A Bharti Airtel office building is pictured in Gurugram, previously known as Gurgaon, on the outskirts of New Delhi, India April 21, 2016. REUTERS/Adnan Abidi
ଭୁବନେଶ୍ୱର: ଏୟାରଟେଲ ଏବଂ ଆମାଜନ୍ ଇଣ୍ଡିଆ ପକ୍ଷରୁ ମିଳିତ ଭାବେ ବର୍ଷିକିଆ ଆମାଜନ୍ ପ୍ରାଇମ ମେମ୍ବରସିପ୍ ଅଫର ଆରମ୍ଭ ହେବାକୁ ଯାଉଛି । ଏହି ଅଫରରେ ଏୟାରଟେଲ୍ର ପୋଷ୍ଟପେଡ୍ ଗ୍ରାହକମାନେ ୪୯୯ ଟଙ୍କିଆ କିମ୍ବା ତା’ଠାରୁ ବଡ଼ ପ୍ଲାନ୍ ନେଇ ବର୍ଷକ ପର୍ଯ୍ୟନ୍ତ ଆମାଜନ୍ ପ୍ରାଇମ୍ ମେମ୍ବରସିପ୍ ଅଫର ହାସଲ କରିପାରିବେ ଯାହାର ମୂଲ୍ୟ ହେଉଛି ୯୯୯ ଟଙ୍କା। ଆମାଜନ୍ ପ୍ରାଇମ ମେମ୍ବରସିପ୍ ଅଫରରେ ଅସିମୀତ ଆମାଜନ୍ ପ୍ରାଇମ ଭିଡିଓ ଦେଖିବାର ସୁଯୋଗ ମିଳିବ। ଗ୍ରାହକମାନେ ଉକ୍ତ ସେବା ସେମାନଙ୍କର ଏୟାରଟେଲ ଟିଭି ଆପ୍ ମାଧ୍ୟମରେ ପ୍ରାଇମ ଭିଡ଼ିଓ ଆପ୍କୁ ଡାଉନଲୋଡ୍ କରି ପ୍ରାଇମ ଭିଡିଓ ଦେଖିବାର ସୁଯୋଗ ପାଇବେ।
Follow Us