ନୂଆଦିଲ୍ଲୀ: ରିଲାଏନ୍ସେ ଜିଓର ୪ଜି ସ୍ମାର୍ଟଫୋନ୍ ଲଞ୍ଚ୍ ହେବାପରେ ଏବେ ଏୟାର୍ଟେଲ୍ ମଧ୍ୟ ତାହାର ୪ଜି ସ୍ମାର୍ଟଫୋନ୍କୁ ଲଞ୍ଚ୍ କରିବାର ଯୋଜନା କରୁଥିବା ଖବର ମିଳିଛି। ତେବେ ଏ ନେଇ ଟେଲିକମ୍ କଂପାନି ଭାରତୀ ଏୟାର୍ଟେଲ୍ ପକ୍ଷରୁ କୁହାଯାଇଛି ଯେ,ଏହି ୪ଜି ସ୍ମାର୍ଟଫୋନ୍ଟିକୁ ଗ୍ରାହକମାନଙ୍କ ଆବଶ୍ୟକତାକୁ ଆଖିଆଗରେ ରଖି ଆସନ୍ତା ସପ୍ତାହରେ ଲଞ୍ଚ୍ କରାଯିବ।ଏଥିସହିତ ଏହି ଫୋନ୍ରେ ମଧ୍ୟ ଉପଭୋକ୍ତାଙ୍କ ଲାଗି ଅନ୍ୟାନ୍ୟ ଅଫର୍ର ସୁବିଧା ଯୋଗାଇ ଦିଆାଯିବ। ଏକ ରିପୋର୍ଟ ଅନୁସାରେ,ଏହି ସ୍ମାର୍ଟଫୋନ୍ ଗ୍ରାହକଙ୍କ ପାଇଁ ୨୦୦୦ଟଙ୍କାରୁ ବି କମ୍ ମୂଲ୍ୟରେ ଉପଲବ୍ଧ ହେବ ବୋଲି ଜଣାପଡ଼ିଛି। ହେଲେ ଏହା ପୂର୍ବରୁ ଶୁଣାଯାଇଥିଲା ଯେ, ଏୟାର୍ଟେଲ୍ ଏହି ୪ଜି ସ୍ମାର୍ଟଫୋନ୍କୁ ୨,୫୦୦ ଟଙ୍କା ମୂଲ୍ୟରେ ବଜାର ପ୍ରବେଶ କରାଇବ।
ଆସନ୍ତା ସପ୍ତାହରେ ଲଞ୍ଚ୍ ହେବ ଏୟାର୍ଟେଲ୍ର ୪ଜି ସ୍ମାର୍ଟଫୋନ୍
Advertisment
Follow Us