ଗ୍ରାହକଙ୍କ ମନ କଥା ବୁଝିଲା ଏୟାରଟେଲ; ଉପଭୋକ୍ତା ଏଣିକି ମାଗଣାରେ ସମସ୍ତ ନେଟଓ୍ଵାର୍କକୁ କରିପାରିବେ କଲ୍‌

Advertisment
ଏୟାରଟେଲ୍‌ ଦେଲା ଆଉ ୮୦୦୪ କୋଟି

News Nation

ନୂଆଦିଲ୍ଲୀ: ଟେଲିକମ ସେକ୍ଟରରେ ଡାଟା ଓ କଲ ପ୍ୟାକ୍‌କୁ ନେଇ ଗ୍ରାହକଙ୍କ ମଧ୍ୟରେ ଏକ ପ୍ରକାର ଅସନ୍ତୋଷ ଦେଖା ଦେଇଛି। ଏଭଳି ପରିସ୍ଥିତିରେ ଏୟାରଟେଲ ତା’ ଉପଭୋକ୍ତାଙ୍କ ପାଇଁ ଖୁସି ଖବର ଆଣିଛି। କମ୍ପାନି ଏବେ କୌଣସି ବି ନେଟଓ୍ଵାର୍କରେ ଅସୀମିତ କଲିଂ ସୁବିଧାର ଅଫର ଦେଇଛି। ଏୟାରଟେଲ ନିଜର ପ୍ରିପେଡ ଟାରିଫ ପ୍ଲାନ୍ସରେ ଗତକିଛିଦିନ ତଳେ ପରିବର୍ତ୍ତନ ଆଣିଥିଲା। ନୂଆ ପ୍ଲାନ୍‌ ସହିତ କମ୍ପାନି ପ୍ରଥମେ ଅନ୍ୟ ନେଟଓ୍ଵାର୍କକୁ କଲିଂ ପାଇଁ ଫେୟାର ୟୁସେଜ ପଲିସି ଲିମିଟ(ଏଫୟୁପି)ଚାର୍ଜ ଲାଗୁ କରିଥିଲା। କିନ୍ତୁ ଗ୍ରାହକଙ୍କ ଅସନ୍ତୋଷକୁ ଦେଖି କମ୍ପାନି ଏହାକୁ ହଟାଇ ଦେଇଛି।

publive-image Deccan Herald

ଏଫୟୁପି ଚାର୍ଜ ହଟାଯିବା ପରେ ଏବେ ଉପଭୋକ୍ତା ଅନ୍ୟ ନେଟୱାର୍କକୁ ମାଗଣାରେ ଅସୀମିତ କଲ୍‌ କରିପାରିବେ ବୋଲି କମ୍ପାନି ଦାବି କରିଛି। ଏହା ପୂର୍ବରୁ ଏୟାରଟେଲ ନିଜ ଟାରିଫରେ ପରିବର୍ତ୍ତନ କରି ଏୟାରଟେଲ ବ୍ୟତୀତ ଅନ୍ୟ ନେଟୱାର୍କକୁ କଲ୍‌ କଲେ, ପ୍ରତି ମିନିଟ୍‌କୁ ଦେୟ ୬ ପଇସା ରଖିଥିଲା। ଏବେ ଏଫୟୁପି ହଟାଯିବା କଥା କମ୍ପାନି ଟୁଇଟ୍‌ କରି ଗ୍ରାହକଙ୍କୁ ସୂଚନା ଦେଇଛି। ଏଥିସହିତ ଆସନ୍ତାକାଲିଠାରୁ ଆପଣ ଭାରତରେ କୌଣସି ବି ନେଟଓ୍ଵାର୍କରେ କମ୍ପାନିର ଅସୀମିତ ପ୍ଲାନ୍ସ ସହିତ ଅସୀମିତ କଲିଂର ଲାଭ ଉଠାଇ ପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe