ଗ୍ରାହକଙ୍କୁ ନିରାଶ କଲା ଏୟାରଟେଲ:  ଲୋକପ୍ରିୟ ପ୍ଲାନକୁ ବନ୍ଦ କରିବାକୁ ନେଲା ନିଷ୍ପତ୍ତି

ଏୟାରଟେଲ୍ ତାର ଅଫିସିଆଲ୍ ୱେବସାଇଟରେ ସୂଚନା ଦେଇଛି ଯେ  ପ୍ରିପେଡ୍ ରିଚାର୍ଜ ପୋର୍ଟଫୋଲିଓରୁ ୨୪୯ ଟଙ୍କାର ପ୍ଲାନ୍ ହଟାଇ ଦେଉଛି। ଏହି ପ୍ଲାନ୍ କମ୍ପାନିର ଟ୍ରୁଲି ଅନଲିମିଟେଡ୍ ପ୍ୟାକ୍ ମଧ୍ୟରୁ ଗୋଟିଏ ଥିଲା।

New Project (6)

ନୂଆଦିଲ୍ଲୀ: ଏୟାରଟେଲ୍ ସମ୍ପ୍ରତି ତାର ଉପଭୋକ୍ତାମାନଙ୍କୁ ଝଟକା ଦେଇଛି। କମ୍ପାନି ଅଗଷ୍ଟ ୨୦ ତାରିଖ ବୁଧବାର ଦିନ ଶସ୍ତା ଟ୍ରୁଲି ଅନଲିମିଟେଡ୍ ପ୍ଲାନକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଏହି ପ୍ଲାନ୍ ଆଜି ରାତି ୧୨ ଟାରୁ କମ୍ପାନିର ୱେବସାଇଟରୁ ହଟାଇ ଦିଆଯିବ। 

ଯଦି ଆପଣ ଜଣେ ଏୟାରଟେଲ୍ ଗ୍ରାହକ ଏବଂ ଆପଣ ଏୟାରଟେଲର ଏହି ଶସ୍ତା ପ୍ଲାନକୁ ବ୍ୟବହାର କରୁଥିଲେ ତେବେ ନିଶ୍ଚିୟ ଆପଣଙ୍କ ପାଇଁ ଏହା ଏକ ନିରାଶଜନକ ଖବର ହେବ ।

ଏୟାରଟେଲ୍ ତାର ଅଫିସିଆଲ୍ ୱେବସାଇଟରେ ସୂଚନା ଦେଇଛି ଯେ  ପ୍ରିପେଡ୍ ରିଚାର୍ଜ ପୋର୍ଟଫୋଲିଓରୁ ୨୪୯ ଟଙ୍କାର ପ୍ଲାନ୍ ହଟାଇ ଦିଆଯିବ। ଏହି ପ୍ଲାନ୍ କମ୍ପାନିର ଟ୍ରୁଲି ଅନଲିମିଟେଡ୍ ପ୍ୟାକ୍ ମଧ୍ୟରୁ ଗୋଟିଏ ଥିଲା, ଯାହାକୁ ବିଶେଷ ଭାବରେ କମ୍ ବଜେଟ୍ ଗ୍ରାହକଙ୍କ ମଧ୍ୟରେ ପସନ୍ଦ କରାଯାଉଥିଲା। ଏଥିରେ, ବ୍ୟବହାରକାରୀମାନେ ଡାଟା, କଲିଂ ଏବଂ ଏସଏମଏସ ଭଳି ମୌଳିକ ସୁବିଧା ପାଉଥିଲେ।

ଏହି ପ୍ଲାନ୍ ବର୍ତ୍ତମାନ କମ୍ପାନିର ୱେବସାଇଟରେ 'ପ୍ରଡକ୍ଟ କ୍ଲୋଜିଂ ଟୁନାଇଟ୍' ଟ୍ୟାଗ୍ ସହିତ ନଜର ଆସୁଛି।ଏୟାରଟେଲର ଏହି ପ୍ରିପେଡ୍ ପ୍ୟାକ୍ ପୂର୍ବରୁ ୨୪ ଦିନର ବୈଧତା ପ୍ରଦାନ କରୁଥିଲା, ଯେଉଁଥିରେ ପ୍ରତିଦିନ ୧ ଜିବି ଡାଟା, ଅସୀମିତ କଲିଂ ଏବଂ ୧୦୦ ଏସ୍ଏମ୍ଏସ୍ ସୁବିଧା ଅନ୍ତର୍ଭୁକ୍ତ ଥିଲା। ଏହାକୁ ନିମ୍ନ ଆୟକାରୀଙ୍କ ପାଇଁ ଏକ ସନ୍ତୁଳିତ ବିକଳ୍ପ ଭାବରେ ବିବେଚନା କରାଯାଉଥିଲା। ଯାହାକି ଆଉ କିଛି ଘଣ୍ଟା ମଧ୍ୟରେ ବନ୍ଦ ହୋଇଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe