ସ୍ପାମ୍‌ କଲ୍‌, ଏସ୍‌ଏମ୍‌ଏସ୍‌କୁ ରୋକିବ ଏୟାରଟେଲ୍‌ ଏଆଇ

Advertisment

ଭାରତୀ ଏୟାରଟେଲ୍‌ର ନୂତନ ଏଆଇ କ୍ଷମତାଯୁକ୍ତ ସ୍ପାମ ସନ୍ଧାନକାରୀ ବ୍ୟବସ୍ଥା ଓଡ଼ିଶାର ଗ୍ରାହକମାନଙ୍କୁ ଆଶ୍ବସ୍ତି ପ୍ରଦାନ କରୁଛି। ଆରମ୍ଭର ୨୦ଦିନ ମଧ୍ୟରେ, ଏହି ଅଭିନବ ଟେଲିକମ୍ ସମାଧାନକାରୀ ବ୍ୟବସ୍ଥା ସମଗ୍ର ରାଜ୍ୟରେ ୫୪ ନିୟୁତ ସମ୍ଭାବ୍ୟ ସ୍ପାମ୍‌କଲ୍‌ ଏବଂ ୨ ନିୟୁତ ସ୍ପାମ୍‌ ଏସ୍‌ଏମ୍‌ଏସ୍‌ ମେସେଜକୁ...

dgaddda

ଭୁବନେଶ୍ୱର: ଭାରତୀ ଏୟାରଟେଲ୍‌ର ନୂତନ ଏଆଇ କ୍ଷମତାଯୁକ୍ତ ସ୍ପାମ ସନ୍ଧାନକାରୀ ବ୍ୟବସ୍ଥା ଓଡ଼ିଶାର ଗ୍ରାହକମାନଙ୍କୁ ଆଶ୍ବସ୍ତି ପ୍ରଦାନ କରୁଛି। ଆରମ୍ଭର ୨୦ଦିନ ମଧ୍ୟରେ, ଏହି ଅଭିନବ ଟେଲିକମ୍ ସମାଧାନକାରୀ ବ୍ୟବସ୍ଥା ସମଗ୍ର ରାଜ୍ୟରେ ୫୪ ନିୟୁତ ସମ୍ଭାବ୍ୟ ସ୍ପାମ୍‌କଲ୍‌ ଏବଂ ୨ ନିୟୁତ ସ୍ପାମ୍‌ ଏସ୍‌ଏମ୍‌ଏସ୍‌ ମେସେଜକୁ ଚିହ୍ନଟ କରିବାରେ ସକ୍ଷମ ହୋଇପାରିଛି। ଏହି ମାଗଣା ସମାଧାନକୁ ଏୟାରଟେଲର ସମସ୍ତ ମୋବାଇଲ ଫୋନ ଗ୍ରାହକ ଆପେ ପାଇପାରିବେ। ସେମାନଙ୍କୁ ଏହି ସେବା ପାଇବା ପାଇଁ ଅନୁରୋଧ କିମ୍ବା କୌଣସି ଆପ୍‌ ଡାଉ‌ନଲୋଡ୍‌ କରିବାକୁ ପଡ଼ିବ ନାହିଁ।

ଏ ସଂପର୍କରେ ଭାରତୀ ଏୟାରଟେଲ-ଓଡ଼ିଶାର ସିଓଓ ବାଲାଜୀ ସିଂ କହିଛନ୍ତି, “ଯୋଗାଯୋଗ ପ୍ରକ୍ରିୟା ଯେହେତୁ ଅଧିକ ମାତ୍ରାରେ ବିସ୍ତାରିତ ହେଉଅଛି, ଗ୍ରାହକମାନେ ପ୍ରତାରଣା, ପ୍ରବଞ୍ଚନା ତଥା ମନ୍ଦ ଉଦ୍ଦେଶ୍ୟ ନିହିତ ଯୋଗାଯୋଗ ବୃଦ୍ଧିର ସମ୍ମୁଖୀନ ହେଉଛନ୍ତି । ଏଭଳି ଡ଼ିଜିଟାଲ ଧମକ ଓ ସମିସ୍ୟାର ସମାଧାନ ପାଇଁ ଏୟାରଟେଲ ଅତି ଗର୍ବର ସହିତ ଏଆଇ କ୍ଷମତାଯୁକ୍ତ ସମାଧାନ ଉପସ୍ଥାପନ କରିଛି। ଏହି ଆଧୁନିକ କୌଶଳକୁ କାର୍ଯ୍ୟକ୍ଷମ କରିବା ଦ୍ୱାରା ଏୟାରଟେଲ ଏହାର ୧.୯୨ କୋଟିରୁ ଅଧିକ ଗ୍ରାହକଙ୍କ ସୁରକ୍ଷା ସ୍ତରକୁ ବୃଦ୍ଧି କରିବା ସହିତ ସେମାନଙ୍କୁ ଏକ ନିରାପଦ ଯୋଗାଯୋଗ ସୁବିଧା ଯୋଗାଇ ଦେଇଛି। ଏୟାରଟେଲର ଡାଟା ବୈଜ୍ଞାନିକମାନଙ୍କ ଦ୍ବାରା ଉକ୍ତ ପ୍ରଯୁକ୍ତିର ବିକାଶ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe