୧୨୬ ଜିବି ପର୍ଯ୍ୟନ୍ତ ମଗଣା ଡାଟା ଦେଉଛି ଏୟାରଟେଲ

Advertisment
୧୨୬ ଜିବି ପର୍ଯ୍ୟନ୍ତ ମଗଣା ଡାଟା ଦେଉଛି ଏୟାରଟେଲ

NDTV Gadgets

ନୂଆଦିଲ୍ଲୀ: ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ଏୟାରଟେଲ ନିଜ ୪ଜି ହଟସ୍ପଟ ଡିଭାଇସର ମୂଲ୍ୟ ରିଭାଇଜ କରିଛି। ଏବେ ଏୟାରଟେଲ ନିଜ ୪ଜି ହଟସ୍ପଟ ଡିଭାଇସ୍‌ର ଉପଭୋକ୍ତାଙ୍କୁ ନୂଆ ଡାଟା ପ୍ରଦାନ କରୁଛି। ଏୟାରଟେଲ ବ୍ୟବହାରକାରୀଙ୍କୁ ଦୁଇଟି ନୂଆ ପ୍ଲାନ୍‌ ଦେଉଛି। ଏହି ଦୁଇ ନୂଆ ପ୍ଲାନ୍‌ ଆଣିବା ପୂର୍ବରୁ ଏୟାରଟେଲ ନିଜର ୪ଜି ହଟସ୍ପଟ ଡିଭାଇସ୍‌ ବ୍ୟବହାରକାରୀଙ୍କୁ କେବଳ ୩୯୯ ଟଙ୍କାର ପ୍ରିପେଡ ପ୍ଲାନ୍‌ର ଅଫର କରିଥିଲା। ଯେଉଁଥିରେ ପ୍ରତିମାସରେ ୫୦ଜିବି ଡାଟା ଗ୍ରାହକଙ୍କୁ ମିଳୁଥିଲା। ମାସ ଶେଷ ହେବା ପୂର୍ବରୁ ଡାଟା ଶେଷ ହୋଇଗଲେ ସ୍ପିଡ୍‌ ହ୍ରାସ ପାଇ ୮୦କେବିପିଏସ୍‌ ରହି ଯାଇଥାଏ। ଏୟାରଟେଲ୍‌ର ନୂଆ ପ୍ରିପେଡ ଓ ପୋଷ୍ଟପେଡ୍‌ ପ୍ଲାନ୍‌ର ଫାଇଦା ସେହି ଗ୍ରାହକଙ୍କୁ ମିଳିବ ଯାହାକି ଏୟାରଟେଲ ୪ଜି ହଟସ୍ପଟ୍‌ ଡିଭାଇସ୍‌କୁ ୧,୫୦୦ଟଙ୍କାରେ କିଣିବେ।

ଏୟାରଟେଲ ୪ଜି ହଟସ୍ପଟ୍‌ ଡିଭାଇସ୍‌ ସହିତ ୪୯୯ଟଙ୍କାର ଇନ୍‌ଫିନିଟି ପୋଷ୍ଟପେଡ ପ୍ଲାନ୍‌ ଉପଲବ୍ଧ ଅଛି। ଏହି ପ୍ଲାନ୍‌ରେ ଗ୍ରାହକ ମାସକୁ ୭୫ଜିବି ଡାଟା ଦେଉଛି। ଯଦି ଆପଣ ମାସକ ପୂର୍ବରୁ ଏହି ଡାଟା ଶେଷ ହୋଇଯାଏ ତେବେ ଡାଟା ସ୍ପିଡ୍‌ ହ୍ରାସ ପାଇ ୮୦କେବିପିଏସ୍‌ ହୋଇଯିବ।

ସେହିପରି ଏୟାରଟେଲ ୪ଜି ହଟସ୍ପଟ ଡିଭାଇସ୍‌ର ବ୍ୟବହାରକାରୀଙ୍କ ଦ୍ୱିତୀୟ ବିକଳ୍ପ ଉପଲବ୍ଧ ରହିଛି। ଏଥିରେ ବ୍ୟବହାରକାରୀଙ୍କୁ ପ୍ରିପେଡ ପ୍ଲାନ୍‌ର ରିଚାର୍ଜ କରିବାକୁ ପଡ଼ିବ। ଏହି ପ୍ଲାନ୍‌ରେ ବ୍ୟବହାରକାରୀ ପ୍ରତିଦିନ ୧.୫ଜିବି ଡାଟା ପାଇ ପାରିବେ। ଏହାର ବୈଧତା ୮୪ଦିନ ପାଇଁ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe