navbharattimes.indiatimes.com
ନୂଆଦିଲ୍ଲୀ: ଏୟାରଟେଲ ଏବେ ୩ଟି ନୂଆ ଟାରିଫ୍ ପ୍ଲାନ ବ୍ୟବହାରକାରୀଙ୍କ ପାଇଁ ଆଣିଥିବା ବେଳେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଖାସ୍ କରି ଏହି ପ୍ଲାନରେ ବ୍ୟବହାରକାରୀଙ୍କୁ ଅନଲିମିଟେଡ୍ କଲ ସହ ୨ଜିବି ଡାଟା ମିଳିବ ବୋଲି ଜଣାପଡ଼ିଛି। ଏହି ପ୍ଲାନ୍ ଆପଣାଇବା ପରେ ବ୍ୟବହାରକାରୀ ସବୁ ନେଟୱାର୍କର ନମ୍ବରକୁ କଲ କରି ଅନଲିମିଟେଡ୍ କଥା ହୋଇ ପାରିବେ। ଆଗରୁ ଜିଓରେ ମଧ୍ୟ ଏହି ସୁବିଧା ଥିବା ବେଳେ କିଛି ମାସ ତଳେ ସେ ନିଜର ପ୍ଲାନରେ ପରିବର୍ତ୍ତନ ଆଣିଥିଲା। ଏବେ ଲୋକେ କେବଳ ଜିଓରୁ ଜିଓକୁ ଅନଲିମିଟେଡ୍ କଲ୍ କରି ପାରୁଥିବା ବେଳେ ଅନ୍ୟ ନମ୍ବରକୁ କଲ କଲେ ସେମାନଙ୍କୁ ୬ପଇସା ଦେବାକୁ ପଡ଼ୁଛି। ଏହାକୁ ଆଖି ଆଗରେ ରଖି ଏୟାରଟେଲ ୩ଟି ପ୍ଲାନ୍ ଲଞ୍ଚ କରିଛି।
ଏୟାରଟେଲର ୨୧୯ ପ୍ରିପେଡ ପ୍ଲାନରେ ବ୍ୟବହାରକାରୀମାନେ ଦେଶର କୌଣସି ନମ୍ବରକୁ ଅନଲିମିଟେଡ୍ କଲ୍ କରି କଥା ହୋଇ ପାରିବେ। ଏହି ପ୍ଲାନରେ ବ୍ୟବହାରକାରୀଙ୍କୁ ପ୍ରତିଦିନ ୧ଜିବି ଡାଟା ମିଳିବା ସହ ୧୦୦ଟି ଏସଏମଏସ ପଠାଇବାର ସୁବିଧା ମିଳିବ। ଏହି ପ୍ଲାନର ବୈଧତା ୨୮ଦିନ ପର୍ଯ୍ୟନ୍ତ ରହିବ। ଏହା ସହ ବ୍ୟବହାରକାରୀମାନେ ମାଗଣାରେ ହେଲୋ ଟ୍ୟୁନ୍ ମଧ୍ୟ ରଖି ପାରିବେ।
ଏୟାରଟେଲର ୩୯୯ ପ୍ରିପେଡ ପ୍ଲାନର ବୈଧତା ୫୬ଦିନ ରହିଛି। ଏହି ପ୍ଲାନକୁ ଆକ୍ଟିଭ୍ କରିବା ପରେ ବ୍ୟବହାରକାରୀଙ୍କୁ ସବୁ ନେଟୱାର୍କକୁ ଅନଲିମିଟେଡ୍ କଲ୍ ସହ ଦିନକୁ ୧.୫ଜିବି ଡାଟା ମିଳିବ। ୫୬ଦିନରେ ୮୪ଜିବିର ଡାଟାର ଲାଭ ଉଠାଇ ପାରିବେ ବ୍ୟବହାରକାରୀ। ଏହି ପ୍ଲାନରେ ବ୍ୟବହାରକାରୀଙ୍କୁ ୧୦୦ଟି ଏସଏମଏସ ପଠାଇବାର ସୁବିଧା ମିଳିବା ସହ ମାଗଣାରେ ହେଲୋ ଟ୍ୟୁନ୍ ରଖିବାର ସୁବିଧା ମଧ୍ୟ ମିଳିବ।
Times Nowଏୟାରଟେଲର ୪୪୯ ପ୍ରିପେଡ ପ୍ଲାନର ବୈଧତା ମଧ୍ୟ ୫୬ଦିନ ରହିଛି। ଏହି ପ୍ଲାନକୁ ଆକ୍ଟିଭ୍ କରିବା ପରେ ବ୍ୟବହାରକାରୀଙ୍କୁ ସବୁ ନେଟୱାର୍କକୁ ଅନଲିମିଟେଡ୍ କଲ୍ ସହ ଦିନକୁ ୨ଜିବି ଡାଟା ମିଳିବ। ୯୦ଟି ଏସଏମଏସ ପଠାଇବାର ସୁବିଧା ମିଳିବା ସହ ମାଗଣାରେ ହେଲୋ ଟ୍ୟୁନ୍ ରଖିବାର ସୁବିଧା ମଧ୍ୟ ମିଳିବ।
Follow Us