ଭୁବନେଶ୍ବର: ବାତ୍ୟା ଫନି ଦ୍ବାରା ଅଞ୍ଚଳରେ ମୋବାଇଲ୍ ସେବା ପ୍ରଦାନକାରୀଗୁଡ଼ିକ ପୁନରୁଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଭାରତୀ ଏୟାରଟେଲ୍ ପକ୍ଷରୁ କୁହାଯାଇଛି ଯେ, ଓଡ଼ିଶାର ବାତ୍ୟା ପ୍ରଭାବିତ ଅଞ୍ଚଳରେ ଏହାର ୯୦% ନେଟ୍ୱର୍କ ପୁନରୁଦ୍ଧାର ହୋଇଛି। ସେହିପରି ରିଲାଏନ୍ସ ଜିଓ ପକ୍ଷରୁ ଦାବି କରାଯାଇଛି ଯେ, ବାତ୍ୟା ପ୍ରଭାବିତ ଅଞ୍ଚଳରେ ଏହାର ୯୨% ନେଟ୍ୱର୍କ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଛି।
ଏୟାରଟେଲ୍ ପକ୍ଷରୁ ଦାବି କରାଯାଇଛି ଯେ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ଓ କଟକରେ ଗ୍ରାହକମାନେ ଏୟାରଟେଲ୍ ନେଟୱର୍କ ସ୍ପଷ୍ଟ ଭଏସ୍ ଏବଂ ଡାଟା ସଂଯୋଗ ପାଉଛନ୍ତି। ପୁରୀରେ ଉଭୟ ଜିଓ ଓ ଏୟାରଟେଲ୍ ପକ୍ଷରୁ ସେଲ୍ ଅନ୍ ହ୍ବିଲସ୍ (ସିଓଡବ୍ଲୁ) ମୁତୟନ କରାଯାଇଛି। ଏୟାରଟେଲ୍ ୧୩ଟି ଓ ଜିଓ ପକ୍ଷରୁ ୮ଟି ସିଓଡବ୍ଲୁ ମୂତୟନ କରାଯାଇଛି। ଉଭୟ କଂପାନି ବାତ୍ୟା ପ୍ରଭାବିତ ଅଞ୍ଚଳରେ ମାଗଣା ଏସଏମ୍ଏସ୍ ସୁବିଧା ପ୍ରଦାନ କରିଥିଲେ। ଏହା ବ୍ୟତୀତ ଲୋକମାନଙ୍କୁ ମୋବାଇଲ୍ ଚାର୍ଜିଂ ସୁବିଧା ମଧ୍ୟ ଯୋଗାଇ ଦେଇଥିଲେ। ଜିଓ ପକ୍ଷରୁ ଦାବି କରାଯାଇଛି ଯେ, ଜଗତସିଂପୁର, କେନ୍ଦ୍ରାପଡ଼ା, ବାଲେଶ୍ବର, ଭଦ୍ରକ, ଯାଜପୁର, ନୟାଗଡ଼, ଗଞ୍ଜାମ ଓ ଗଜପତିରେ ଏହାର ନେଟୱର୍କ ୧୦୦% ସ୍ବାଭାବିକ ହୋଇପାରିଛି।/sambad/media/post_attachments/wp-content/uploads/2019/05/jio-1-300x182.jpg)
ଏୟାରଟେଲ୍ର ଓଡ଼ିଶା ସର୍କଲ୍ ମୁଖ୍ୟ ସିଦ୍ଧାର୍ଥ ମୋତିୱାଲେ କହିଛନ୍ତି ଯେ, ଆମର ନେଟୱର୍କ ଟିମ୍ ଓ ସହଯୋଗୀମାନେ ସରକାରଙ୍କ ସହ ମିଶି କ୍ଷତିଗ୍ରସ୍ତ ଦୂରସଂଚାର ଭିତ୍ତିଭୂମିର ପୁନରୁଦ୍ଧାର ପାଇଁ ନିରନ୍ତର କାମ କରୁଛନ୍ତି।
ଏୟାରଟେଲ୍, ଜିଓର ନେଟୱର୍କ ପୁନରୁଦ୍ଧାର
Advertisment
Follow Us