ପରଠାରୁ ଏହାର ମୂଲ୍ୟ ୧୨୦% ବଢ଼ିଛି। ତେଣୁ ଏହା ଉପରେ ଲାଗୁ କରାଯାଇଥିବା ଟିକସ ହ୍ରାସ କରିବା ଲାଗି ବିମାନ କଂପାନିଗୁଡ଼ିକ ସରକାରଙ୍କୁ ନିବେଦନ କରିଛନ୍ତି। କଂପାନିଙ୍କ ମତରେ ଇନ୍ଧନ ମୂଲ୍ୟରେ ବୃଦ୍ଧି ଯୋଗୁଁ ପରିଚାଳନାଗତ ଖର୍ଚ୍ଚରେ ଯେଉଁ ବୃଦ୍ଧି ଘଟିଛି ତାହା ଭରଣା କରିବା ଲାଗି ଟିକେଟ୍ ଦାମ୍‌ ୧୦-୧୫% ବୃଦ୍ଧି ପାଇବା ଦରକାର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe