ଏୟାରଟେଲ୍‌ ହାତ ଧରି ଆସିବ ଷ୍ଟାର୍‌ଲିଙ୍କ୍‌, ଉପଗ୍ରହରୁ ଆସିବ ଇଣ୍ଟରନେଟ୍

Advertisment

ବିଶ୍ବର ଏକ ନମ୍ବର ଧନୀ ବ୍ୟକ୍ତି ଏଲନ୍ ମସ୍କଙ୍କ କମ୍ପାନି ସ୍ପେସ୍‌ଏକ୍ସ ଭାରତୀୟ ଟେଲିକମ୍ କମ୍ପାନି ଏୟାରଟେଲ୍‌ ସହ ହାତ ମିଳାଇଛି। ଉଭୟ ସଂସ୍ଥାର ମିଳିତ ଉଦ୍ୟମରେ ଷ୍ଟାର୍‌ଲିଙ୍କ୍‌ ହାଇସ୍ପିଡ୍ ଇଣ୍ଟରନେଟ୍‌ ସେବା ଭାରତରେ ଉପଲବ୍ଧ ହେବ।

ବିଶ୍ବର ଏକ ନମ୍ବର ଧନୀ ବ୍ୟକ୍ତି ଏଲନ୍ ମସ୍କଙ୍କ କମ୍ପାନି ସ୍ପେସ୍‌ଏକ୍ସ ଭାରତୀୟ ଟେଲିକମ୍ କମ୍ପାନି ଏୟାରଟେଲ୍‌ ସହ ହାତ ମିଳାଇଛି। ଉଭୟ ସଂସ୍ଥାର ମିଳିତ ଉଦ୍ୟମରେ ଷ୍ଟାର୍‌ଲିଙ୍କ୍‌ ହାଇସ୍ପିଡ୍ ଇଣ୍ଟରନେଟ୍‌ ସେବା ଭାରତରେ ଉପଲବ୍ଧ ହେବ।

ssdsdxc

Photograph: ( News Arena)

ନୂଆଦିଲ୍ଲୀ: ବିଶ୍ବର ଏକ ନମ୍ବର ଧନୀ ବ୍ୟକ୍ତି ଏଲନ୍ ମସ୍କଙ୍କ କମ୍ପାନି ସ୍ପେସ୍‌ଏକ୍ସ ଭାରତୀୟ ଟେଲିକମ୍ କମ୍ପାନି ଏୟାରଟେଲ୍‌ ସହ ହାତ ମିଳାଇଛି। ଉଭୟ ସଂସ୍ଥାର ମିଳିତ ଉଦ୍ୟମରେ ଷ୍ଟାର୍‌ଲିଙ୍କ୍‌ ହାଇସ୍ପିଡ୍ ଇଣ୍ଟରନେଟ୍‌ ସେବା ଭାରତରେ ଉପଲବ୍ଧ ହେବ। ଷ୍ଟାର୍‌ଲିଙ୍କ୍‌ ଉପଗ୍ରହ ଜରିଆରେ ହାଇସ୍ପିଡ୍‌ ଇଣ୍ଟରନେଟ୍‌ ସେବା ପ୍ରଦାନ କରୁଛି। ପାରମ୍ପରିକ ଟେଲିକମ୍ ସେବାଠାରୁ ଏହା ଭିନ୍ନ। ଏଥିରେ ଭିତ୍ତିଭୂମି ବିକାଶରେ ବିପୁଳ ଟଙ୍କା ବିନିଯୋଗ କରିବାକୁ ପଡ଼ୁନାହିଁ କିମ୍ବା ଚଢ଼ା ଦାମ୍‌ରେ ସ୍ପେକ୍ଟ୍ରମ୍ କିଣିବା ମଧ୍ୟ ଦରକାର ନାହିଁ। ଦୀର୍ଘଦିନରୁ ଷ୍ଟାର୍‌ଲିଙ୍କ୍‌ ଭାରତରେ ପ୍ରବେଶ କରିବାକୁ ଉଦ୍ୟମ କରୁଛି। ମିଳିଥିବା ସୂଚନା ଅନୁସା‌ରେ, ଏୟାରଟେଲ୍‌ର ରିଟେଲ୍‌ ଷ୍ଟୋର୍‌ରେ ଷ୍ଟାର୍‌ଲିଙ୍କ୍‌ ଉପକରଣ ବିକ୍ରି ହେବ। ଉଭୟ ସଂସ୍ଥା ମିଳିତ ଭାବେ କିଭଳି ପରସ୍ପରର ସେବାକୁ ସମ୍ପ୍ରସାରଣ କରିପାରିବେ, ସେ ଦିଗରେ କାମ କରିବେ। ‌

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe